Posted inଖେଳ

ପୁଣି ଘୁଞ୍ଚିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୪।୯ (ପି.ଟି.): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଥରେ ଘୁଞ୍ଚାଯାଇ ଏହି ମେଗା ଇଭେଣ୍ଟକୁ ୨୦୨୧ ଫେବୃୟାରୀ- ମାର୍ଚ୍ଚରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବାରୁ ଏହା ପୁଣି ଘୁଞ୍ଚିବ।
ଏହି ମେଗା ଇଭେଣ୍ଟ ନଭେମ୍ବର ୨ରୁ ୨୦ ତାରିଖ ମଧ୍ୟରେ ଭାରତରେ ୫ଟି ଭେନ୍ୟୁରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ପରେ ମହାମାରୀ ପାଇଁ ଏହାକୁ ଆସନ୍ତାବର୍ଷ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସ୍ବାସ୍ଥ୍ୟଗତ ପରିସ୍ଥିତିରେ କୌଣସି ଉନ୍ନତି ନ ଘଟିବାରୁ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟଗୁଡିକ ଆଫ୍ରିକା, ନର୍ଥ ଓ ସେଣ୍ଟ୍ରାଲ ଆମେରିକା ଓ ଦକ୍ଷିଣ ଆମେରିକାରେ ଆୟୋଜନ ହୋଇପାରିନାହିଁ। ତେଣୁ ବିଶ୍ୱକପ୍‌ ଘୁଞ୍ଚିବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ଏ ନେଇ ଅବଶ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କିଛି ଅପ୍‌ଡେଟ୍‌ କରାଯାଇ ନାହିଁ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ତେବେ ବିଶ୍‌କପ୍‌ ଘୁଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଶ୍ୱକପ୍‌ ଆଉ ୫ ମାସ ବାକି ରହିଛି। କିନ୍ତୁ ବିଭିନ୍ନ କନଫେଡେରେଶନଗୁଡିକ ଏପର୍ଯ୍ୟନ୍ତ କ୍ୱାଲିଫାୟର୍ସ ଆୟୋଜନ କରିପାରି ନାହାନ୍ତି। ସିଏଏଫ୍‌, କନକାକାଫ, କନମେବୋଲ କ୍ୱାଲିଫାୟର୍ସ ଆୟୋଜନ କରିପାରି ନ ଥିବା ବେଳେ ୟୁଇଏଫ୍‌ଏ ଗତମାସରେ ତା’ର କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଓଏଫ୍‌ଏ ମଧ୍ୟ ସମାନ ନିଷ୍ପତ୍ତି ନେଇଛି। କେବଳ ଏସିଆ (ଏଏଫ୍‌ସି) କ୍ୱାଲିଫାୟର୍ସ ଆୟୋଜନ କରିଛି। ଜାପାନ ଓ ଉତ୍ତର କୋରିଆ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏହି ଦୁଇ ଦେଶ ୨୦୧୯ ଏଏଫ୍‌ସି ୧୬ ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ରେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଥିଲେ।
ଅନ୍ୟପଟେ ଯଦି ବିଶ୍ୱକପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଏ ତା’ହେଲେ ଏଆଇଏଫ୍‌ଏଫ୍‌ ମଧ୍ୟ ତା’ର ଜାତୀୟ କ୍ୟାମ୍ପ ଆୟୋଜନ କରି ନ ପାରେ। ଭାରତ ହେଡ୍‌ କୋଚ୍‌ ଥୋମାସ ଡେନେବି ସ୍ବିଡେନରେ ତାଙ୍କ ଘରେ ରହିଛନ୍ତି। ସେ ମାର୍ଚ୍ଚରେ ଭାରତ ଛାଡିଥିଲେ। ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପୂର୍ବରୁ ଖେଳାଳିମାନେ ସେମାନଙ୍କ ଘରକୁ ଫେରିବା ପରେ ଆଉଟ୍‌ ଡୋର ଟ୍ରେନିଂ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେଲଫି ପାଇଁ ଗିରଫ ହେଲେ କୋହଲିଙ୍କ ୪ ଫ୍ୟାନ

ବେଙ୍ଗାଲୁରୁ,୧୪।୩: ସୁରକ୍ଷା ବଳୟ ଡେଇଁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସେଲଫି ନେବା ୪ ପ୍ରଶଂସକଙ୍କୁ ମହଙ୍ଗା ପଡ଼ିଛି। ୪ ଜଣଙ୍କୁ ହେପାଜତକୁ...

ଅଷ୍ଟ୍ରେଲିଆଠାରୁ ଭାରତ ହାରିଯିବା ଦେଖି ହୋଇଯାଇଥିଲା ଜ୍ୱର, ଏବେ ପିତା ବଖାଣିଲେ…

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍‌ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍‌ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ...

ନୂଆ ସମ୍ଭାବନା

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ରହିଥିଲା। ଯଶସ୍ବୀ ଜୟସ୍ବାଲ...

ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି

ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍‌ରେ...

ଅଶ୍ୱିନଙ୍କୁ ନେଇ କୋହଲିଙ୍କ ବଡ଼ ବୟାନ

ଆବୁଧାବି,୫।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାକୁ ଜିତିନେଇ ଭାରତ ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ...

ଶ୍ରୀଲଙ୍କାରେ ଭାରତ ୩ ଦିନିକିଆ, ଟି୨୦ ଖେଳିବ

ନୂଆଦିଲ୍ଲୀ, ୧୧।୫- ଶ୍ରୀଲଙ୍କାରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁଲାଇରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି।...

୯୧ କୋଟିର ମାଲିକ ହାର୍ଦ୍ଦିକ ! ମଇଦାନ ସହ ରୋଜଗାର ମାମଲାରେ…

ନୂଆଦିଲ୍ଲୀ,୧୫।୨: ବର୍ତ୍ତମାନ ସମୟରେ ଟିମ୍‌ ଇଣ୍ଡିଆର ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା। ୨୦୧୬ରେ ଟି୨୦ରେ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ...

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ...

Advertisement
Archives

Model This Week