ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରିଡିହା ଗ୍ରାମର ଦେବାଶିଷ ପଣ୍ଡା। ପେଶାରେ ସେ ଜଣେ ଶିକ୍ଷକ। ନିଶା ତାଙ୍କର ବୃକ୍ଷରୋପଣ। ଚାଷକାମରେ ସାହାଯ୍ୟ କରନ୍ତି ତାଙ୍କ ସାନଭାଇ ଦେବିଦାସ। ଦେବିଦାସ ମଧ୍ୟ ପେଶାରେ ଜଣେ କ୍ରୀଡାଶିକ୍ଷକ। ସେମାନେ ବ୍ରୋକଲି, ଶାଗ, ଗାଜର, ବିଟ୍‌, ବାଇଗଣ, ବିଲାତି, ଧାନ, ଭେଣ୍ଡି, କୋବି, ଝୁଡଙ୍ଗ, କାକୁଡି ଆଦି ପନିପରିବା ସହିତ ସେଓ, ଅଙ୍ଗୁର, ଡାଲଚିନ୍‌, ତେଜପତ୍ର, କରମଙ୍ଗା, ଅମୃତଭଣ୍ଡା, ଲେମ୍ବୁ , କମଳା ଭଳି ଅନେକ ଚାଷ କରି ବେକାର ଯୁବତୀଯୁବକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଦେବାଶିଷ ନିଜ ରୋଷେଇ ଘର ପରିବା ଯୋଗାଇବାକୁ ସକ୍ଷମ ବୋଲି ତାଙ୍କ ବାପା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅହଲ୍ୟା ସେନାପତି ପ୍ରକାଶ କରିଛନ୍ତି।
ଦେବାଶିଷ ଛୋଟବେଳୁ ଉତ୍ସାହୀ ଓ ଉଦ୍ୟମୀ ଥିଲେ। ଭାରାକ୍ରାନ୍ତ ଜୀବନକୁ ଟିକିଏ ହାଲ୍‌କା କରିବା ପାଇଁ ସେ ଅବସର ସମୟରେ ଚାରାରୋପଣ କରିଥାନ୍ତି। ନାନା କିସମର ଫଳ, ଫୁଲ ଗଛ ଲଗାଇ ଦେବାଶିଷ ଖୁସି ଅନୁଭବ କରିଥାନ୍ତି। ଦୁଇ ଭାଇ ବିଭିନ୍ନ ଜୈବିକ ପଦ୍ଧତିରେ ପନିପରିବା ଚାଷ ସହ ଛାତ ଉପରେ କୁଣ୍ଡ ଓ ଅନ୍ୟାନ୍ୟ ସୋଲ ତିଆରି ଶଯ୍ୟା କରି ସଫଳତା ହାସଲ କରିପାରିଛନ୍ତି। କରୋନା ଭଳି ମହାମାରୀ ସମୟରେ ସେମାନେ ଏଭଳି ପ୍ରୟାସ କରିଛନ୍ତି। ବାସ୍ତବିକ କୃଷିର ଉନ୍ନତି ହେଲେ କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲାରେ ଅନେକ ଆତ୍ମନିର୍ଭରଶୀଳ ହେଇପାରିବେ ବୋଲି ସେମାନେ ଅନୁଭବ କରିଛନ୍ତି। ସବୁଜ ସାର, କମ୍ପୋଷ୍ଟ ଖତ, ଜୈବିକ ପଦ୍ଧତିରେ ଚାଷ ନିଶ୍ଚିତ ଭାବେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଓ ଶରୀର ପାଇଁ ବେଶ୍‌ ଲାଭଦାୟକ। ଦେବାଶିଷ ନିଜ ନିତ୍ୟକର୍ମ ସାରି କର୍ମକ୍ଷେତ୍ରରୁ ଫେରିବା ପରେ ବାକି ସମୟରେ ଏହି ଉଦ୍ୟମ ବଜାୟ ରଖିଛନ୍ତି। ପ୍ରତିଦିନ ସକାଳୁ ଉଠି ଚାରାରେ ପାଣି ଦେବା ତାଙ୍କର ଦୈନିକ କର୍ତ୍ତବ୍ୟରେ ପରିଣତ ହୋଇଛି। ଦୁଇଭାଇ ରାସ୍ତାର ଦୁଇ ପାର୍ଶ୍ୱରେ ଶାଗୁଆନ, ପିଆଶାଳ ଓ କଦମ୍ବ ଭଳି ଚାରା ରୋପଣ କରି ତାର ଯତ୍ନ ନେଇଥାନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri