ଘର ଛାଡ଼ି ଅନ୍ୟ ଛାତଘରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ

ରାୟଗଡ଼ା ଅଫିସ,୨୩ା୮:ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ରାଣୀପଦର ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ରହିଛନ୍ତି। ଗାଁର ୨୮ ଘର ମଧ୍ୟରୁ ୧୬ ଘରେ ବର୍ଷାପାଣି ସହ ଝର ସୃଷ୍ଟିହୋଇ କାନ୍ଥ ଓଦା ହୋଇଛି। କେତେବେଳେ କାନ୍ଥ ଭୁଶୁଡ଼ିଲେ ଲେକଙ୍କ ଜୀବନ ଚାଲିଯିବା ଭୟ ରହିଛି। ତେଣୁ ଲୋକେ ନିଜ ଘର ଛାଡ଼ି ଗାଁରେ ଥିବା ଏକ ଛାତଘରେ ଏବଂ ଆଉ କେତଜଣ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ରୋଷେଇ ଘରେ ନ କରିପାରି ଘର ବାହାରେ କରୁଛନ୍ତି। ଅନ୍ୟପକ୍ଷରେ ଗାଁରୁ ଅନ୍ୟତ୍ର ଯିବାକୁ ହେଲେ ଗାଁ ନିକଟସ୍ଥ ଏକ ନାଳ ଅତିକ୍ରମ କରି ଯିବାକୁ ପଡ଼ୁଛି। ବର୍ଷା ଦିନ ଆସିଲେ ଉକ୍ତ ନାଳରେ ପାଣି ବଢ଼ିଗଲେ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଅଯାଇନାହିଁ। ଫଳରେ ଗ୍ରାମବାସୀ ସୋମବାର ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡିଓ ତାପସ କୁମାର ଭୋଇଙ୍କ ଅନୁପସ୍ଥିତିରେ ଏବିଡିଓ ବଳରାମ ପାତ୍ରଙ୍କ ସହ ସମସ୍ୟା ନେଇ ଅଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ରାଣୀପଦର ଗାଁର ହାଲୋ ପ୍ରାସ୍କା, କାସମାଝି କାଡ୍ରାକା, ଅଭି କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ପ୍ରଦାନ

ବଇଣ୍ଡା, ୨୨ା୪(ଡି.ଏନ.ଏ.)- ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଥିବା ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ବିଭାଗୀୟ ଅଧିକାରୀ,  ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ପକ୍ଷରୁ...

ମହିଳାଙ୍କଠାରୁ ୯୦ ହଜାର ଲୁଟ୍‌

ବାରିପଦା ଅଫିସ,୫ା୧୨- ବାରିପଦା ସହରର ଭଞ୍ଜପୁର ଅଞ୍ଚଳରୁ ବୁଧବାର ଜଣେ ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଲେ ଯମୁନାଦେଇପୁରର ବିଳାସ...

ବ୍ରହ୍ମପୁର ବଜାରରେ ଆଳୁ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୫।୫: ଗରିବଠାରୁ ଧନୀ ପ୍ରତ୍ୟେକ ଶ୍ରେଣୀର ପ୍ରତି ବୟସର ଲୋକଙ୍କ ଖାଦ୍ୟରେ ନିୟମିତ ବ୍ୟବହୃତ ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ବ୍ରହ୍ମପୁର ବଜାରରେ...

ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର,୨୪ା୨(ଡି.ଏନ୍‌.ଏ.): ଗୁରୁବାର ଭଞ୍ଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ୩୨୧ ବୁଥ୍‌ରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ବ୍ଲକରେ ୧ ଲକ୍ଷ ୮୯୬୬...

ଓଡ଼ାପଡ଼ାରେ ନାବାଳିକା ବିବାହ: ଭୋଜିଭାତ ପରେ ବରକନ୍ୟା ଛୁ’

ଓଡ଼ାପଡ଼ା, ୩୦।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ୍‌ ଫାଣ୍ଡି ଅଧୀନ ଓଡ଼ାପଡ଼ା ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ବିବାହ କରାଇ ଦିଆଯାଇଥିବା ମଙ୍ଗଳବାର ଶିଶୁ...

ରାଜପଥ ସଂଯୋଗୀକରଣ ରାସ୍ତାକୁ ଅଣଦେଖା

ରସୁଲପୁର,୨୪ା୬(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୬ନଂ. ଜାତୀୟ ରାଜପଥର ବିଲିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ରାସ୍ତା ମରାମତି କରାଯାଉ...

ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌...

Advertisement
Archives

Model This Week