ମା’ଙ୍କ ପ୍ରିୟ ଜୁଏଲେରି

ମା’ ପାଇଁ ତା’ ପିଲା ହେଉଛି ସବୁଠୁ ମୂଲ୍ୟବାନ ଗହଣା। ତା’ର କୁନି କୁନି ହାତ ଓ ପାଦର କୋମଳ ସ୍ପର୍ଶ ତାକୁ ଅପୂର୍ବ ଆନନ୍ଦ ଦେଇଥାଏ। ଠିକ୍‌ ସେମିତି ସେହି କୁନି କୁନି ହାତ ଓ ପାଦର ଥିମକୁ ନେଇ ତିଆରି ହୋଇଥିବା ଜୁଏଲେରି ବି ତା’ର ଖୁବ୍‌ ମନଲାଖି ଆଉ ପ୍ରିୟ ହୋଇଥାଏ…

କୁହାଯାଏ, ଦୁନିଆର ସବୁ ଖୁସି ଗୋଟେ ପଟେ ଆଉ ମା’ ହେବାର ଖୁସି ଗୋଟେ ପଟେ। ମା’ ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣରେ ରହିଥାଏ ପିଲାମାନଙ୍କ ପ୍ରତି ଅନାବିଳ ସ୍ନେହ, ଶ୍ରଦ୍ଧା ଆଉ ଅସୁମାରୀ ଭଲପାଇବା। ପିଲା ମୁହଁରୁ ମା’ ଡାକ ଶୁଣିଲେ ତା’ ପେଟ ପୂରିଯାଏ, ଦୁନିଆର ସବୁ ଖୁସି ତାକୁ ମିଳିଗଲା ପରି ଲାଗେ। ଧନ, ଦୌଲତ, ଗହଣା, ଗାଣ୍ଠି କେଉଁଥିରେ ବି ଆଉ ଲୋଭ ରୁହେନି। କୋଳରେ ଧରିଥିବା ଶିଶୁ ହିଁ ତା’ପାଇଁ ସବୁଠୁ ମୂଲ୍ୟବାନ ଧନ ହୋଇଯାଏ। ତା’ର କୁନି କୁନି ହାତ ଓ ପାଦର ସ୍ପର୍ଶ ମା’ର ସବୁ ଦୁଃଖକୁ ଭୁଲାଇଦିଏ। ତେଣୁ ସେହି ମା’ମାନଙ୍କର ଖୁସିକୁ ଆଖି ଆଗରେ ରଖି ଏବେ ଶିଶୁର କୁନି କୁନି ପାଦ ଓ ହାତର ଥିମ୍‌କୁ ନେଇ ସ୍ବତନ୍ତ୍ର ଧରଣର ଜୁଏଲେରି ମାର୍କେଟ୍‌କୁ ଆସିଲାଣି; ଯାହାର ଚାହିଦା ବି ବେଶ୍‌ ଭଲ ରହୁଥିବା ଦେଖିବାକୁ ମିଳୁଛି…

ବେବି ଫୁଟ୍‌ ଲକେଟ୍‌: ବେବି ଫୁଟ୍‌ ବା ଶିଶୁଙ୍କ ପାଦ ଡିଜାଇନ୍‌ର ଏହି ଲକେଟ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏହା ବିଭିନ୍ନ ଡିଜାଇନ୍‌ରେ ମଧ୍ୟ ଆସିଥାଏ। ଯେମିତି କି: ଗୋଟିଏ ପାଦର ଲକେଟ୍‌, ଦୁଇଟି ପାଦ ଯୋଡ଼ି ହୋଇ ରହିଥିବା ଲକେଟ୍‌, ଏକାଧିକ ପାଦ ତଳକୁ ଧାଡ଼ି ଧାଡ଼ି ହୋଇ ରହିଥିବା ଲକେଟ୍‌, ଶିଶୁର ପାଦ ଓ ସେଥିରେ ତା’ର ନାମ ଲେଖା ହୋଇଥିବାର ଲକେଟ୍‌ ତଥା ମା’ର ପାପୁଲି ଉପରେ ଶିଶୁର ପାପୁଲି ଥିବା ଡିଜାଇନ୍‌ର ଲକେଟ୍‌ ଇତ୍ୟାଦି ଅନ୍ୟତମ। ଏହା ଉଭୟ ସୁନା, ରୁପା ତଥା ଆର୍ଟିଫିସିଆଲ୍‌ ଜୁଏଲେରି ଭାବେ ମଧ୍ୟ ଉପଲବ୍ଧ। ଏହି ଲକେଟ୍‌କୁ ମା’ମାନେ ଚାହିଁଲେ ବେକରେ ଚେନ୍‌ ସାଙ୍ଗରେ ପିନ୍ଧିପାରିବେ ନଚେତ୍‌ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ହାତରେ ବ୍ରେସ୍‌ଲେଟ୍‌ କରିକି ମଧ୍ୟ ପିନ୍ଧିପାରିବେ।

ବେବି ଫୁଟ୍‌ ବ୍ରେସ୍‌ଲେଟ୍‌: ଶିଶୁଙ୍କ ପାଦ ଆକୃତିର ଏକାଧିକ ଲକେଟ୍‌କୁ ନେଇ ଖୁବ୍‌ ସୁନ୍ଦର ସୁନ୍ଦର ବ୍ରେସ୍‌ଲେଟ୍‌ ବି ଏବେ ମାର୍କେଟ୍‌ରେ ମିଳିଲାଣି। ସେହିପରି ଚୁଡ଼ି ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ଉପରେ ହୋଇଥିବା ଶିଶୁଙ୍କ ପାଦ ଓ ହାତ ପାପୁଲିର ଆକୃତି ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ଫ୍ୟାଶନପ୍ରିୟ ମା’ମାନଙ୍କର ଏହି ଷ୍ଟାଇଲ୍‌ର ବ୍ରେସ୍‌ଲେଟ୍‌ ଖୁବ୍‌ ପସନ୍ଦ ହୋଇଥାଏ।

ବେବି ଫୁଟ୍‌ ରିଂ: ଶିଶୁଙ୍କ ହାତ ଓ ପାଦ ଡିଜାଇନ୍‌ର ରିଂ ବା ମୁଦିକୁ ହାତରେ ପିନ୍ଧିଲେ ତାହା ବେଶ୍‌ ସୁନ୍ଦର ଦେଖାଯାଇଥାଏ। ଏହା ଉଭୟ ସୁନା, ରୁପା ତଥା ଆର୍ଟିଫିସିଆଲ୍‌ ଜୁଏଲେରି ଭାବେ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ।

ବେବି ଫୁଟ୍‌ ଇୟର ରିଂ: ଖାସ୍‌କରି ମା’ମାନଙ୍କର ଚାହିଦା ତଥା ପସନ୍ଦକୁ ଦେଖି ଆଜିକାଲି ଶିଶୁଙ୍କ ହାତ ତଥା ପାଦର ଡିଜାଇନ୍‌ ହୋଇଥିବା ଇୟର୍‌ ରିଂ ବି ମାର୍କେଟ୍‌କୁ ଆସିଗଲାଣି। ଏହା ଉଭୟ ଷ୍ଟଡ୍‌ ତଥା ଲଙ୍ଗ୍‌ ଡିଜାଇନ୍‌ରେ ଉପଲବ୍ଧ ହେଉଛି। ତା’ଛଡ଼ା ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ଏହି ଇୟର ରିଂ ବି ବେଶ୍‌ ଭଲ ମାନୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri