ଜଙ୍ଗଲରେ ନକଲି ମଦ ଫ୍ୟାକ୍ଟ୍ରି

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ଉପକଣ୍ଠ ମୋହଡା ପଞ୍ଚାୟତ ବୁରଗଁାରୁ ରବିବାର ଠାବ ହୋଇଛି ଆଉ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିବା ଏହି ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଚଢାଉ କରି ସେଠାରୁ ୧୦ ପେଟି ନକଲି ବିଦେଶୀ ମଦ ସହ ବିପୁଳ ପରିମାଣରେ କଞ୍ଚାମାଲ ଜବତ କରିଛି। ପ୍ରସ୍ତୁତକାରୀ ୨ଜଣ ଅନନ୍ତେଇ ଗ୍ରାମର ଟିଙ୍କନ ସେଠୀ(୨୩) ଓ ଚାଲାଣକାରୀ ବୁରଗାଁର ମୁନା ମଲିକ(୨୪)ଙ୍କୁ ଟିମ୍‌ ଗିରଫ କରିଛି।
ପ୍ରକାଶ ଯେ, ଏକ ପରିତ୍ୟକ୍ତ ଘରେ ଅନେକ ଦିନରୁ ନକଲି ବିଦେଶୀ ମଦ ପ୍ରସ୍ତୁତି ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ଭ୍ରାମ୍ୟମାଣ ସଂସ୍ଥାକୁ ଖବର ମିଳିଥିଲା। ରବିବାର ଅବକାରୀ ଉପ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସେହି ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ସେହି ଘରୁ ବିଭିନ୍ନ ବ୍ରାଣ୍ଡର ୧୦ ପେଟି (୨୫୪ ବୋତଲ) ନକଲି ବିଦେଶୀ ମଦ, ୯୮୦ ଖାଲି ବୋତଲ, ୩୬୦୦ ଠିପି, ବିଭିନ୍ନ ବ୍ରାଣ୍ଡର ଲେବଲ୍‌, ୯ ଲିଟର(ଅର୍ଗାନିକ ଆଲବମ୍‌) ସ୍ପିରିଟ ଓ ରଙ୍ଗ ଜବତ କରାଯାଇଥିଲା। ଅଭିଯୁକ୍ତ ଟିଙ୍କନ ବାହାର ରାଜ୍ୟରୁ ବୋତଲ, ଠିପି, ରଙ୍ଗ ଓ ସ୍ପିରିଟ ଆଣି ଏଠାରେ ମଦ ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ମୁନା ଗଞ୍ଜାମ ଜିଲାର ବ୍ରହ୍ମପୁର ସମେତ ଦିଗପହଣ୍ଡି, ଚିକିଟି, ବାଲିପଡା, ପୋଲସରା, ମହୁରୀକଳୁଆ ଓ ଅନନ୍ତେଇ ଆଦି ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ ଜାଣିବାକୁ ପାଇଥିଲେ। ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଅର୍ଜୁନ ମଲିକ, ଏସ୍‌ଆଇ ଅଭିରାମ ସାହୁ, ଶେଖ ଇଦରିଶ ହୁସେନ ସମେତ ଅନ୍ୟ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?