Posted inଖେଳ

କୋହଲିଙ୍କୁ ଫିଟ୍‌ନେସ୍‌କୁ ନେଇ ଆସିଲା ଅପ୍‌ଡେଟ୍‌

ଜୋହାନ୍ସବର୍ଗ,୭।୧:କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଛି ଏବଂ ଏହି ପରାଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ ସ୍ତରକୁ ଆସିଛି। ଭାରତୀୟ ଟେଷ୍ଟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିଲେ। ଏଭଳି ପରିସ୍ଥିତିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ।
ଏହି ପରାଜୟ ପରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟକୁ ଫେରିବେ କି ନାହିଁ ତାହା ଉପରେ ଏବେ କେବଳ ଗୋଟିଏ ପ୍ରଶ୍ନ ରହିଛି। କେପଟାଉନରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ଅଟେ। ଦ୍ୱିତୀୟ ମ୍ୟାଚ ହାରିଯିବା ପରେ ଭାରତର ଷ୍ଟାଣ୍ଡ-ଅଧିନାୟକ କେ.ଏଲ ରାହୁଲ କହିଛନ୍ତି ଯେ ବିରାଟ କୋହଲି ନେଟ୍ସରେ ଅଭ୍ୟାସ କରିବା ଆରମ୍ଭ କରିଛନ୍ତି। ଆଶା ସେ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଫିଟ ହୋଇଯିବେ।
କ୍ୟାପଟେନ କୋହଲି ତାଙ୍କ ଉପର ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବଞ୍ଚିତ ହୋଇଥିଲେ। ମ୍ୟାଚ ପରେ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ କୋହଲିଙ୍କ ଫିଟନେସ ଉପରେ ଏକ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ କୋହଲି ଫିଟ ଦେଖାଯାଉଛନ୍ତି ଏବଂ ନେଟ୍ସରେ ଅଭ୍ୟାସ କରୁଛନ୍ତି। ସେ ଫିଜିଓ ସହିତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଲୋଚନା କରିନାହାଁନ୍ତି, କିନ୍ତୁ ସେ ଯାହା ଶୁଣୁଛନ୍ତି ଏବଂ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି, ଏଥିରୁ ଜଣାପଡୁଛି ଯେ ସେ ଫିଟ ହୋଇ ଯିବେ। ଆଶା ଅଛି ସେ ତୃତୀୟ ଟେଷ୍ଟ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପାଇଁ ଖୁସି ଖବର

ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...

୩୦ ବଲ୍‌ରେ ଲୋଡା ଥିଲା ୩୧ ରନ୍‌: ଘଟିଲା କିଛି ଅପ୍ରତ୍ୟାଶିତ; ଚମକି ଯାଇଥିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଖେଳାଯାଇଛି। ଏଥିରେ କୋଲକାତା ଟିମ୍‌ ଟସ୍‌...

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି।...

୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ପାଇଁ ଖୁସି ଖବର, ଫେରିବେ ରାଇନା

ଆଇପିଏଲର ୧୩ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚର୍ଚ୍ଚାରେ ଥିଲା। ପ୍ରଥମ ଥର ପାଇଁ ଦଳକୁ ନକଆଉଟରୁ ବାହାରି ଯାଇଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା...

ବ୍ୟାଟ୍ସମ୍ୟାନ୍‌ଙ୍କୁ ଗୋଡରେ ଆଉଟ୍‌ କଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୩: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଏକ ରୋଚକ ଘଟଣା ଘଟିଛି। ମଙ୍ଗଳବାର ଅଧିନାୟକ ତମିମ ଇକବାଲ ଏବଂ ମିଡିଲ...

ନାଜମୁଲ, ମୋମିନୁଲଙ୍କ ଅର୍ଦ୍ଧଶତକ

ଢାକା,୨୩ା୨(ଏଏଫ୍‌ପି): ଢାକାଠାରେ ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ନାଜମୁଲ ହୋସେନ ଏବଂ ମୋମିନୁଲ ହକ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିଜ ସ୍ଥିତିକୁ...

ବିଦାୟୀ ମ୍ୟାଚ୍‌ରେ ଭାଙ୍ଗିଲେ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୯।୧: ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟର ରସ ଟେଲର ରବିବାର ଶେଷ ଥର ପାଇଁ ଫିଲ୍ଡକୁ ଓହ୍ଲାଇଛନ୍ତି। ଦେଶ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସେ...

ପିଙ୍କ୍‌ ବଲ୍‌ ଟେଷ୍ଟ: କିମ୍ବଦନ୍ତୀ କ୍ରିକେଟରଙ୍କ ଭିଡ ଜମିବ

କୋଲକାତା,୨୦।୧୧(ପି.ଟି.): ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌। ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ...

Advertisement
Archives

Model This Week