Posted inଜାତୀୟ

ଟିକା ହିଁ ଆଶା

ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍‌-୧୯ ରୂପେ ନାମକରଣ କରାଯାଇଥିଲା। ଏହି ମହାମାରୀର ଚେର ଅଦ୍ୟାବଧି ୨୨୫ରୁ ଊର୍ଦ୍ଧ୍ୱ ଦେଶକୁ ଲମ୍ବିସାରିଛି। ଏଥିରେ ୬୯,୪୧୮,୪୬୪ ଜଣ ସଂକ୍ରମିତ ହୋଇଥିବାବେଳେ ବିଭିନ୍ନ ଉପାୟରେ ଚିକିତ୍ସିତ ହୋଇ ୪୮,୧୬୫,୧୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଚିକିତ୍ସା ପାଇଁ ଯେଉଁସବୁ ଉପାୟ ଆପଣାଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଗୁରୁବାର ସୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୧,୫୭୯,୧୦୦ରେ ପହଞ୍ଚତ୍ଛି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ହେଉଛି ପ୍ରାୟ ୧ ଲକ୍ଷ ୪୨ ହଜାର। ଏଭଳି ସମୟରେ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଭାକ୍ସିନ ହିଁ ଏକମାତ୍ର ଆଶା।

ନୂଆଦିଲ୍ଲୀ/ଲଣ୍ଡନ, ୧୧ା୧୨:ବିଶ୍ୱର ସର୍ବବୃହତ୍‌ ଭାକ୍ସିନ ପ୍ରସ୍ତୁତକାରୀ ଦେଶ ଭାରତରେ ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ୍‌-୧୯ ଟିକା ଆସିବାକୁ ଯାଉଛି। ୩ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଆବେଦନ ଡ୍ରଗ୍‌ ନିୟନ୍ତ୍ରକଙ୍କ ବିଚାରାଧୀନ ରହିଛି। ସାରା ବିଶ୍ୱରେ ବିକ୍ରି ହେଉଥିବା ମୋଟ ଭାକ୍ସିନର ୬୦% କେବଳ ଭାରତରେ ପ୍ରସ୍ତୁତ ହୋଇଥାଏ। ଦେଶର ୪୦ ବିଲିୟନ ଫାର୍ମାସ୍ୟୁଟିକାଲ୍‌ ସେକ୍ଟର ଫାଇଜର୍‌ ଇନ୍‌କ ଓ ମଡର୍ନା ଶଟ୍‌ ଏଥିରେ ସାମିଲ ହେବା ପରେ ଭାରତ ବିଶ୍ୱର ପ୍ରତିଷେଧନ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ଭାରତରେ ୮ଟି କୋଭିଡ୍‌ ଟିକା ଉଦ୍ଭାବନ ହୋଇଛି। ସେହିପରି ଅରବିନ୍ଦ ଫାର୍ମା ପକ୍ଷରୁ ବିକଶିତ ଅନ୍ୟ ଏକ ଟିକା ପ୍ରାଥମିକ ପର୍ଯ୍ୟାୟରେ ଅଛି। ଏହି ୯ ଟିକା ମଧ୍ୟରୁ ୬ ଭାକ୍ସିନର କ୍ଲିନିକାଲ୍‌ ଟ୍ରାଏଲ୍‌ ଚାଲିଥିବାବେଳେ ୩ଟି ପ୍ରିକ୍ଲିନିକାଲ୍‌ ଷ୍ଟେଜ୍‌ରେ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଦିନରେ ୬ ଲକ୍ଷ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ନୂଆଦିଲ୍ଲୀ, ୧୫।୮: ଦେଶରେ ଯୋଗାଯୋଗ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇବାରେ ଲାଗିଛି। ୨୦୧୪ ପୂର୍ବରୁ ଦେଶର ୬୦ ପଞ୍ଚାୟତରେ ଅପ୍ଟିକାଲ ଫାଇବର ବିଛାଯାଇଥିଲା। ତେବେ ପରବର୍ତ୍ତୀ...

ଆଜି ଫେରିବ ୭ ବିମାନ

ନୂଆଦିଲ୍ଲୀ,୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଆଉ ଜଣେ ହେଲେ ଭାରତୀୟ ନାହାନ୍ତି। ସମସ୍ତ ନାଗରିକ କ୍ୱିଭ୍‌ ଛାଡ଼ିଥିବା ଭାରତର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି...

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହେଲେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ ଅସମ୍ଭବ

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଏହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କ ପାଇଁ...

କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍‌, ବିମାନଠୁ ଅଧିକ ଉପରେ ଉଡ଼େ

ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍‌ରେ ଜୁନ୍‌ରେ ଡ୍ରୋନ୍‌ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ...

ଭୋଜି ଖାଇବା ପରେ ରକ୍ତବାନ୍ତି କଲେ ଗ୍ରାମବାସୀ

ଡେରାଡୁନ: ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏକାଠି ବସି ଖାଇଥିଲେ। ଖାଇବା ପରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଏମିତି ଘଟଣା ଉତ୍ତରପ୍ରଦେଶରେ...

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ...

ପିତାଙ୍କୁ ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ା୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୭ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ  ପିତାଙ୍କୁ...

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ...

Advertisement
Archives

Model This Week