‘ଗାଁକୁ ପକ୍କାରାସ୍ତା ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ନାହିଁ’

ଦଶମନ୍ତପୁର, ୨।୧୧(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚଣାବାଡ଼ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୌଡ଼ ରାମଜି ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁକୁ ୪ ଚକିଆ ଯାନ ଆସିପାରୁ ନାହିଁ। ଏପରିକି ଗାଁକୁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁର ରୋଗୀ,ଗର୍ଭବତୀଙ୍କୁ ସ୍ଥାନୀୟ ଦଶମନ୍ତପୁର କିମ୍ବା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ଚିକିତ୍ସାଳୟକୁ ନେବାକୁ ହେଲେ ଦୋଳା କିମ୍ବା ଭାର ସାହାଯ୍ୟରେ ଗାଁଠାରୁ ପ୍ରାୟ ଦେଢ଼ କି.ମି. ଦୂର ବୋହି ନେବାକୁ ପଡ଼ିଥାଏ ବୋଲି ଗ୍ରାମବାସୀ ଜଣାଇଛନ୍ତି। ପିଡବ୍ଲ୍ୟୁଡି ଛକ ଠାରୁ ପ୍ରାୟ ଦେଢ଼ କି.ମି. ଦୂର ଗୌଡ ରାମଜି ଗାଁକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଗାଁ ଲୋକେ ବୁଧବାର ଦେଢ଼ କି.ମି. ଦୂରତା ଯାଏଁ ନିଜେ ଶ୍ରମଦାନ କରି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରା ନ ଗଲେ ଆମେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଗୌଡ଼ ରାମଜି ଗ୍ରାମରେ ୨ ସମ୍ପ୍ରଦାୟର ମୋଟ ୩୫ ପରିବାର ବସବାସ କରୁଛନ୍ତି। କମାରସାହିରେ ୨୦ ଓ ଆଦିବାସୀ ସାହିରେ ୧୫ ପରିବାର ରହୁଥିବାବେଳେ ଗାଁକୁ ପକ୍କା ରାସ୍ତା ନ ଥିବାରୁ ସେମାନେ ବହୁ ହଇରାଣ ହେଉଛନ୍ତି। ପକ୍କାରାସ୍ତା ନିର୍ମାଣ ପାଇଁ ଆମେ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ ପ୍ରଶାସନ ଯାଏଁ ଲିଖିତ ଓ ମୌଖିକ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମର କାର୍ତ୍ତିକ କମାର, ରତି କମାର, ସୋଭା କମାର, ଗଙ୍ଗା କମାର, ଜଗ ସାଉଁନ୍ତା, ସଦା ଜାନୀ, ହରି କମାର କହିଛନ୍ତି। ଏପରିକି ରାସ୍ତା ନିର୍ମାଣ ପାଇଁ ଆମେ ପଲ୍ଲିସଭାଠାରୁ ଆରମ୍ଭକରି ଗ୍ରାମସଭାରେ ବହୁବାର ଅଭିଯୋଗ କରି ଆସୁଛୁ। ହେଲେ କୌଣସି ସୁଫଳ ନ ମିଳିବାରୁ ଆମେ ବାଧ୍ୟହୋଇ ୨ ସାହିର ଲୋକ ଏକ ବୈଠକ କରି ପ୍ରତ୍ୟେକ ଘରୁ ଜଣେ ଲେଖାଏ ମିଶି ନିଜସ୍ବ ଇଚ୍ଛାରେ ଶ୍ରମଦାନ କରି ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଫଳରେ ଗ୍ରାମବାସୀ ମିଶିକି ଶ୍ରମଦାନ କରି ଗାଁ ନିକଟସ୍ଥ ସର୍ଗି ଖେନ୍ଦା ଘାଟିଠାରୁ ରାସ୍ତା ମରାମତି କରିଥିବା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri