ଗ୍ରାମବାସୀ ଗଢ଼ିଲେ ଡାକଘର

କେନ୍ଦ୍ରାପଡ଼ା ଅଫିସ,୧୮ା୩: କୁହାଯାଏ, ମିଳିତ ହାତ ବଳ ଯେମିତି ଶକ୍ତିଶାଳୀ, ତା’ର ଫଳ ବି ସେମିତି ମିଠା। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୀନ ଗୋଗୁଆ ଗ୍ରାମବାସୀ। ସେମାନଙ୍କ ମିଳିତ ଉଦ୍ୟମ, ଆର୍ଥିକ ସହାୟତା ଓ ଶ୍ରମଦାନ ଫଳରେ ଗ୍ରାମର ମୃତପ୍ରାୟ ପୋଷ୍ଟ ଅଫିସ ଏବେ ଜୀବନ୍ୟାସ ପାଇଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା ବେଳେ ଆମେ ସେଦିନର ଜରାଜୀର୍ଣ୍ଣ ପୋଷ୍ଟ ଅଫିସର ଫଟୋ ସହିତ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ କରାଯାଇଥିବା ନୂତନ କୋଠାର ଫଟୋ ପ୍ରକାଶିତ କରିବାକୁ ଉଚିତ୍‌ ମଣିଛୁ ।ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିବା ଗୋଗୁଆ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ଆମେ ବି ସ୍ବାଗତ କରିଛୁ। କେବଳ ସରକାରଙ୍କ ଉପରେ ନିର୍ଭର କରିବା, କାମ ନ ହେଲେ ସମାଲୋଚନା କରିବା ବଦଳରେ ନିଜ ଉଦ୍ୟମରେ କିଛି କରାଯାଇପାରେ ବୋଲି ଗୋଗୁଆ ଗ୍ରାମବାସୀ ପ୍ରମାଣିତ କରି ଦେଖାଇଛନ୍ତି। ଅନ୍ୟପକ୍ଷେ ଏହି ପୋଷ୍ଟ ଅଫିସର ଜରାଜୀର୍ଣ୍ଣ ଅବସ୍ଥା ସମ୍ପର୍କରେ ୨୦୨୦ ଅଗଷ୍ଟ ୯ରେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସ ଅବହେଳିତ ଶୀର୍ଷକରେ ଏକ ସ୍ବତନ୍ତ୍ର ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଡାକ ବିଭାଗ ଉପରେ ଏହାର ପ୍ରଭାବ ପଡି ନ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ହେଲେ ଗୋଗୁଆ ଗ୍ରାମବାସୀଙ୍କୁ ସେହି ରିପୋର୍ଟ ଖୁବ୍‌ ପ୍ରଭାବିତ କରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଗାଁ ପୋଷ୍ଟ ଅଫିସକୁ ମଡ଼େଲ ପୋଷ୍ଟ ଅଫିସରେ ପରିଣତ କରିବା ପାଇଁ ଯୋଜନା। ଗ୍ରାମବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ନିଜ କ୍ଷମତା ଅନୁଯାୟୀ କିଏ ଆର୍ଥିକ ସହାୟତା ଦେଲେ ତ ଆଉ କିଏ ଶ୍ରମଦାନ କରିବାକୁ ପଛାଇ ନ ଥିଲେ। ଏମିତି ଭାବେ ଧୀରେ ଧୀରେ ଚାଲିଲା କାମ। ସହଯୋଗ ବି କଲେ ପୋଷ୍ଟ ଅଫିସର କର୍ମଚାରୀ। ନିର୍ମାଣ ସରିଲା ପୋଷ୍ଟ ଅଫିସ କୋଠା। ଗତ ବୁଧବାର ଉଦ୍‌ଘାଟନ ହୋଇଛି ଗୋଗୁଆ ଗ୍ରାମବାସୀଙ୍କ ସ୍ବପ୍ନର ପୋଷ୍ଟ ଅଫିସ ।
ଏ ସମ୍ପର୍କରେ ଗାଁର ନିରଞ୍ଜନ ବଳ କୁହନ୍ତି, ପୂର୍ବରୁ ଆମ ପୋଷ୍ଟ ଅଫିସ ଏକ ଚାଳ ଘରେ ଥିଲା। ବଣବୁଦାରେ ଲୁଚି ଯାଉଥିବା ସେହି ଘର ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଥିଲା। ଧରିତ୍ରୀରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଆମର ଦାବି ଉପସ୍ଥାପନ ସହ ଡାକ ବିଭାଗର ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଡାକ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସ୍ଥାନୀୟ ଅଧିବାସୀ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ। ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ପକ୍କା ଘର ନିର୍ମାଣ ହୋଇଛି। ଏଥିପାଇଁ ୫ ହଜାର ଟଙ୍କା ମୁଁ ଦେଇଥିବା ନିରଞ୍ଜନ କହିଛନ୍ତି। ଜୟନ୍ତ ପାତ୍ର କହିଛନ୍ତି, ଆଜିର ଡିଜିଟାଲ ଯୁଗରେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ଗୁରୁତ୍ୱ ଅଧିକ। ସହଜ ଓ ସୁବିଧାରେ ଆଧାର ସଂଯୋଗୀକରଣ, ସରକାରୀ ଯୋଜନା ଅନୁଦାନ ଉଠାଣ, ଚିଠି, ଟଙ୍କା, ତାର ଆଦାନ ପ୍ରଦାନ, ବ୍ୟାଙ୍କିଙ୍ଗ୍‌ , ଇନ୍ସୁରାନ୍ସ ଆଦି କାମ ଗ୍ରାମାଞ୍ଚଳ ପୋଷ୍ଟ ଅଫିସରେ ହୋଇପାରୁଛି। ସେହିପରି ସୁକନ୍ୟା ସମୃଦ୍ଧି ଯୋଜନା, କିଷାନ ବିକାଶ ପତ୍ର, ଆଇପିଓ ଆଦି ପାଇଁ ପୋଷ୍ଟ ଅଫିସ ଉପଯୋଗୀ। ତେବେ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଫଳରେ ଗ୍ରାମବାସୀ ପୋଷ୍ଟ ଅଫିସରୁ ଭରସା ତୁଟାଇ ବ୍ୟାଙ୍କ ଆଡକୁ ମୁହଁାଇଛନ୍ତି। ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି, ନୂତନ ଘର ନିର୍ମାଣ ପାଇଁ ଡାକ ବିଭାଗର ବହୁ ଅଧିକାରୀଙ୍କୁ ଅନୁରୋଧ ପତ୍ର ଦେଇଥିଲୁ। କର୍ତ୍ତୃପକ୍ଷ କିଛି ବ୍ୟବସ୍ଥା ନ କରିବାରୁ ନିଜସ୍ବ ଅର୍ଥରେ ଗୃହ ନିର୍ମାଣ କରିଛୁ। ସ୍ଥାନୀୟ ପୋଷ୍ଟ ମାଷ୍ଟର ବାସନ୍ତୀ ମୁର୍ମୁ କହିଛନ୍ତି, ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପୋଷ୍ଟ ଅଫିସର ଗୁରୁତ୍ୱକୁ କେହି ଅଣଦେଖା କରିପାରିବେ ନାହିଁ। ସବୁ ସ୍ଥାନରେ ବ୍ୟାଙ୍କ ନ ଥିବାରୁ ପୋଷ୍ଟ ଅଫିସ ହିଁ ସ୍ଥାନୀୟ ଲୋକଙ୍କ ଭରସା ପାଲଟିଛି। ଗୋଗୁଆ ପୋଷ୍ଟ ଅଫିସ ଗୃହ ନିର୍ମାଣ ପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡାକ ସବ୍‌ଡିଭିଜନ ସହ ପରିଚାଳକ ଦେବାଶିଷ ଶତପଥୀ କହିଛନ୍ତି, ଶତାଧିକ ଗ୍ରାମାଞ୍ଚଳ ପୋଷ୍ଟ ଅଫିସର ନିଜସ୍ବ ଗୃହ ନାହିଁ। ବହୁ ଗ୍ରାମରେ ପୋଷ୍ଟ ମାଷ୍ଟରଙ୍କ ଘରେ ଏହି କାର୍ଯ୍ୟାଳୟ ଚାଲୁଛି। କେତେକ କ୍ଷେତ୍ରରେ ସ୍କୁଲ, ପଞ୍ଚାୟତ ଅଫିସ, ରାଜୀବ ସେବା କେନ୍ଦ୍ର ଆଦିରେ କାର୍ଯ୍ୟାଳୟ ଅଛି। ତେବେ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri