ବିଷାକ୍ତ ପାରାକ୍ବେଟ୍‌ର ବ୍ୟବହାର ନିଷିଦ୍ଧ

ଭୁବନେଶ୍ୱର,୬।୧୦(ଅସମାପିକା ସାହୁ): ତୃଣନାଶକ ଭାବେ ବ୍ୟବହୃତ ହେଉଥିବା ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବେଟ୍‌କୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏବଂ ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଗୁରୁବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବା ସହିତ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବିକ୍ରୟ/ ମହଜୁଦ/ ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି। କୀଟନାଶକ ଅଧିନିୟମ ୧୯୬୮ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ। ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସମ୍ପର୍କରେ ବିଜ୍ଞାନଭିତ୍ତିକ ମତାମତ ପାଇବା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହି ରାସାୟନିକ ପଦାର୍ଥର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବେ। ‘ମୋ ସରକାର’ ଉପକ୍ରମ ଅଧୀନରେ ହିତାଧିକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷାକ୍ତ ପାରାକ୍ବେଟ୍‌ ନିଷିଦ୍ଧ କରିବା ବିଷୟରେ ଯାଞ୍ଚ ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ପରାମର୍ଶ ଦେଇଥିଲେ। ବିଭାଗ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ତର୍ଜମା ପରେ ପାରାକ୍ୱେଟ୍‌କୁ ନିଷିଦ୍ଧ କରାଯାଇଛି।
ଏଥିସହ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଅଧିକୃତ ବିକ୍ରେତାଙ୍କ ଦ୍ୱାରା କୀଟନାଶକ ଏବଂ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ କୃଷି ବିଭାଗର ଅଧିକୃତ ଅଧିକାରୀ, ସମ୍ପୃକ୍ତ ସରକାରୀ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକଙ୍କ ପ୍ରେସ୍‌କ୍ରିପ୍‌ଶନକୁ ବାଧ୍ୟତାମୂଳକ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଏ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ। ଏହାଦ୍ୱାରା କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ କୀଟନାଶକ ଔଷଧ ଏବଂ କୃଷି ରାସାୟନିକ ପଦାର୍ଥର ଠିକ୍‌ ବ୍ୟବହାର ହୋଇପାରିବ। କୃଷକ ଓ ପରିବେଶ ଉପରେ ହେଉଥିବା କ୍ଷତିକୁ ହ୍ରାସ କରାଯାଇପାରିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?