ଗ୍ରାମବାସୀ ଗଢ଼ିଲେ ଡାକଘର

କେନ୍ଦ୍ରାପଡ଼ା ଅଫିସ,୧୮ା୩: କୁହାଯାଏ, ମିଳିତ ହାତ ବଳ ଯେମିତି ଶକ୍ତିଶାଳୀ, ତା’ର ଫଳ ବି ସେମିତି ମିଠା। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୀନ ଗୋଗୁଆ ଗ୍ରାମବାସୀ। ସେମାନଙ୍କ ମିଳିତ ଉଦ୍ୟମ, ଆର୍ଥିକ ସହାୟତା ଓ ଶ୍ରମଦାନ ଫଳରେ ଗ୍ରାମର ମୃତପ୍ରାୟ ପୋଷ୍ଟ ଅଫିସ ଏବେ ଜୀବନ୍ୟାସ ପାଇଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ ଆମେ ସେଦିନର ଜରାଜୀର୍ଣ୍ଣ ପୋଷ୍ଟ ଅଫିସର ଫଟୋ ସହିତ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ କରାଯାଇଥିବା ନୂତନ କୋଠାର ଫଟୋ ପ୍ରକାଶିତ କରିବାକୁ ଉଚିତ୍‌ ମଣିଛୁ ।ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିବା ଗୋଗୁଆ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ଆମେ ବି ସ୍ବାଗତ କରିଛୁ। କେବଳ ସରକାରଙ୍କ ଉପରେ ନିର୍ଭର କରିବା, କାମ ନ ହେଲେ ସମାଲୋଚନା କରିବା ବଦଳରେ ନିଜ ଉଦ୍ୟମରେ କିଛି କରାଯାଇପାରେ ବୋଲି ଗୋଗୁଆ ଗ୍ରାମବାସୀ ପ୍ରମାଣିତ କରି ଦେଖାଇଛନ୍ତି। ଅନ୍ୟପକ୍ଷେ ଏହି ପୋଷ୍ଟ ଅଫିସର ଜରାଜୀର୍ଣ୍ଣ ଅବସ୍ଥା ସମ୍ପର୍କରେ ୨୦୨୦ ଅଗଷ୍ଟ ୯ରେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସ ଅବହେଳିତ ଶୀର୍ଷକରେ ଏକ ସ୍ବତନ୍ତ୍ର ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଡାକ ବିଭାଗ ଉପରେ ଏହାର ପ୍ରଭାବ ପଡି ନ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ହେଲେ ଗୋଗୁଆ ଗ୍ରାମବାସୀଙ୍କୁ ସେହି ରିପୋର୍ଟ ଖୁବ୍‌ ପ୍ରଭାବିତ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଗାଁ ପୋଷ୍ଟ ଅଫିସକୁ ମଡ଼େଲ ପୋଷ୍ଟ ଅଫିସରେ ପରିଣତ କରିବା ପାଇଁ ଯୋଜନା। ଗ୍ରାମବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ନିଜ କ୍ଷମତା ଅନୁଯାୟୀ କିଏ ଆର୍ଥିକ ସହାୟତା ଦେଲେ ତ ଆଉ କିଏ ଶ୍ରମଦାନ କରିବାକୁ ପଛାଇ ନ ଥିଲେ। ଏମିତି ଭାବେ ଧୀରେ ଧୀରେ ଚାଲିଲା କାମ। ସହଯୋଗ ବି କଲେ ପୋଷ୍ଟ ଅଫିସର କର୍ମଚାରୀ। ନିର୍ମାଣ ସରିଲା ପୋଷ୍ଟ ଅଫିସ କୋଠା। ଗତ ବୁଧବାର ଉଦ୍‌ଘାଟନ ହୋଇଛି ଗୋଗୁଆ ଗ୍ରାମବାସୀଙ୍କ ସ୍ବପ୍ନର ପୋଷ୍ଟ ଅଫିସ ।
ଏ ସମ୍ପର୍କରେ ଗାଁର ନିରଞ୍ଜନ ବଳ କୁହନ୍ତି, ପୂର୍ବରୁ ଆମ ପୋଷ୍ଟ ଅଫିସ ଏକ ଚାଳ ଘରେ ଥିଲା। ବଣବୁଦାରେ ଲୁଚି ଯାଉଥିବା ସେହି ଘର ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଥିଲା। ଧରିତ୍ରୀରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଆମର ଦାବି ଉପସ୍ଥାପନ ସହ ଡାକ ବିଭାଗର ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଡାକ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସ୍ଥାନୀୟ ଅଧିବାସୀ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ। ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ପକ୍କା ଘର ନିର୍ମାଣ ହୋଇଛି। ଏଥିପାଇଁ ୫ ହଜାର ଟଙ୍କା ମୁଁ ଦେଇଥିବା ନିରଞ୍ଜନ କହିଛନ୍ତି। ଜୟନ୍ତ ପାତ୍ର କହିଛନ୍ତି, ଆଜିର ଡିଜିଟାଲ ଯୁଗରେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ଗୁରୁତ୍ୱ ଅଧିକ। ସହଜ ଓ ସୁବିଧାରେ ଆଧାର ସଂଯୋଗୀକରଣ, ସରକାରୀ ଯୋଜନା ଅନୁଦାନ ଉଠାଣ, ଚିଠି, ଟଙ୍କା, ତାର ଆଦାନ ପ୍ରଦାନ, ବ୍ୟାଙ୍କିଙ୍ଗ୍‌ , ଇନ୍ସୁରାନ୍ସ ଆଦି କାମ ଗ୍ରାମାଞ୍ଚଳ ପୋଷ୍ଟ ଅଫିସରେ ହୋଇପାରୁଛି। ସେହିପରି ସୁକନ୍ୟା ସମୃଦ୍ଧି ଯୋଜନା, କିଷାନ ବିକାଶ ପତ୍ର, ଆଇପିଓ ଆଦି ପାଇଁ ପୋଷ୍ଟ ଅଫିସ ଉପଯୋଗୀ। ତେବେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ଗ୍ରାମବାସୀ ପୋଷ୍ଟ ଅଫିସରୁ ଭରସା ତୁଟାଇ ବ୍ୟାଙ୍କ ଆଡକୁ ମୁହଁାଇଛନ୍ତି। ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି, ନୂତନ ଘର ନିର୍ମାଣ ପାଇଁ ଡାକ ବିଭାଗର ବହୁ ଅଧିକାରୀଙ୍କୁ ଅନୁରୋଧ ପତ୍ର ଦେଇଥିଲୁ। କର୍ତ୍ତୃପକ୍ଷ କିଛି ବ୍ୟବସ୍ଥା ନ କରିବାରୁ ନିଜସ୍ବ ଅର୍ଥରେ ଗୃହ ନିର୍ମାଣ କରିଛୁ। ସ୍ଥାନୀୟ ପୋଷ୍ଟ ମାଷ୍ଟର ବାସନ୍ତୀ ମୁର୍ମୁ କହିଛନ୍ତି, ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପୋଷ୍ଟ ଅଫିସର ଗୁରୁତ୍ୱକୁ କେହି ଅଣଦେଖା କରିପାରିବେ ନାହିଁ। ସବୁ ସ୍ଥାନରେ ବ୍ୟାଙ୍କ ନ ଥିବାରୁ ପୋଷ୍ଟ ଅଫିସ ହିଁ ସ୍ଥାନୀୟ ଲୋକଙ୍କ ଭରସା ପାଲଟିଛି। ଗୋଗୁଆ ପୋଷ୍ଟ ଅଫିସ ଗୃହ ନିର୍ମାଣ ପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡାକ ସବ୍‌ଡିଭିଜନ ସହ ପରିଚାଳକ ଦେବାଶିଷ ଶତପଥୀ କହିଛନ୍ତି, ଶତାଧିକ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ନିଜସ୍ବ ଗୃହ ନାହିଁ। ବହୁ ଗ୍ରାମରେ ପୋଷ୍ଟ ମାଷ୍ଟରଙ୍କ ଘରେ ଏହି କାର୍ଯ୍ୟାଳୟ ଚାଲୁଛି। କେତେକ କ୍ଷେତ୍ରରେ ସ୍କୁଲ, ପଞ୍ଚାୟତ ଅଫିସ, ରାଜୀବ ସେବା କେନ୍ଦ୍ର ଆଦିରେ କାର୍ଯ୍ୟାଳୟ ଅଛି। ତେବେ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri