ରାସ୍ତାକୁ ଓହ୍ଲାଇଲେ ଆଳତୁମାବାସୀ

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.) ଅନୁଗୋଳରୁ ଯାଜପୁରକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଧୀମେଇଛି। ଉକ୍ତ ବ୍ୟସ୍ତବହୁଳ ସଡ଼କ ମରଣଯନ୍ତା ପାଲଟିଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ପ୍ରତିବାଦରେ ବୁଧବାର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଆଳତୁମାବାସୀ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାଜପୁର-ଭୁବନ-କାମାକ୍ଷାନଗର-ତାଳଚେର- ଅନୁଗୋଳକୁ ଯାତାୟାତ ଠପ୍‌ ହୋଇଯାଇଥିଲା।
ଅଭିଯୋଗ ଅନୁଯାୟୀ, ୫୩ନଂ. ଜାତୀୟ ରାଜପଥ କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଛି। ହେଲେ ଏହା ସମ୍ପୂର୍ଣ୍ଣ ହେଉନାହିଁ। ଖାଲଖମାରେ ଭର୍ତ୍ତି ହୋଇଥିବା ରାସ୍ତା ମରଣଯନ୍ତା ପାଲଟିଛି। ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦିଆଯାଇଥିବାରୁ ଧୂଳି ଉଡ଼ି ଅଣନିଃଶ୍ୱାସୀ କରୁଛି। ଠିକାସଂସ୍ଥା ଗୁରୁତ୍ୱ ଦେଉ ନ ଥିବାରୁ ରାସ୍ତାକାମ ବିଳମ୍ବିତ ହେବାରେ ଲାଗିଛି। ଏହାର ପ୍ରତିବାଦରେ ଆଳତୁମା ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଥିଲେ। କାମାକ୍ଷାନଗର ଏନ୍‌ଏସି ନଗରପାଳ ଧର୍ମାନନ୍ଦ ପରିଡ଼ା, ସନ୍ତୋଷ ମହାନ୍ତି, କାଉନ୍‌ସିଲର ସଞ୍ଜୟ ପରିଡ଼ା, ଶୁଭ୍ରାଂଶୁ ମହାନ୍ତି, ହେମନ୍ତ ଦାସ, ରାସବିହାରୀ ମହାନ୍ତି, ଅନ୍ତର ମହାନ୍ତି, ତ୍ରିପୁର ଖୁଣ୍ଟିଆ, ଗୁଣ୍ଡିଚା ବେହେରା, ଆଶୁତୋଷ ସାହୁ, କାଳିଆ ମହାନ୍ତି, ସୁଶାନ୍ତ ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ସୂଚନା ପାଇ ଥାନାଧିକାରୀ ଶରତ କୁମାର ମହାଳିକ ସଦଳବଳ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ୭ଦିନ ଭିତରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଡାକି ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବ। କାମ ଯେପରି ତ୍ୱରାନ୍ବିତ ହେବ, ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri