ଦୁଇ ଭାଇ ସରପଞ୍ଚ ପ୍ରାର୍ଥୀ

ପାରଳାଖେମୁଣ୍ଡି, ୭ା୨(ଡି.ଏନ୍‌.ଏ.) ଗଜପତି ଜିଲା ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨ ଭାଇଙ୍କ ସମେତ ମୋଟ ୮ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପଞ୍ଚାୟତର ଏଲିଅ ଗମାଙ୍ଗ ଓ ତାଙ୍କ ସାନଭାଇ ଯଜ୍ଞ ଗମାଙ୍ଗ ପ୍ରାର୍ଥୀ ହେବାପରେ ଉଭୟେ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୋଧରେ ପ୍ରଚାର ନ କରି ସରପଞ୍ଚ ହେଲେ ନିଜେ କ’ଣ କରିବେ ତାହା ଲୋକଙ୍କୁ ଜଣାଉଛନ୍ତି। ଘରେ ପରସ୍ପର ମଧ୍ୟରେ ଆଲୋଚନା କଲେ ମଧ୍ୟ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପାଲଟି ଯାଉଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ୪ଜଣ, ୧୧ଟି ୱାର୍ଡମେମ୍ବର ପାଇଁ ୧୩ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପଞ୍ଚାୟତରେ ସମସ୍ତ ୧୩ଟି ପଦ ପାଇଁ ମୋଟ ୨୫ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପଞ୍ଚାୟତର ଲୋକ ସଂଖ୍ୟା ୫ ହଜାର। ଭୋଟର ସଂଖ୍ୟା ୩୧୮୩। ସେମାନଙ୍କ ମଧ୍ୟରୁ ୧୬୫୮ ମହିଳା ଏବଂ ୧୫୨୫ ପୁରୁଷ ଭୋଟର।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri