୧୮୩ ଘରୋଇ ହସ୍ପିଟାଲରେ ଦିଆଯିବ କୋଭିଡ୍‌ ଟିକା

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ଥିବା ୧୮୩ଟି ଘରୋଇ ହସ୍ପିଟାଲକୁ ପ୍ରାଇଭେଟ୍‌ କୋଭିଡ୍‌ ଭ୍ୟାକ୍ସିନେଶନ ସେଣ୍ଟର (ପିସିଭିସି) କରାଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ସମସ୍ତ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏହି ୧୮୩ଟି ଘରୋଇ ହସ୍ପିଟାଲରେ ଟିକାକରଣ ନିମନ୍ତେ ଆବଶ୍ୟକ ସୁବିଧା କରିବା ପାଇଁ ପଦକ୍ଷେପ ନେବାକୁ ମହାପାତ୍ର କହିଛନ୍ତି। ବିଶେଷକରି ହସ୍ପିଟାଲରେ ପର୍ଯ୍ୟାପ୍ତ କୋଲ୍ଡ ଚେନ୍‌ ସରଞ୍ଜାମ ଓ କ୍ଷମତା, ପ୍ରତୀକ୍ଷା ଗୃହ, ଟିକାକରଣ ଗୃହ ଓ ଟିକାକରଣ ପରେ ନିରୀକ୍ଷଣ ଗୃହ, ପର୍ଯ୍ୟାପ୍ତ ପ୍ରଶିକ୍ଷିତ ଟିକା ପ୍ରଦାନକାରୀ ଏବଂ ଟିକାକରଣ ପାଇଁ ସବୁ ପ୍ରକାର ନିୟମ ପାଳନ କରିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଉକ୍ତ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଟିକାକରଣ ନେଇ ଏକ ସମସ୍ୟା ଦେଖାଦେଇଛି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ। ସରକାର ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏସ୍‌କେୱାଇରେ ସାମିଲ ୧୮୩ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅଧୀନ ୧୮୩ଟି ହସ୍ପିଟାଲକୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ଶୁକ୍ରବାର କେନ୍ଦ୍ର ସହ ହୋଇଥିବା ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି। ହସ୍ପିଟାଲ ସାମିଲ ହେବା ପରେ ସେଠାରେ ମାଗଣା ଟିକା ମିଳିବ କି ନାହିଁ, ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯିବ ଓ ଘରୋଇ ହସ୍ପିଟାଲରେ କିଛି ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ତାହା ଠିକ୍‌ ହୋଇନାହିଁ। ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବର୍ତ୍ତମାନ ଆମ ପାଖରେ ଟିକା ମହଜୁଦ ଅଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ରାଜ୍ୟରେ ଚାଲିଥିବା ଟିକାକରଣ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୮୮ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୬ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ୭୮ ପ୍ରତିଶତ ସମ୍ମୁଖ କରୋନା ଯୋଦ୍ଧା ଟିକା ନେଇଛନ୍ତି ଓ ଏବେ ବି ତାହା ଜାରି ରହିଛି। ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ। ଏଥିପାଇଁ ଦୁଇଟି ଉପାୟରେ ପଞ୍ଜୀକରଣ କରାଯିବ। ପୋର୍ଟାଲ ଓ ଟିକାକରଣ କେନ୍ଦ୍ରରେ ନାମ ପଞ୍ଜୀକରଣ କରି ବୟସ୍କ ଓ ଗୁରୁତର ରୋଗୀ ଟିକା ନେଇପାରିବେ। ତେବେ ଗୁରୁତର ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ଏକ ଡାକ୍ତରୀ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri