Posted inଫୁରସତ

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି ଏମିତି ଏକ ଅନନ୍ୟ ଗାଁ ବିଷୟରେ କହିବୁ, ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍‌ନୀ ନେଇ ବଞ୍ଚିଥାନ୍ତି। ଏହି ଗାଁକୁ କିଡ୍‌ନୀ ଭ୍ୟାଲି କୁହାଯାଏ। ଅନେକ ଲୋକ ଏହାକୁ ‘କିଡ୍‌ନୀ ଗାଁ’ ଭାବରେ ମଧ୍ୟ ଜାଣନ୍ତି। ମାତ୍ର ଗାଁର ପ୍ରକୃତ ନାମ ହୋକସେ। ଏହା ନେପାଳରେ ଅବସ୍ଥିତ। ଏହି ଅନନ୍ୟତା ପାଇଁ ଏହି ଗାଁ ଦେଶ ତଥା ବିଶ୍ୱରେ ବହୁତ ପ୍ରସିଦ୍ଧ।

ଏଠାରେ ପ୍ରାୟ ସମସ୍ତେ କେବଳ ଗୋଟିଏ କିଡ୍‌ନୀ ନେଇ ବଞ୍ଚିଥାନ୍ତି। ଏହା ପ୍ରାୟତଃ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଆପଣମାନଙ୍କ ମଧ୍ୟରୁ ଅନେକ ଭାବିଥିବେ ଯେ, ଗାଁର ସମସ୍ତଙ୍କର କେବଳ ଗୋଟିଏ କିଡ୍‌ନୀ କାହିଁକି ଅଛି। ଜାଣନ୍ତୁ ଏ ବିଷୟରେ ଅଧିକ କିଛି…

କିଡ୍‌ନୀ ଭ୍ୟାଲି ଭାବରେ ଜଣାଶୁଣା ହୋକସେ ଗାଁରେ ଦାରିଦ୍ର୍ୟ ବହୁଳ। ଏହା ଏକ ପ୍ରମୁଖ କାରଣ ଯାହା ପାଇଁ ଏଠାକାର ଲୋକମାନେ ଜୀବିକା ନିର୍ବାହ ପାଇଁ ସେମାନଙ୍କର ଗୋଟିଏ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି।

ନିଜକୁ ପେଟ ପୋଷିବା ପାଇଁ ଏଠାକାର ଲୋକମାନେ ପ୍ରାୟତଃ ମାତ୍ର ୨୦୦୦ ଟଙ୍କାରେ ସେମାନଙ୍କର ଗୋଟିଏ କିଡ୍‌ନୀ ବିକ୍ରି କରନ୍ତି। ଅନେକ କୁହନ୍ତି, ଏହି ଗାଁରେ ମାନବ ଅଙ୍ଗ ଚାଲାଣ ବ୍ୟାପକ ଭାବରେ ଚାଲିଛି। ଅଙ୍ଗ ଚାଲାଣକାରୀମାନେ ପ୍ରାୟତଃ ନିରୀହ ଲୋକଙ୍କୁ ଠକି ସେମାନଙ୍କର କିଡ୍‌ନୀ ବାହାର କରିଦିଅନ୍ତି।

ଅନେକ କୁହନ୍ତି, ଅଙ୍ଗ ଚାଲାଣକାରୀମାନେ ଗ୍ରାମବାସୀଙ୍କୁ ପ୍ରଲୋଭିତ କରି କିଡ୍‌ନୀ ବାହାର କରିବା ପରେ ସେହି ସ୍ଥାନରେ ଏକ ନୂଆ କିଡ୍‌ନୀ ବଢ଼ିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। ନିରୀହ ଗ୍ରାମବାସୀ ସେମାନଙ୍କ କଥାରେ ପଡ଼ିଯାଆନ୍ତି ଏବଂ କିଛି ଟଙ୍କାର ପ୍ରଲୋଭନରେ ପଡ଼ି ସେମାନଙ୍କର ମୂଲ୍ୟବାନ ଅଙ୍ଗ ଚାଲାଣକାରୀଙ୍କୁ ଦେଇଦିଅନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri