Posted inଫୁରସତ

ଅନନ୍ୟ ଶୈଳନିବାସ ସକଲେଶପୁର

କର୍ନାଟକସ୍ଥିତ ଏକ ଛୋଟ ତଥା ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ସମୁଦ୍ରପତ୍ତନଠାରୁ ପ୍ରାୟ ୯୫୬ ମିଟର ଉଚ୍ଚତାରେ ଥିବା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ଆଗନ୍ତୁକ ଅନେକ ଛୋଟବଡ଼ ପାହାଡ, ଝରଣା, ମନ୍ଦିର ତଥା ସବୁଜ ବନାନୀର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ଦେଖିବାର ସୁଯୋଗ ପାଇପାରିବେ…

କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପାର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟ ସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।
ନାମକୁ ନେଇ ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ସ୍ଥାନଟି ମୈସୁର ଶାସକଙ୍କ ଅଧୀନରେ ରହିବାର ବହୁ ପୂର୍ବରୁ ହୋୟସଲା ଏବଂ ଚୋଳ ଶାସକଙ୍କ ଅକ୍ତିଆରରେ ରହିଥିଲା। ଏକ ପୌରାଣିକ କଥା ଅନୁଯାୟୀ, ହୋୟସଲା ଶାସକ ଥରେ ଏଠାକୁ ବୁଲି ଆସିବା ସମୟରେ ବାଟରେ ତାଙ୍କୁ ଏକ ଭଗ୍ନ ଶିବଲିଙ୍ଗ ମିଳିଥିଲା; ଯଦ୍ଦ୍ବାରା ସେ ସଙ୍ଗେସଙ୍ଗେ ଏହି ସ୍ଥାନଟିର ନାମ ସକଲେଶପୁର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି ଯେହେତୁ ଏଠାରେ କୃଷି ଉତ୍ପାଦନ ବହୁତ ଭଲ ହୋଇଥାଏ, ତେଣୁ ଏହି ସ୍ଥାନଟିର ନାମ ସକଲେଶପୁର ରଖାଯାଇଥିବା ଅନ୍ୟ ଏକ ଲୋକକଥାରୁ ମଧ୍ୟ ଜାଣିବାକୁ ମିଳିଥାଏ।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି କେତୋଟି ଆକର୍ଷଣୀୟ ଦୁର୍ଗ, ଜଳପ୍ରପାତ, ମନ୍ଦିର, ଟ୍ରେକିଂ ପଏଣ୍ଟ ତଥା ଭ୍ୟୁ ପଏଣ୍ଟ ଇତ୍ୟାଦି।
ଦୁର୍ଗ: ତାରା ଆକୃତିର ମଞ୍ଜରାବାଦ୍‌ ଦୁର୍ଗ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। କୁହାଯାଏ, ଏହି ଦୁର୍ଗ ନିକଟରେ ପହଞ୍ଚତ୍ବାକୁ ହେଲେ ଆଗନ୍ତୁକଙ୍କୁ ପ୍ରାୟ ୨୫୦ଟି ପାହାଚ ଚଢି ଯିବାକୁ ହୋଇଥାଏ। ଆଉ ଏହି ଦୁର୍ଗ ପାଖରେ ପହଥିଲା ପରେ ଏଠାକାର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ କ୍ଷଣିକରେ ମନ ମୋହି ନେଇଥାଏ।
ମନ୍ଦିର: ଦର୍ଶକଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ପାଇଁ ଏଠାକାର ନିକଟବର୍ତ୍ତୀ ଅଞ୍ଚଳରେ ରହିଛି କେତେକ ମନ୍ଦିର। ଯେମିତି କି: ସକଲେଶ୍ୱର ମନ୍ଦିର, କୁକ୍କେ ସୁବ୍ରମଣ୍ୟ ମନ୍ଦିର, ବେଟ୍ଟା ବିରଭେଶ୍ୱର ମନ୍ଦିର, ହାଲେବିଦ୍‌ ଓ ବେଲୁର୍‌ ମନ୍ଦିର, ଆୟେପ୍ପା ସ୍ବାମୀ ମନ୍ଦିର, ଏଶଓ୍ବାରା ମନ୍ଦିର ଇତ୍ୟାଦି।
ଜଳପ୍ରପାତ: ମାଞ୍ଜେହାଲି, ହାଡ୍‌ଲୁ ହେଉଛି ସକଲେଶପୁରରେ ଦେଖିବାକୁ ମିଳୁଥିବା ଦୁଇ ପ୍ରମୁଖ ଜଳପ୍ରପାତ। ପର୍ଯ୍ୟଟକ ଚାହିଁଲେ ଖରାଦିନେ ଏଠାରେ ଗାଧୋଇବାର ମଜା ମଧ୍ୟ ନେଇପାରିବେ।
ଟ୍ରେକିଂ ପଏଣ୍ଟ: ଅଗ୍ନି ଗୁଡ୍ଡା ହିଲ୍‌, ପାଣ୍ଡଭାର୍‌ ଗୁଡ୍ଡା, ଜେନୁକାଲ୍‌ ଗୁଡ୍ଡା, ଓମାଟ୍ଟୁ ଗୁଡ୍ଡା, ଗ୍ରୀନ୍‌ ରୁଟ୍‌ ଟ୍ରେକ୍‌ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଟ୍ରେକିଂର ବେଶ୍‌ ଭଲ ସୁବିଧା ରହିଛି।
ଏସବୁ ବ୍ୟତୀତ ବିସ୍‌ଲେ ଭ୍ୟୁ ପଏଣ୍ଟ ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ସ୍ଥାନ। ସେହିପରି ପର୍ଯ୍ୟଟକ ଚାହିଁଲେ ଏଠାକାର ହେମାବତୀ ଡ୍ୟାମ୍‌ ଆଡେ ବୁଲିଯାଇ କିଛିଟା ନିଆରା ଅନୁଭୂତି ମଧ୍ୟ ସାଉଁଟି ପାରିବେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ସକଲେଶପୁର ଯିବା ପାଇଁ ସୁବିଧା ଥିଲେ ହେଁ, ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଏଠାକୁ ଗଲେ, ବୁଲିବାର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ସକଲେଶପୁର ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ, ଯାହା ଉକ୍ତ ଶୈଳନିବାସଠାରୁ ମାତ୍ର ୨ କି.ମି. ଦୂରରେ ଅବସ୍ଥିତ। ସେହିପରି ଏଠାକୁ ଯିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ର ମଧ୍ୟ ଭଲ ସୁବିଧା ରହିଛି। ତା’ଛଡ଼ା ମାଙ୍ଗାଲୋର୍‌ ଇଣ୍ଟରନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ସକଲେଶପୁରର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ପ୍ରାୟ ୧୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏହି ଶୈଳନିବାସରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri