ଯାତାୟାତରେ ଭରା ନାଳ ସାଜିଛି କଣ୍ଟା

ଆର.ଉଦୟଗିରି,୨୯ା୧୦(ଡି.ଏନ.ଏ.): ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ମାଳ ମାଳ। ହେଲେ ସରକାରଙ୍କ ପ୍ରକୃତ ବିକାଶ ଲୋକଙ୍କ ପାଖରେ ପହଞ୍ଚି ପାରୁନି। କାଗଜ କଲମରେ ସୀମିତ ରହିଛି ବିକାଶ। ଭଲ ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ କରାଯାଉନଥିବାରୁ ଗମନାଗମନରେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ। କୁନି କୁନି ଛାତ୍ରୀଛାତ୍ରମାନେ ଆଣ୍ଠୁଏ କାଦୁଅ ପ ପଚ ରାସ୍ତାରେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। କାଦୁଅରେ ଯାଉଥିବା ବେଳେ ଗୋଡ଼ ଖସିଯାଇ ପଡିଯିବାରୁ ନାଳ ପାଣିରେ ନିଜକୁ ସଫାସୁତୁରା କରୁଛନ୍ତି। ଏମାନଙ୍କ ବଡ଼ ସମସ୍ୟା ହେଉଛି ରାସ୍ତା ମଧ୍ୟରେ ଥିବା ଭରାନାଳ। ଏହି ନାଳପାର ହୋଇ ଏମିତି ଦୈନନ୍ଦିନ ଯିବାକୁ ବାଧ୍ୟ ହୁଅନ୍ତି ଛାତ୍ରୀଛାତ୍ରମାନଙ୍କଠାରୁ ଗ୍ରାମର ବୃଦ୍ଧ ବନିତା। କାରଣ ଗମନାଗମନ ପାଇଁ ଅନ୍ୟ ବିକଳ୍ପ ନାହିଁ। ବର୍ଷା ସମୟରେ ଯାତାୟାତ କରୁଥିବା ବେଳେ ଯଦି ହଠାତ ଜଳସ୍ତର ବୃଦ୍ଧି ପାଏ, ତାହେଲେ ଛାତ୍ରୀଛାତ୍ରମାନେ ଭରାପାଣିରେ ଭାସିଯିବାର ଭୟ ମଧ୍ୟ ରହିଛି। ହେଲେ ଜରୁରୀ କାର୍ଯ୍ୟରେ ଯିବାକୁ ସମସ୍ତେ ବାଧ୍ୟ। ନଗଲେ ନ ଚଳେ ଏହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ ବୁଢାପଙ୍କ ଓ ଲୁଦିହୁଏରୀ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଏହି ଦୁଇ ଗାଁରେ ୪୦ରୁ ଉଦ୍ଧର୍‌ବ ଆଦିବାସୀ ପରିବାର ଚାଷବେଉସା ଓ ଫୁଲଛାଞ୍ଚୁଣୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଯେକୌଣସି ଜିନିଷ କିଣାବିକା ହେଉ ଅବା ସ୍ବାସ୍ଥ୍ୟ ସେବା ପାଇଁ ମୋହନା ଉପରେ ନିର୍ଭର କରୁଥିବା ବେଳେ ଛାତ୍ରୀଛାତ୍ରମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଏ.ଖଜୁରିପଦା ଓ କନ୍ଧଅଡ଼ବା ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। କିନ୍ତୁ ଏମାନେ ନିକଟସ୍ଥ ଖଜୁରିପଦା ଗାଁକୁ ଗଲେ ହିଁ ଯେଉଁଠାକୁ ମଧ୍ୟ ଯାଇପାରିବେ। ତେବେ ଖଜୁରିପଦା ଗାଁକୁ ପହଞ୍ଚିବାକୁ ହେଲେ ପ୍ରାୟ ତିନି କିମି ଏମିତି ରାସ୍ତା ଅତି ଦୟନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri