ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍‌: ୩ ମୃତ, ଜଣେ ଗୁରୁତର

ବିଶୋଇ,୧୮ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ. ଜାତୀୟ ରାଜପଥସ୍ଥିତ ନୂଆଗାଁ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋରୁ ନେଇ ଯାଉଥିବା ବେପାରୀଙ୍କ ଉପରେ ଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ସୂଚନାଥାଉକି, ୭ ଜଣ ଗୋରୁ ବେପାରୀ ଗତକାଲି ବିଳମ୍ବିତ ରାତିରେ ୪୯ ନଂ ଜାତୀୟ ରାଜପଥ ଦେଇ ଗୋରୁ ନେଇ ଯଶୀପୁରରୁ ଝାରପୋଝରିଆ ଅଭିମୁଖେ ଯାଉଥିବା ସମୟରେ ପୋଲିସ ଉକ୍ତ ଗୋରୁ ବେପାରୀଙ୍କୁ ନୂଆଗାଁ ଛକସ୍ଥିତ ରାସ୍ତା କଡ଼ରେ ଅଟକାଇ ପଚରାଉଚରା କରୁଥିଲା। ଠିକ୍‌ ଏହି ସମୟରେ ଯଶୀପୁର ପଟୁ ଖୁବ୍‌ ଦ୍ରୁତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉକ୍ତ ରାସ୍ତା କଡ଼ରେ ଠିଆ ହୋଇଥିବା ଗୋରୁ ବେପାରୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣ ଗୋରୁ ବେପାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ମାତ୍ର ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଗୋରୁ ବେପାରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବରପାଇ ବିଶୋଇ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସମସ୍ତ ଗୋରୁ ବେପାରୀ ଝାରପୋଖରିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ଛି। ଏହି ଘଟଣାକୁ ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌...

ଆଦିବାସୀଙ୍କ ନିଆରା ଚିତ୍ରକଳା: ମାଟି କାନ୍ଥରେ କାନଭାସ୍‌

ଆଦିବାସୀ ସଂସ୍କୃତିରେ ରଙ୍ଗୀନ ଘର ଓ ପାରମ୍ପାରିକ ଚିତ୍ର କଳା ବହୁ ଆଗରୁ ଜଡ଼ିତ। ଆଧୁନିକତାର ଚାକଚକ୍ୟ ସତ୍ତ୍ୱେ ଏବେ ମଧ୍ୟ କେନ୍ଦୁଝର ଜିଲାର ଅନେକ...

ଆସନ୍ତା ୨୬ରୁ ଖୋଲିବ ସ୍କୁଲ: ଆରମ୍ଭ ହେବ ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ଯୋଗୁ ସମସ୍ତ ସ୍କୁଲରେ ପାଠପଢ଼ା ଏକପ୍ରକାର ବନ୍ଦ ହୋଇଯାଇଛି। କରୋନାରୁ ବର୍ତ୍ତିବା ପାଇଁ ପିଲାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ପାଠ ପଢ଼ାଯାଉଛି।...

ହିଡିସିଙ୍ଗ ପ୍ରକଳ୍ପ ପାଇଁ ଯୁଗ୍ମ କମିଟି ଯାଞ୍ଚ: ୨ ସପ୍ତାହରେ ଯିବ ଜମି ଅନୁମତି ପ୍ରସ୍ତାବ

ବନ୍ତଳା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି...

ରନ୍ଧନ, ଇନ୍ଧନ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୫ା୩(ବ୍ୟୁରୋ):  ୟୁକ୍ରେନ୍‌ ଉପରେ ରୁଷିଆ ୧୦ ଦିନ ହେବ ଜୋରଦାର ଯୁଦ୍ଧ ଚଳାଇଛି। ଏହାର ପ୍ରଭାବ ଏବେ ହାଣ୍ଡିଶାଳ ଓ ଯାନବାହନ ଉପରେ ପଡ଼ିଛି। ଗତ...

ଏନ୍‌ଏଚ୍‌ପିସି-ଗ୍ରୀଡ୍‌କୋ ଚୁକ୍ତି

ଭୁବନେଶ୍ୱର,୨୫।୬: ଦେଶର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ବିକାଶ ସଙ୍ଗଠନ ଏନ୍‌ଏଚ୍‌ପିସି ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ପ୍ରମୁଖ ନିଗମ ଗ୍ରୀଡ୍‌କୋ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ)...

ମନୋଜ ରଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ବୋଲାଉଥିବା ମନୋଜ ରଥଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ...

ବାଇକ୍‌ ଧକ୍କାରେ ଯୁବକ ଗୁରୁତର

ଦିଗପହଣ୍ଡି,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍‌ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement
Archives

Model This Week