ନକଲି ସେଲ୍ସଟ୍ୟାକ୍ସ ଅଫିସର ଗିରଫ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ନିଜକୁ ସେଲ୍ସ ଟ୍ୟାକ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ଅଭିଯୁକ୍ତ ଜଣଙ୍କ ନିଜେ ଜଣେ ଆୟକର ବିଭାଗର ପୂର୍ବତନ ଅଫିସର ହୋଇଥିବାରୁ ବ୍ୟବସାୟୀଙ୍କ ଦୋଷ ଦୁର୍ବଳତା ବେଶ୍‌ ଜାଣିଥିଲେ। ଏହାର ଫାଇଦା ଉଠାଇ ଲୋକଙ୍କ ଠାରୁଟଙ୍କା ନେଉଥିବା ଜଣେ ବ୍ୟକ୍ତିଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି। ନକଲି ପରିଚୟ ଦର୍ଶାଇ ଟଙ୍କା ଆଦାୟ କରିବା ଏହି ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଗତସିଂହପୁର ଜିଲା ବିରିଡ଼ିି ଥାନା ଅନ୍ତର୍ଗତ ହଳଦୀପଦାର ଉମାକାନ୍ତ ରାଉତ (୫୯)। ତାଙ୍କ ବିରୋଧରେ କେସ୍‌ ନଂ. ୧୮୩/୨୦, ଆଇପିସି ଧାରା ୪୧୯, ୩୮୭, ୨୯୪, ୫୦୬ ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଗତ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଆଶିଷ କୁମାର ସାହୁ ନାମକ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନିକଟକୁ ଏକ ଫୋନ କଲ୍‌ ଆସିଥିଲା। ତୁମର ଲକ୍ଷାଧିକ ଟଙ୍କା ଟ୍ୟାକ୍ସ ବକେୟା ରହିଛି। ଟ୍ୟାକ୍ସ ନ ଦେଲେ ଠକେଇ ଅଭିଯୋଗରେ ତୁମକୁ ଗିରଫ କରାଯିବ ବୋଲି ଅଭିଯୁକ୍ତ ଉମାକାନ୍ତ କହିଥିଲେ। ମୋତେ ଲକ୍ଷେ ଟଙ୍କା ଦିଅ। ନଚେତ୍‌ ସେଲ୍ସ ଟ୍ୟାକ୍ସ ବିଭାଗ ପକ୍ଷରୁ ଚଢାଉ କରାଯିବ ବୋଲି କହିଥିଲେ। ଏ ନେଇ ଆଶିଷ ମାଲଗୋଦାମ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉମାକାନ୍ତ ପୂର୍ବରୁ ଏଭଳି ଅନେକ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଚାକିରି ଛାଡ଼ିବା ପରେ ଏଭଳି ଅସାଧୁ ଉପାୟରେ ସେ ଅର୍ଥ ରୋଜଗାର କରୁଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼,୧୯ା୧(ଡି.ଏନ୍‌.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୧କୁ ବୃଦ୍ଧି ପାଇଛି। କେବଳ କଳାହାଣ୍ଡି...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ପୋଲିସ ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରି ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ...

ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା...

ଭାକ୍ସିନ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲା ରାଜ୍ୟ

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌)...

ରାଜଧାନୀରେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ସୋମବାର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିର ଏକ...

ମନ୍ଦିରରୁ ଚୋରି କରିଥିବା ଯୁବକଙ୍କୁ ଡରାଉଥିଲା ନାଗ

ଡେଲାଙ୍ଗ,୨୬।୧୦(ଡି.ଏନ୍‌.ଏ.): ଏକ ମନ୍ଦିରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଧରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳ ପିତାପଲ୍ଲୀର ରଶ୍ମିରଞ୍ଜନ ପ୍ରଧାନ(୨୪)। ସେ...

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି।...

Advertisement
Archives

Model This Week