ମିଳନ ସରିଲା, ଏବେ ଭାସୁଛନ୍ତି ଅଲିଭ ରିଡ୍‌ଲେ

ବ୍ରହ୍ମପୁର,୧ା୨(ଅଶୋକ କୁମାର ସାହୁ):ଗତ ୩ ମାସ ହେଲା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ସମୁଦ୍ରରେ ମିଳନ ପ୍ରକ୍ରିୟା ଚାଲିଥିଲା। ମିଳନ ପ୍ରକ୍ରିୟା ସରିଥିବା ଶୁକ୍ରବାର ସ୍ପଷ୍ଟ ହୋଇଛି। କାରଣ ମାଈ କଇଁଛମାନେ ଭାସମାନ ଅବସ୍ଥାକୁ ଆସିଯାଇଥିବା ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବିନ୍ଦ୍ର ନାଥ ସାହୁ କହିଛନ୍ତି। ତାଙ୍କ କହିବା କଥା ହେଲା ଋଷିକୁଲ୍ୟା ମୁହାଣ ଅଲିଭ ରିଡ୍‌ଲେମାନେ ଅଣ୍ଡା ଦେବା ପାଇଁ ପ୍ରକୃଷ୍ଠ ସ୍ଥଳ। ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିରେ ସେମାନେ ଦଳ ଦଳ ହୋଇ ଗଣ ଅଣ୍ଡାଦାନ କରିବାକୁ ଏହି ସମୟରେ ଆସନ୍ତି। ଏଥିପାଇଁ ବନ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ବେଳାଭୂମିରେ ସାମୁଦ୍ରିକ ବାଡ ଦିଆଯାଇଛି। କୌଣସି ପ୍ରକାର ଜନ୍ତୁ ନ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥି ସହିତ ବେଳାଭୂମିକୁ ସ୍ବଚ୍ଛ ରଖାଯାଇଛି। ବେଳାଭୂମିର ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଅଞ୍ଚଳରେ ସମୁଦ୍ର ଭିତରକୁ ୧୦ କିମି ପର୍ଯ୍ୟନ୍ତ ମାଛ ମାରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। କଇଁଛମାନେ ପ୍ରାୟ ୧୦ କିମି ଅଞ୍ଚଳରେ ମିଳନରେ ମାତିଥିଲେ। ମିଳନ ସରିବା ପରେ ବର୍ତ୍ତମାନ ମାଈ କଇଁଚମାନଙ୍କଠାରୁ ଅଣ୍ଡିରା କଇଁଛ ଅଲଗା ହୋଇଯାଇଛନ୍ତି। ମକର ସଂକ୍ରାନ୍ତି ପରେ ସୂର୍ଯ୍ୟ ଉତ୍ତରାୟଣ ହେବେ। ଫଳରେ ଦକ୍ଷିଣା ବାୟୁ ପ୍ରବାହିତ ହେବା ପରେ ଗରମ ଅନୁଭୂତ ହେବ। ତେଣୁ ମାଈ କଇଁଚମାନେ ଉତ୍ତାପ ନେବା ପାଇଁ ସମୁଦ୍ର ଉପରକୁ ଆସିଯାଇଛନ୍ତି। ସୂର୍ଯ୍ୟଙ୍କଠାରୁ ଉତ୍ତାପ ନେବା ପରେ ସେମାନେ ଅଣ୍ଡା ଦେବାରେ ସହଜ ହେବ, ଯାହାକି ପ୍ରକୃତିର ନିୟମ ବୋଲି ସେ କହିଛନ୍ତି। ଶନିବାର ସମୁଦ୍ର ବେଳାଭୂମି ସଫେଇ ହେବା ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri