ଦୁଇଭାଇଙ୍କ କିଚେନ ଗାର୍ଡେନ ଆପଣେଇଛନ୍ତି ଜୈବିକ ପଦ୍ଧତି

ଆନନ୍ଦପୁର, ୨୯।୧୨(ସ୍ବ.ପ୍ର.)-ଘର ଛାତ ଉପରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସାଙ୍ଗକୁ ନାନା ଜାତିର ଫୁଲ, ଫଳ ବଗିଚା ଯେ କେହି ବି ଦେଖିବ ତାର ଆଖି ଖୋସି ହୋଇଯିବ। ଏଭଳି ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରିଡିହା ଗ୍ରାମର ଦେବାଶିଷ ପଣ୍ଡା। ପେଶାରେ ସେ ଜଣେ ଶିକ୍ଷକ। ନିଶା ତାଙ୍କର ବୃକ୍ଷରୋପଣ। ଚାଷକାମରେ ସାହାଯ୍ୟ କରନ୍ତି ତାଙ୍କ ସାନଭାଇ ଦେବିଦାସ। ଦେବିଦାସ ମଧ୍ୟ ପେଶାରେ ଜଣେ କ୍ରୀଡାଶିକ୍ଷକ। ସେମାନେ ବ୍ରୋକଲି, ଶାଗ, ଗାଜର, ବିଟ୍‌, ବାଇଗଣ, ବିଲାତି, ଧାନ, ଭେଣ୍ଡି, କୋବି, ଝୁଡଙ୍ଗ, କାକୁଡି ଆଦି ପନିପରିବା ସହିତ ସେଓ, ଅଙ୍ଗୁର, ଡାଲଚିନ୍‌, ତେଜପତ୍ର, କରମଙ୍ଗା, ଅମୃତଭଣ୍ଡା, ଲେମ୍ବୁ , କମଳା ଭଳି ଅନେକ ଚାଷ କରି ବେକାର ଯୁବତୀଯୁବକଙ୍କ ଲାଗି ଉଦାହରଣ ସାଜିଛନ୍ତି। ଦେବାଶିଷ ନିଜ ରୋଷେଇ ଘର ପରିବା ଯୋଗାଇବାକୁ ସକ୍ଷମ ବୋଲି ତାଙ୍କ ବାପା ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଓ ମା’ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅହଲ୍ୟା ସେନାପତି ପ୍ରକାଶ କରିଛନ୍ତି।
ଦେବାଶିଷ ଛୋଟବେଳୁ ଉତ୍ସାହୀ ଓ ଉଦ୍ୟମୀ ଥିଲେ। ଭାରାକ୍ରାନ୍ତ ଜୀବନକୁ ଟିକିଏ ହାଲ୍‌କା କରିବା ପାଇଁ ସେ ଅବସର ସମୟରେ ଚାରାରୋପଣ କରିଥାନ୍ତି। ନାନା କିସମର ଫଳ, ଫୁଲ ଗଛ ଲଗାଇ ଦେବାଶିଷ ଖୁସି ଅନୁଭବ କରିଥାନ୍ତି। ଦୁଇ ଭାଇ ବିଭିନ୍ନ ଜୈବିକ ପଦ୍ଧତିରେ ପନିପରିବା ଚାଷ ସହ ଛାତ ଉପରେ କୁଣ୍ଡ ଓ ଅନ୍ୟାନ୍ୟ ସୋଲ ତିଆରି ଶଯ୍ୟା କରି ସଫଳତା ହାସଲ କରିପାରିଛନ୍ତି। କରୋନା ଭଳି ମହାମାରୀ ସମୟରେ ସେମାନେ ଏଭଳି ପ୍ରୟାସ କରିଛନ୍ତି। ବାସ୍ତବିକ କୃଷିର ଉନ୍ନତି ହେଲେ କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲାରେ ଅନେକ ଆତ୍ମନିର୍ଭରଶୀଳ ହେଇପାରିବେ ବୋଲି ସେମାନେ ଅନୁଭବ କରିଛନ୍ତି। ସବୁଜ ସାର, କମ୍ପୋଷ୍ଟ ଖତ, ଜୈବିକ ପଦ୍ଧତିରେ ଚାଷ ନିଶ୍ଚିତ ଭାବେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଓ ଶରୀର ପାଇଁ ବେଶ୍‌ ଲାଭଦାୟକ। ଦେବାଶିଷ ନିଜ ନିତ୍ୟକର୍ମ ସାରି କର୍ମକ୍ଷେତ୍ରରୁ ଫେରିବା ପରେ ବାକି ସମୟରେ ଏହି ଉଦ୍ୟମ ବଜାୟ ରଖିଛନ୍ତି। ପ୍ରତିଦିନ ସକାଳୁ ଉଠି ଚାରାରେ ପାଣି ଦେବା ତାଙ୍କର ଦୈନିକ କର୍ତ୍ତବ୍ୟରେ ପରିଣତ ହୋଇଛି। ଦୁଇଭାଇ ରାସ୍ତାର ଦୁଇ ପାର୍ଶ୍ୱରେ ଶାଗୁଆନ, ପିଆଶାଳ ଓ କଦମ୍ବ ଭଳି ଚାରା ରୋପଣ କରି ତାର ଯତ୍ନ ନେଇଥାନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।...

ତୁରୁମୁଙ୍ଗା ବଜାରରେ ଅଗ୍ନିକାଣ୍ଡ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରର ଏକ ଫଳ ଦୋକାନ ପଛ ପାଶ୍ୱର୍ର୍ରେ ଗଦା ହୋଇଥିବା ଆବର୍ଜନାରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଦୋକାନକୁ...

ଆଜି ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ: ଲୋକାଲ କେସ ସଂଖ୍ୟା ଅଧିକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ହୋମ୍‌ ଆଇସୋଲେଶନରେ ରହିପାରିବେ ନାହିଁ ଦୂରାରୋଗ୍ୟରେ ପୀଡ଼ିତ ଆକ୍ରାନ୍ତ: ଶିଶୁମାନେ କୋଭିଡ୍‌ ହସ୍ପିଟାଲରେ ରୁହନ୍ତୁ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଲଗାତର ତିନି ଦିନରୁ ଅଧିକ ହେବ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଟପୁଥିବା...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ

ପୁରୀ ଅଫିସ,୭।୯: ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ। ଏଥିପାଇଁ ପ୍ରଶାସନ...

ଶ୍ରୀମନ୍ଦିର ଆଗରେ ଆଧୁନିକ ଗୀତରେ ନାଚିଲେ ଯୁବତୀ

ପୁରୀ ଅଫିସ,୧୬ା୫: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଅଫିସରେ ତାଲା, ଏସ୍‌ଡିଓଙ୍କୁ ଘେରାଉ

ଢେଙ୍କାନାଳ ଅଫିସ,୩।୫ଢେଙ୍କାନାଳ ସଦର ବ୍ଲକ ବ୍ରାହ୍ମଣୀ ନଦୀର ଗେଙ୍ଗୁଟିଆ ନିକଟରୁ ସହରକୁ ପାନୀୟଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍‌ ଫାଟି ଯାଇଥିବାରୁ ୧୦ ଦିନ ହେବ...

Advertisement
Archives

Model This Week