ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ

ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ ଭୋଲ୍‌ଟେଜ୍‌ ସମସ୍ୟା। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଟିପିସିଓଡିଏଲ୍‌ ଖାମଖିଆଲ ନୀତି ଯୋଗୁ ଲୋ ଭୋଲ୍‌ଟେଜ୍‌ ସମସ୍ୟା ସୁଧୁରୁନାହିଁ। ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପ୍‌ଗ୍ରେଡେଶନ କରାଯାଇ ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ବିଦ୍ୟୁତ୍‌ ବିଭ୍ରାଟ ସାଧାରଣତଃ ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇରେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଆବଶ୍ୟକତା ବଢ଼ିଥାଏ। ଏଥିସହ ଏସି, କୁଲର, ଫ୍ୟାନ୍‌ ବ୍ୟବହାର ମଧ୍ୟ ଅଧିକ ହୋଇଥାଏ। ଅପରପକ୍ଷରେ ଏହି ଦିନଗୁଡ଼ିକରେ କାଳବୈଶାଖୀ ବର୍ଷା, ଅଳ୍ପ ପବନରେ ବିଭ୍ରାଟ ଦେଖାଦେଉଛି। ରାତିରେ ଯଦି ବିଭ୍ରାଟ ହେଉଛିି ତା’ପରଦିନ ଯାଏ ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିଲାଗି ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମର ଅପ୍‌ଗ୍ରେଡେଶନ ଜରୁରୀ ହୋଇପଡ଼ିଥିବା ବେଳେ ବିଭାଗ ନିର୍ଦ୍ଧାରିତ ସମୟରେ ଉକ୍ତ କାର୍ଯ୍ୟ କରିବାରେ ବିଫଳ ହୋଇଛି। ଫଳରେ ବାରମ୍ବାର ଫ୍ୟୁଜ୍‌ କଟିବା ସହ ଡିମ୍‌ ହୋଇଯାଉଛି। ରାତ୍ର ୧୦ଟା ପରେ କର୍ମଚାରୀ ଅଭିଯୋଗ ପାଇଲେ ସୁଦ୍ଧା ପରଦିନ ୯ଟା ପର୍ଯ୍ୟନ୍ତ ତାହା ସମାଧାନ କରୁନାହାନ୍ତି। ମାତ୍ର ବିଭାଗ କର୍ତ୍ତୃପକ୍ଷ ବିଭାଗୀୟ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଏସବୁ ଭିତରେ ସାଧାରଣ ଉପଭୋକ୍ତା ହୀନସ୍ତା ହେଉଛନ୍ତି। ପ୍ରବଳ ଗୁଳୁଗୁଳୁରେ ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମରରେ ଅତିରିକ୍ତ ଚାପ ପଡ଼ିବାରୁ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ମାତ୍ର ବିଭାଗ ଉପଭୋକ୍ତାଙ୍କ କିଲୋୱାଟ୍‌ ବଢାଇ ବିଲ୍‌ ନେଉଥିବା ବେଳେ ସବ୍‌ଷ୍ଟେଶନ କିମ୍ବା ଟ୍ରାନ୍ସଫର୍ମରର ୱାଟ ବଢ଼ାଉନାହାନ୍ତି। ଫଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଘଟୁଛି। ଲୋ ଭୋଲ୍‌ଟେଜ୍‌ ଯୋଗୁ ମଟରରେ ଟାଙ୍କିକୁ ପାଣି ଉଠୁ ନ ଥିବାରୁ ଜଳ ଯୋଗାଣରେ ବିଭ୍ରାଟ ଘଟୁଛି। ଏହାକୁ ନେଇ ଗ୍ରାମାଞ୍ଚଳ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏ ନେଇ ଟିପିସିଓଡିଏଲ୍‌ ସହ ନିର୍ବାହୀଯନ୍ତ୍ରୀ ସ୍ମୃତିରଞନ ରଥଙ୍କୁ ପଚାରିବାରେ କୌଣସି କାରଣରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲେ ଏହା ଲୋ ଭୋଲ୍‌ଟେଜ୍‌ ସମସ୍ୟା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri