Posted inଜାତୀୟ

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ସେହିପରି ତୃତୀୟ ସ୍ଥାନରେ ବିହାର ରହିଛି। ବିହାରରେ ଏଡ୍‌ସ ଆକ୍ରାନ୍ତଙକ୍କ ସଂଖ୍ୟା ୮,୦୦୦ ରହିଛି। ୨୦୧୦ଠାରୁ ବାର୍ଷିକ ୨୭ ପ୍ରତିଶତ ହାରରେ ନୂଆ ସଂକ୍ରମଣ ସଂଖ୍ୟା କମୁଥିଲେ ମଧ୍ୟ ପ୍ରତିବର୍ଷ ଏଡ୍‌ସ ସମସ୍ୟା ଭୋଗୁଥିବା ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି।

ଏସମ୍ପର୍କରେ ୟୁନିସେଫ୍‌ ଡାକ୍ତର ସିଦ୍ଧାର୍ଥ ଶଙ୍କର ରେଡ୍ଡୀ ସୂଚନା ପ୍ରଦାନ କରିଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୧୭ରେ ନ୍ୟାଶନାଲ ଏଡ୍‌ସ କଣ୍ଟ୍ରୋଲ ଅର୍ଗାନାଇଜେଶନ( ନାକୋ) ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଡ୍ରଗ୍ସ୍‌ ବ୍ୟବହାରକାରୀ ଏବଂ ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ କ୍ଷେତ୍ରରେ ଏଡ୍‌ସ ସଂକ୍ରମଣ ହାର ଅଧିକ ରହିଛି। ଅପରପକ୍ଷରେ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ତୁଳାନାତ୍ମକ ଭାବେ କମ୍‌ ରହିଥିବା ଶ୍ରୀ ରେଡ୍ଡୀ କହିଛନ୍ତି।

ସରକାରଙ୍କ ପକ୍ଷରୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଏଡ୍‌ସ ମୁକ୍ତ ଭାରତ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଦେଶରେ ପ୍ରତି ୧୦୦ ଜଣରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୦.୨୨ ପ୍ରତିଶତ ରହିଛି। ସମସ୍ତ ସରକାରୀ ପ୍ରୟାସ ସତ୍ତ୍ୱେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା: ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ...

ଷ୍ଟେଶନ୍‌ରେ ଛିଡ଼ାହୋଇଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ପାଟନା,୭।୯: ବିହାର ଦରଭଙ୍ଗା ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ନିଆଁ ଲାଗିଛି। ଶନିବାର ସକାଳେ ଷ୍ଟେଶନରେ ଛିଡ଼ା ହୋଇଥିବା ଦରଭଙ୍ଗା-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ରେ ନିଆ...

ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ...

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର।...

ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜି ହେଲେ ପରିବାର

ଡେରାଡୁନ,୨୫।୯: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଆଶ୍ୱାସନା ପରେ ଅଙ୍କିତା ଭଣ୍ଡାରୀଙ୍କ ପରିବାର ତାଙ୍କର ଅନ୍ତିମ ସଂସ୍କାର କରିବାକୁ ରାଜି ହୋଇଛନ୍ତି। ଅଙ୍କିତାଙ୍କ ଅନ୍ତିମ ସଂସ୍କାର...

‘ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି’

ନୂଆଦିଲ୍ଲୀ,୯।୧୨: ”ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି...

ସେଓକୁ କମଳା ସହିତ ଅବା ନରସଂହାରକୁ ହତ୍ୟା ସହ ତୁଳନା କରାଯାଇ ପାରିବ ନାହିଁ: ବିଲକିସ ବାନୋ ମାମଲାରେ କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୮।୪ : ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ଖଲାସ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ମେ ୨ ତାରିଖରେ ଶୁଣାଣି କରିବେ।...

କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…

ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ...

Advertisement
Archives

Model This Week