Posted inଜାତୀୟ

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ ୩୯୪.୬ ନିୟୁତ ରହିଥିବା ଭାରତୀୟ ଅର୍ଥନୀତି ପର୍ଯ୍ୟବେକ୍ଷକ କେନ୍ଦ୍ର (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ଜୁଲାଇରେ ବେରୋଜଗାରୀ ହାର ୬.୮% ଏବଂ ନିଯୁକ୍ତି ୩୯୭ ନିୟୁତ ଥିଲା। ଗତ ମାସରେ ସହରାଞ୍ଚଳ ବେରୋଜଗାରୀ ୯.୬%କୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୭% ରହିଥିବା ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି। ଲଗାଣ ବର୍ଷା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଗ୍ରାମାଞ୍ଚଳରେ ବେରୋଜଗାରୀ ବଢ଼ିଥିବା କୁହାଯାଉଛି। ଚଳିତ ମାସରେ ଚାଷ କାର୍ଯ୍ୟ ବଢ଼ିବାକୁ ଥିବାରୁ ଗ୍ରାମାଞ୍ଚଳ ବେରୋଜଗାରୀ ହାର ହ୍ରାସ ପାଇପାରେ। ତେବେ ଆଗାମୀ ମାସରେ ସହରାଞ୍ଚଳ ବେରୋଜଗାରୀ ହାର କମିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଅଗଷ୍ଟରେ ହରିୟାଣାରେ ବେରୋଜଗାରୀ ହାର ସର୍ବାଧିକ ୩୭.୩% ଥିବାବେଳେ ଜମ୍ମୁ-କଶ୍ମୀରରେ ୩୨.୮, ରାଜସ୍ଥାନରେ ୩୧.୪, ଝାଡ଼ଖଣ୍ଡରେ ୧୭.୩ ଏବଂ ତ୍ରିପୁରାରେ ୧୬.୩% ରହିଛି। ଅନ୍ୟପକ୍ଷରେ ଛତିଶଗଡ଼ରେ ବେରୋଜଗାରୀ ସର୍ବନିମ୍ନ ୦.୪ % ଥିବାବେଳେ ମେଘାଳୟରୋ ୨%, ମହାରାଷ୍ଟ୍ରରେ ୨.୨% ରହିଛି। ସେହିପରି ଓଡ଼ିଶା ଓ ଗୁଜରାଟରେ ବେରୋଜଗାରୀ ହାର ୨.୬ ପ୍ରତିଶତ ଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି।
ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ହାର ୨୦.୯ରୁ ୧୦.୪% କୁ ହ୍ରାସ ପାଇଛି, ଯାହାକି ୫ ବର୍ଷ ମଧ୍ୟରେ ସର୍ବନିମ୍ନ। ଏନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରୀ ବିଭାଗଗୁଡ଼ିକ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଥିଲେ। ଏନେଇ କୌଣସି ବିଭାଗ ଏପର୍ଯ୍ୟନ୍ତ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିନାହାନ୍ତି। ନିଯୁକ୍ତି ପାଇଁ ଯୁବସମାଜ ଆଉ କେତେଦିନ ଅପେକ୍ଷା କରିବେ ବୋଲି ବରୁଣ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା...

ସାଇ ବାବାଙ୍କ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କଲେ ଭିକାରି

ବିଜୟଓ୍ବାଡା,୧୪।୨: ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷିୟ ଭିକାରି ବିଜୟଓ୍ବାଡାରେ ଥିବା ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି...

ଅପରେଶନ ଥିଏଟରରେ ହିଜାବ ପିନ୍ଧିବାକୁ ଅନୁରୋଧ କଲେ ମୁସଲମାନ ଛାତ୍ର, କଲେଜ କହିଲା ସମ୍ଭବ ନୁହେଁ

ଥିରୁଭାନନ୍ତପୁରମ,୨୮।୬: କର୍ନାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ରହିଛି ସତ, କିନ୍ତୁ ଏହି ବିବାଦ ଦେଶର ବିଭିନ୍ନ ରାଜ୍ୟରେ ମୁଣ୍ଡ...

ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା

ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ...

ଆକ୍ସନ ମୁଡ୍‌ରେ ରାହୁଲ: ଏବେବି ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆକ୍ସନ ମୋଡରେ ବୋଲି କୁହାଯାଉଛି। ଲୋକ ସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ...

ଆନ୍ଦୋଳନରେ ବସିଥିବା କୃଷକଙ୍କୁ ୱାଇ ଫାଇ ସୁବିଧା ଯୋଗାଇ ଦେବେ ଦିଲ୍ଲୀ ସରକାର!

ନୂଆଦିଲ୍ଲୀ,୨୯ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନରେ...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୩।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଶ୍ରୀଲଙ୍କା ବିସ୍ଫୋରଣ ପରେ ବେଙ୍ଗାଲୁରରେ ହାଇ ଆଲର୍ଟ ଜାରି

ବେଙ୍ଗାଲୁର,୨୭।୪: ଶ୍ରୀଲଙ୍କାରେ ଗତ ୨୧ ତାରିଖରେ ହୋଇଥିବା ବିସ୍ଫୋରଣ ପରେ ବେଙ୍ଗାଲୁର ଓ ମୈସୂରୁରେ ହାଇ ଆଲର୍ଟ ଜାରି କରାଯାଇଛି। କର୍ନାଟକର ଦକ୍ଷିଣାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା...

Advertisement
Archives

Model This Week