Posted inଜାତୀୟ

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ

ନୂଆଦିଲ୍ଲୀ,୪।୬: ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଆଗତ ଦୁଇଟି ପିଟିଶନକୁ ତୁଚ୍ଛ ଏବଂ ଜନହିତରେ ନ ଥିବା ଦର୍ଶାଇ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଆଦେଶ ଦିଆଯାଇଛି।
ଜଷ୍ଟିସ୍‌ ବି.ଆର୍‌. ଗବାଇ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣକୁ ବିରୋଧ କରି ଦାଖଲ ପିଟିଶନଗୁଡ଼ିକୁ ଖାରଜ କରି କହିଛନ୍ତି, ମନ୍ଦିରକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆସିଥାଆନ୍ତି। ସେମାନଙ୍କୁ ଶୌଚାଳୟ ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଆବଶ୍ୟକ ବନ୍ଦୋବସ୍ତ କରୁଛନ୍ତି। ତେଣୁ ନିର୍ମାଣ କାର୍ଯ୍ୟରୁ ସରକାରଙ୍କୁ ବାରଣ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟରେ ମୃଣାଳିନୀ ପାଢ଼ୀଙ୍କ ମାମଲାରେ ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶକ୍ରମେ ମହିଳା ଓ ପୁରୁଷମାନଙ୍କ ପାଇଁ ଟଏଲେଟ୍‌ ଓ ଇଲେକ୍ଟ୍ରିସିଟି ରୁମ୍‌ ନିର୍ମାଣ କରାଯାଉଛି। ଏହା ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ (ଏଏମ୍‌ଏଏସ୍‌ଆର୍‌) ଆଇନ, ୧୯୫୮ର ବିରୁଦ୍ଧାଚରଣ କରୁନାହିଁ। ଉକ୍ତ ନିର୍ମାଣ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଉଦ୍ଦିଷ୍ଟ ପୂର୍ବ ନିର୍ଦ୍ଦେଶନାମାର ଅନୁରୂପ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ଆମେ ଏହି ଯୁକ୍ତି ଉପରେ ବିଚାର କରିଛୁ ଯେ, କେବଳ ଜଣେ ବ୍ୟକ୍ତିଙ୍କୁ ଶୌଚାଳୟ ନିର୍ମାଣ ପାଇଁ ମନା କରାଯାଇପାରିବ। କିନ୍ତୁ ଭକ୍ତମାନଙ୍କ ବୃହତ୍‌ ସ୍ବାର୍ଥରେ ରାଜ୍ୟ ସରକାର ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ ପାଇଁ ଏହି ନିର୍ମାଣ କରୁଥିବାରୁ ବାରଣ କରାଯାଇପାରିବ ନାହିଁ। ନିକଟ ଅତୀତରେ ଛତୁ ଫୁଟିଲା ଭଳି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଥିବା ଦେଖିବାକୁ ମିଳିଛି। ଏଭଳି ଅନେକ ପିଟିଶନ ପ୍ରଚାର ହିତରେ କିମ୍ବା ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଆବେଦନଗୁଡ଼ିକୁ ମୂଳରୁ ଖାରଜ ନ କଲେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଜଷ୍ଟିସ୍‌ ଗବାଇ ରାୟ ଶୁଣାଇ କହିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଇନ୍ସପେକ୍ସନ ରିପୋର୍ଟକୁ ଅବଜ୍ଞା କରି ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ଅନେକ ବିବାଦ ହୋଇଛି। ତେବେ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ବିବରଣୀ ସମସ୍ତ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିଛି। କୌଣସି ପ୍ରତ୍ନତାତ୍ତ୍ୱିକ ଅବଶେଷକୁ ନଷ୍ଟ କରାଯାଇ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲଙ୍କ ମତାମତକୁ ଓଡ଼ିଶା ହାଇକୋର୍ଟ ରେକର୍ଡ କରିଥିଲେ। ଉକ୍ତ ଦୁଇ ଆବେଦନ ନିରାଧାର ବୋଲି ସ୍ପଷ୍ଟ ହୋଇଥିବାରୁ ଏହାକୁ ଖାରଜ କରାଯାଉଛି। ଏଥିସହ ସୁପ୍ରିମକୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଦ୍ୱୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଆଦେଶ ଦିଆଯାଉଛି। ରାୟର ୪ ସପ୍ତାହ ମଧ୍ୟରେ ଆବେଦନକାରୀମାନେ ଜରିମାନା ରାଶି ପଇଠ କରିବେ।
ପ୍ରକାଶ ଯେ, ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ ଉପରେ ସ୍ଥଗିତାଦେଶ ଜାରି ପାଇଁ ନିର୍ଦ୍ଦେଶ ଦେବାକୁ ଗତ ୯ରେ ଓଡ଼ିଶା ହାଇକୋର୍ଟ ମନା କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ୨୩ ତାରିଖରେ ଅର୍ଦ୍ଧେନ୍ଦୁ କୁମାର ଦାସ ଏବଂ ୨୭ ତାରିଖରେ ସୁମନ୍ତ କୁମାର ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ (ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ରାଜ୍ୟ ସରକାର ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କଠାରୁ ଏନ୍‌ଓସି ନ ନେଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ଏହି ପ୍ରାଚୀନ ମନ୍ଦିରର ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଛି। ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ (ଏଏମ୍‌ଏଏସ୍‌ଆର୍‌) ଆଇନ, ୧୯୫୮କୁ ଉଲ୍ଲଂଘନ କରୁଥିବାରୁ ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଉ ବୋଲି ଗୁରୁବାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନି ଖଣ୍ଡପୀଠରେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଯୁକ୍ତି ଉପସ୍ଥାପନ କରି କହିଥିଲେ, ଏଏମ୍‌ଏଏସ୍‌ଆର ଆଇନ ଅନୁସାରେ ନ୍ୟାଶନାଲ ମନୁମେଣ୍ଟ୍‌ସ ଅଥରିଟି (ଏନ୍‌ଏମ୍‌ଏ) ହେଉଛନ୍ତି ଉପଯୁକ୍ତ କର୍ତ୍ତୃପକ୍ଷ। ଏନ୍‌ଏମ୍‌ଏ ଦ୍ୱାରା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଉପଯୁକ୍ତ ଯୋଗ୍ୟ କର୍ତ୍ତୃପକ୍ଷ ବୋଲି ଘୋଷଣା କରାଯାଇଛି। ତେଣୁ ନିର୍ମାଣ କାର୍ଯ୍ୟ ଆଇନ ଅନୁସାରେ ଚାଲିଥିବା ପରିଜା କହିଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ଖଣ୍ଡପୀଠ ଗୁରୁବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ, ଯାହା ଶୁକ୍ରବାର ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?