Posted inଫୁରସତ

ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ

ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ…

ଯିଏ କମନୀୟ କବିତା ଲେଖି କିଣି ନିଅନ୍ତି ଅଗଣିତ ପାଠକଙ୍କ ମନ, ସେ ପୁଣି ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ପାଇଁ ଡାକ ଦିଅନ୍ତି ଉଦ୍ଦାତ୍ତ ସ୍ବରରେ, ଓଡ଼ିଆ ଭାଷାରେ ଦାପ୍ତରିକ କାମ ହେଉ ବୋଲି କରିପାରନ୍ତି ଆମରଣ ଅନଶନ। ଯେ କବିତାର କାନ୍ତ କୋମଳ ଦୁନିଆରୁ ରସ ଖୋଜନ୍ତି ସେ ପୁଣି ଓଡ଼ିଆ ଭାଷାରେ ଓକିଲାତି ସପକ୍ଷରେ ବାଢ଼ନ୍ତି ବଜ୍ର କଠୋର ଯୁକ୍ତି। ଯିଏ ଓଡ଼ିଆ କବିତାରେ ଧୂରନ୍ଧର ସେ ପୁଣି କୋଶଳୀ କବିତାରେ ତିଆରି କରନ୍ତି ନୂଆ କଥ୍ୟ।
ସେ ଆଉ କେହି ନୁହନ୍ତି କବି, ଭାଷା କର୍ମୀ, ଅଧିବକ୍ତା ଗଜାନନ ମିଶ୍ର।

ପିତା ଭଗବାନ ମିଶ୍ର, ମାତା ରାଧିକା ଦେବୀଙ୍କ ସୁପୁତ୍ର ଗଜାନନଙ୍କ ଜନ୍ମ ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର ଜିଲ୍ଲାରେ। ତିନି ଏପ୍ରିଲ, ୧୯୬୦ ମସିହାରେ। ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ ସେ। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ।

ତାଙ୍କର ସରଳ ସାବଲୀଳ ପ୍ରକାଶଭଙ୍ଗୀ ପଛରେ ଥାଏ ସ୍ପଷ୍ଟତା ଓ ବ୍ୟଞ୍ଜନା। ଅଜସ୍ର କବିତା ରଚନା କରିଥିବା କବି ଗଜାନନ ସାହିତ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାଁ । ତାଙ୍କର ଅନେକ କବିତା ହିନ୍ଦୀ ଭାଷାରେ ଅନୁଦିତ ହୋଇ ସର୍ବଭାରତୀୟ ସ୍ବୀକୃତି ଲାଭ କରିଛି। ସର୍ବନାମ, ନଥିବା ଚିତ୍ର, ଷ୍ଟେସନ, କବିତାଘର, ଅହର୍ନିଶି, ଚରୈବେତୀ, ଗୋଟାପଣେ, କାଳକାଳ, ନାବ, ମହାରେଖା, ସଙ୍କେତ ଉଦ୍ଧବ, ପଞ୍ଚରାମା, କୁଶେର ପନା, ଦେଖନାବାଲା ଏକ୍ଲା, ଅମୃତସବୁ, ନଥିବା ଚିତ୍ର, ଅବ୍ଗି ନୂଆଁ, ଓଡ଼ିଆରେ ଓକିଲାତି, ଅବ୍ୟୟ, ଦେୱାନୀ ଏବଂ ଫୌଜଦାରୀ, ଅନଲି ହିଅର ଏବଂ କଣ୍ଟିଲୋ ଭାୟା ଭଳି ଅନେକ ପୁସ୍ତକ ତାଙ୍କ ସର୍ଜନଶୀଳତାର ସ୍ବାକ୍ଷର ବହନ କରେ। ସର୍ଜନା କ୍ଷେତ୍ରରେ ନିଜର ଅବଦାନ ପାଇଁ ଗଜାନନ ମିଶ୍ର ଅନେକ ସାହିତ୍ୟାନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ । ସେ ମଧ୍ୟ କୋଶଳୀ ଭାଷାରେ ରଚନା କରିଛନ୍ତି ଅନେକ ସାର୍ଥକ କବିତା । ଗଦ୍ୟ ରୀତିରେ କୋଶଳୀ ଭାଷାରେ କରିଛନ୍ତି ଅନେକ ପରୀକ୍ଷା ନିରୀକ୍ଷା । ଏ ସବୁ ବାଦ ଗଜାନନ ମିଶ୍ର ଜଣେ ଭାଷା କର୍ମୀ । ଭାଷା ଆନ୍ଦୋଳନରେ ଜଣେ ନେତା ଓ କର୍ମୀ ଭାବେ ସେ ଉତ୍ସର୍ଗ କରିଛନ୍ତି ସମୟ ଓ ବ୍ୟକ୍ତିଗତ ସ୍ବାଛନ୍ଦ୍ୟ। ସାଧାରଣ ଓ ସରଳ ଢଙ୍ଗରେ ଦାବୀ କରନ୍ତି ଅଥଚ କାର୍ଯ୍ୟକାରି କରିବାକୁ ଅଡ଼ି ବସନ୍ତି ସେ ଦୃଢ଼ ଭାବରେ। କୁହନ୍ତି ,‘ମୋ ଦାବି ଛୋଟିଆ। ବିଦେଶୀ ଭାଷା ବୁଝି ପାରୁନି, ମୋ ଭାଷାରେ ଲେଖି କରିଦିଅ। ବାସ୍‌। ହେଉନି। ଟଙ୍କା ସୁନା ରୂପା ଚାକିରୀ ମାଗୁନି। ମୋ ଭାଷାରେ କଥାବାର୍ତ୍ତା କର । ସମ୍ବିଧାନ ତ ଏଇଟା କହୁଛି, ଆଇନ ତ ଏଇଟା କହୁଛି । କୋଉ ବଡ କଥା ମୋ ଦ୍ୱାରା କହି ହେଉଛି ଯେ !’ ପୁଣି କୁହନ୍ତି ,‘ଭାଷା ପାଇଁ ରାଜ୍ୟ। ଭାଷାହୀନ ଜୀବନ କି ଜୀବନ! ଏଇଥିପାଇଁ ଅନଶନ! ସମ୍ବିଧାନର ଅଷ୍ଟମ ସୂଚୀରେ ଇଂରାଜୀ ଭାଷାର ସ୍ଥାନ ନାହିଁ। ଇଂରାଜୀ କାହାର ଭାଷା ? ସେଇ ଉପନିବେଶବାଦୀ, ଶୋଷଣକାରୀ, ଲୁଣ୍ଠନକାରୀଙ୍କ ନୁହଁକ? ଏଇ ବିଦେଶୀ ଭାଷା ଦ୍ୱାରା ଆମେ ସାର୍ବଭୌମ ଦେଶର ଲୋକଙ୍କୁ ଅନ୍ଧାରରେ ରଖି ଶୋଷି ଚାଲିଥିବା?’ ଓଡ଼ିଆ ଭାଷାରେ ବିଚାରକଙ୍କ ବିଚାର ଜାଣିବାର ଅଧିକାର ମହକିଲର ଅଛି ବୋଲି ସେ ଦୃଢୋକ୍ତି କରନ୍ତି । ସେଥିଲାଗି ସେ କେଶ ଲଢ଼ି ସଫଳ ହୋଇଛନ୍ତି । ‘ଓଡ଼ିଆରେ ଓକିଲାତି’ ନାମରେ ଏକ ବହି ଲେଖି ସେ ଭାଷା ଏବଂ ଓକିଲାତି କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି । ସରକାରୀ କାମ ଓଡ଼ିଆ ଭାଷାରେ ହେଉ ବୋଲି ବ୍ୟକ୍ତିଗତ ସୁଖସୁବିଧାକୁ ପଛରେ ପକେଇ ଅନଶନ କରିଛନ୍ତି ।

ଥିବା ସାରାଟା ଜୀବନରେ ଯେଉଁ ଅପ୍ରାପ୍ତି, ଅବସୋସ ଗଜାନନ ମିଶ୍ରଙ୍କୁ ଚିନ୍ତାଶୀଳ କରିଛି, ସେହି ଭିତ୍ତିରେ ସେ ତିଆରି କରିଛନ୍ତି ତାଙ୍କ ସ୍ବପ୍ନ ତପୋବନ ଏକାଡେମୀ ନାଁରେ। ପିଲାଏ ପଢିବେ, ଗଢିହେବେ। ମୂଳଦୁଆ ଦୃଢ଼ ହେଲେ ନିବାସ ଆପେ ଶକ୍ତ ହେବ, ଏହି ସ୍ବପ୍ନରେ ତାଙ୍କ ସ୍ବପ୍ନର ବିଦ୍ୟାଳୟ ତପୋବନ ଏକାଡେମୀ ଯାହାକୁ ସେ ଆରମ୍ଭ କରିଛନ୍ତି ଏଇ ଦୁଇ ବର୍ଷ ହେଲା ସିରୋଲ, ଟିଟିଲାଗଡ଼ରେ। ଏକାଡ଼େମୀର ଜନକ ଭାବରେ ସେ କୁହନ୍ତି , ‘ସୃଜନଶୀଳତାର ପ୍ରତୀକ ହେବ ତପୋବନ ଏକାଡେମୀ। ଭାଷାର ପ୍ରତିବନ୍ଧକ ନ ଥିବ। ବହୁତ ଭାଷା ଉପରେ ଗବେଷଣା ଚାଲିବ। ଭାଷା ତ ମାତ୍ର ଗୋଟିଏ ମାଧ୍ୟମ ନିଜକୁ ପ୍ରକାଶ କରିବାର। ମଣିଷତ୍ୱ ଖୋଜା ଚାଲିବ। ମଣିଷ ଗଢା କାରଖାନା ହେବ। ନିଶ୍ଚୟ ହେବ। ବିଶ୍ୱକୁ ନୂଆ ରୂପରେ ଦେଖେଇବ ତପୋବନ ଏକାଡେମୀ। ପ୍ରେମମୟ ଜୀବନ, ଶାନ୍ତି ପୂର୍ଣ୍ଣ ଜୀବନଶୈଳୀ, ପ୍ରକୃତିର ନିକଟତର ହୋଇ ବଞ୍ଚିବାର ମାନେ ବୁଝାଯିବ।’

-ମାନମୟୀ ରଥ
ସେଣ୍ଟଜାଭିୟର୍ସ କିଡ୍‌ସ, ବାଲିପୁଟ, ପୁରୀ
ମୋ-୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍‌ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?