Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)-
ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ହେଉଥିବା ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ହେବା ନିଶ୍ଚିତ ହୋଇଛି। ଭାରତ ଦ୍ୱିତୀୟଥର ପାଇଁ ଏପରି ଏକ ବିଶ୍ୱସ୍ତରୀୟ ଫିଫା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ୨୦୧୭ରେ ଫିଫା ୧୭ ବର୍ଷରୁ କମ୍‌ (ପୁରୁଷ) ବିଶ୍ୱକପ୍‌ ଭାରତ ଆୟୋଜନ କରିଥିଲା। ଫିଫା ଇତିହାସରେ ଏହାକୁ ସବୁଠାରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ। ୨୦୨୨ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତରେ ଆୟୋଜିତ ହେବ। ପ୍ରକାଶଯୋଗ୍ୟ ଯେ, ୨୦୨୦ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ ଭାରତ ଅଧିକାର ପାଇଥିଲା। ମାତ୍ର କରୋନା ସଂକ୍ରମଣ ବଢ଼ିବାରୁ ଏହାକୁ ୨୦୨୧କୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇ ନ ଥିଲା। ତେଣୁ ୨୦୨୨ରେ ଏହାକୁ ଆୟୋଜନ ପାଇଁ ଭାରତକୁ ଅଧିକାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତା ଭାରତର ୫ ଭେନ୍ୟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌ ଷ୍ଟାଡିୟମ, ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥ୍‌ଲେଟିକ୍‌ ଷ୍ଟାଡିୟମ, ଅହମଦାବାଦର ଏକ୍କା ଆରେନା ଓ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ଆୟୋଜନ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତି ମ୍ୟାଚ୍‌ରେ କେତେ ଟଙ୍କା ରୋଜଗାର କରନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କ୍ରିକେଟରମାନଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛି। ବୋର୍ଡ ସୟଦ ମୁସ୍ତାକ ଅଲି...

ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ

ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ...

କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ: ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୭।୯(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦଳରେ ଜଣେ ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ ଆସିଥିଲା। ଆଣ୍ଟିଗୁଆରେ ଜଣେ ମହିଳା...

କିଙ୍ଗ୍ସ ଇଲେଭେନ୍‌ ଏଣିକି ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ୍‌ର ନାମ ପରିବର୍ତ୍ତନ କରାଯାଇଛି। ଆଗାମୀ ସିଜନରେ ଏହା ପଞ୍ଜାବ କିଙ୍ଗ୍ସ...

ପଡିଆରେ ଟାଓ୍ବେଲ୍‌ ପିନ୍ଧି ଫିଲ୍ଡିଂ କଲେ ସାମି: ଦେଖନ୍ତୁ ଭିଡିଓ

ସାଉଥାମ୍ପଟନ୍‌,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌(ଡବ୍ଲୁଟିସି) ଫାଇନାଲ୍‌ରେ ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସାମି ଜବରଦସ୍ତ ବୋଲିଂ କରିଛନ୍ତି। ସେ ୪ଟି ଉଇକେଟ୍‌ ନେଇ ଭାରତୀୟ ଦଳକୁ...

ଗାଭାସ୍କରଙ୍କ ପ୍ରସ୍ତାବ: ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବଦଳ ହେଉ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୪(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଟି୨୦...

ଉଚ୍ଚତା ଯୋଗୁ କ୍ରିକେଟ ପ୍ରଶଂସକଙ୍କୁ ମିଳିଲା ନାହିଁ ରୁମ୍‌

ଲକ୍ଷ୍ନୌ,୬।୧୧- ଉତ୍ତରପ୍ରଦେଶ ରାଜଧାନୀଠାରେ ଆଫଗାନିସ୍ତାନ କ୍ରିକେଟ ପ୍ରଶଂସକଙ୍କୁ ଭିନ୍ନ କାରଣରୁ ହଇରାଣ ହେବାକୁ ପଡ଼ିଛି। ସ୍ଥାନୀୟ ଭାରତରତ୍ନ ଅଟଳ ବିହାରୀ ବାଜେପେୟୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ...

Ten Cric Info
Advertisement


Archives

Model This Week

Why Dharitri