Posted inଫୁରସତ

ମାଙ୍କଡ଼କୁ ପିଟି ଏମିତି ଫସିଲେ ଗ୍ରାମବାସୀ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଏହି ଭିଡିଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଛି ତ କେତେବେଳେ ଅମାନବୀୟ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ପିଲିବୀତର ମିଥୀ ସଇଦୁଲ୍ଲାଗଞ୍ଜ ଗ୍ରାମରେ। ଯେଉଁଠାରେ କେତେକ ଗ୍ରାମବାସୀ ଏକ ମାଙ୍କଡ଼କୁ ଧରି ତାକୁ ମାରିବା ସହ ତାହା ଉପରେ କଳା ରଙ୍ଗ ଢ଼ାଳିଛନ୍ତି। ମାଙ୍କଡ଼ ସହିତ ଘଟିଥିବା ଏହି ଅଭାବନୀୟ କାଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟିକୁ ଏକ ଦଉଡିରେ ବାନ୍ଧି ଦିଆଯାଇ ବେକକୁ ଚାପି ଦିଆଯାଇଛି। ପରେ ସେ ଜୀବନ ରକ୍ଷା କରିବାକଚୁ ଚେଷ୍ଟା କରୁଛି, ମାତ୍ର ପାରୁନାହିଁ। ଲୋକମାନେ ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି ଏବଂ ଜୋରରେ ହସୁଛନ୍ତି ତାହା ଉପରେ କଳା ରଙ୍ଗ ଢାଳିଛନ୍ତି। ମାତ୍ର ଏହି ସମୟରେ ମାଙ୍କଡ଼ କୌଣସି ପ୍ରକାରେ ଜୀବନ ରକ୍ଷା କରି ପଳାଇଛି।

ଭିଡିଓ ଦୁଇ କିମ୍ବା ତିନି ସପ୍ତାହ ପୂର୍ବରୁ, ଯେତେବେଳେ ଏହି ଭିଡିଓ ଅନୁସନ୍ଧାନ କରାଯାଇଥିଲା, ଏହା ଜଣାପଡିଥିଲା ଯେ ଏହା ୧୩ ଜୁଲାଇର ଥିଲା। ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ୬ ଜଣ ଗ୍ରାମବାସୀଙ୍କ ଉପରେ ୬୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ମାଙ୍କଡ଼ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏଭଳି ସାମାଜିକ ବିରୋଧୀ କାର୍ଯ୍ୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ଏହି ପରିପ୍ରେକ୍ଷୀରେ ଡିଏଫ୍‌ଓ ସଞ୍ଜୀବ କୁମାର କହିଛନ୍ତି ଯେ, ଏପରି କାର୍ଯ୍ୟ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌଣସି ପରିସ୍ଥିତିରେ ଅପରାଧୀଙ୍କୁ କ୍ଷମା ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ଭାରତର ଏହି ରାଜ୍ୟ

ଟ୍ରାଭେଲ୍‌ ମିଡିଆ କମ୍ପାନୀ ‘ଲୋନ୍‌ଲି ପ୍ଲାନେଟ୍‌’ ୨୦୨୦ ପାଇଁ ପର୍ଯ୍ୟଟନ ସ୍ଥଳୀ ଚୟନ କ୍ଷେତ୍ରରେ ଏକ ସର୍ଭେ ରିପୋର୍ଟ ଜାରି କରିଛି। ଏହି ତାଲିକାରେ ଇଣ୍ଡୋନେସିଆର...

ଗୋଟିଏ କୋଠାରୁ ଆଉ ଗୋଟିଏ କୋଠାକୁ ଯିବାକୁ ମାଙ୍କଡ଼ କଲା ଏମିତି, ଦେଖିଲେ ଘଡ଼ିଏ ଅଟକି ଯିବେ

ସାଧାରଣତଃ ମାଙ୍କଡ଼ମାନେ ଉପଦ୍ରବ କରନ୍ତି ବୋଲି ସମସ୍ତେ ଜାଣନ୍ତି। କିଛି ଲୋକ ମାଙ୍କଡ଼କୁ ଭଗବାନ ବୋଲି ମାନୁଥିବା ବେଳେ ଆଉ କିଛି ଲୋକ ମାଙ୍କଡ଼ ଦେଖିଲେ...

ନିଜ ପାଇଁ କନ୍ୟା ଖୋଜୁଛନ୍ତି ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି

ତୁର୍କୀର ସୁଲତାନ କୋସେନ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି ଭାବେ ଜଣାଶୁଣା। ଏବେ ସେ ତାଙ୍କ ପାଇଁ କନ୍ୟା ଖୋଜୁଛନ୍ତି। ଏଥିପାଇଁ ସେ ତୁର୍କୀରୁ ରୁଷିଆରେ...

ଜାଣନ୍ତୁ ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ

ଚଳିତବର୍ଷ କରୋନା କଟକଣା ପାଇଁ ଦଶହରା ଫିକା ପଡ଼ିଛି। ମାତ୍ର ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ...

ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍‌ ପାଲଟିଲେ ବାଦାମ ବିକ୍ରେତା

ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ...

କରୋନା ଭୟ: ସାବୁନରେ ସଫାକଲେ ଧନିଆପତ୍ର

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଛି। ଏହି...

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ...

ଶିକ୍ଷକଙ୍କ ଅକ୍ଳାନ୍ତ ଚେଷ୍ଟାରେ ସ୍କୁଲ ପାଲଟିଛି ଉଦାହରଣ

ଶିକ୍ଷାର୍ଥୀ ପାଇଁ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର ସଦୃଶ। ମାଆର ପଣତ, ବାପାଙ୍କ ସ୍ନେହ, ଗୁରୁଜନଙ୍କ ଆଦର ଭିତରେ ତା’ର ପିଲାମନ ଖୋଜିହୁଏ ସେହି ଅନୁଭବ...

Advertisement
Archives

Model This Week