ଡିଜିପିଙ୍କୁ ରିପୋର୍ଟ ମାଗିଲେ ଜନଜାତି ଆୟୋଗ

କଟକ ଅଫିସ,୧୨ା୮: କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତର ଏକ ଗ୍ରାମରୁ ଜଣେ ଆଦିବାସୀ ନାବାଳିକାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ଥିବାବେଳେ ନାବାଳିକା ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଥିଲେ। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ନ୍ୟାଶନାଲ କମିଶନ ଫର ସିଡ୍ୟୁଲ୍ଡ ଟ୍ରାଇବ୍‌) ଏହି ଘଟଣାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୧ରେ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାର ପୂର୍ବ ଦିନ ରାତିରେ ସେ ପରିସ୍ରା ପାଇଁ ଘର ବାହାରକୁ ଯାଇ ଆଉ ଫେରି ନ ଥିଲେ। ପରଦିନ ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ତାଙ୍କର ପୋଷାକ ଚିରିଯାଇଥିଲା। ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ) ଅନୁଯାୟୀ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଭାଜପା ନେତ୍ରୀ ସୁକେଶୀ ଓରାମ ଓ କାଳିରାମ ମାଞ୍ଝୀ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଏସ୍‌ସି ଏସ୍‌ଟି ଆଟ୍ରୋସିଟି ଆକ୍ଟ ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ, ଘଟଣାର ନିରପେକ୍ଷ ତଦନ୍ତ ଓ ନାବାଳିକାଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରିବା ପାଇଁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri