ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବନୀକରଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ୧୫ ବର୍ଷ ପୂର୍ବେ ଏହି ରାସ୍ତାର ନବୀକରଣ ସମୟରେ କଟା ଯାଇଥିବା ଗଛ ଅଦ୍ୟାବଧି ଭରଣା ହୋଇନାହିଁ। ଚଳିତବର୍ଷ ରାଜ୍ୟ ରାଜପଥର ଯାତ୍ରୀଙ୍କୁ ଖରା ବାଧିବ ବୋଲି ସାଧାରଣ ଲୋକ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୦୬ ରେ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦେଇ ନବୀକରଣ କାର୍ଯ୍ୟ ପ୍ରକିୟା ଆରମ୍ଭ ହୋଇଥିଲା। ଏହିବର୍ଷ ଟେଣ୍ଡର ହୋଇ ମାତ୍ର ୩ ବର୍ଷ ମଧ୍ୟରେ ପ୍ରଶସ୍ତ ରାସ୍ତା ସହ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ଏଥିପାଇଁ ସେହି ସମୟରେ କଟକ ଓ କେନ୍ଦ୍ରାପଡ଼ା ଜିଲାର ୯୫ଟି ଗ୍ରାମର ଜନବସତିକୁ ସ୍ଥାନାନ୍ତର ସହ ଦୋକାନ ବଜାର ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଥିଲା। ଏପରିକି ରାସ୍ତା ପ୍ରଶସ୍ତୀକରଣ ପାଇଁ ୬୪ଟି ଧର୍ମ ପୀଠ ଓ ଅନୁଷ୍ଠାନ ସ୍ଥାନାନ୍ତର ହୋଇଥିଲା। ଏହାସହ କଟକ ଜିଲାର ଜଗତପୁରଠାରୁ ଭାୟା କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ବହୁ ପ୍ରାଚୀନ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ ଆଦି ଗଛକୁ କଟାଯାଇଥିଲା। ଏପରିକି ରାଜକନିକା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ଫଳନ୍ତି ନଡ଼ିଆ ଗଛକୁ କଟାଯାଇଛି। ଏହି ଘଟଣାକୁ ଇତିମଧ୍ୟରେ ୧୫ ବର୍ଷ ବିତିଛି। ବିଭିନ୍ନ କାରଣରୁ କାର୍ଯ୍ୟ ବନ୍ଦ ରହିଥିବା ଏହି ରାସ୍ତାର ନିର୍ମାଣ ୪ ବର୍ଷ ପୂର୍ବେ ସରିଛି। ରାସ୍ତା ନିର୍ମାଣ ପରେ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ନାହିଁ। ଫଳରେ ଚଳିତ ଖରାଦିନ ଯାତ୍ରୀଙ୍କ ପାଇଁ କାଳ ହୋଇଥିବା ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାସ୍ତା ନବୀକରଣ ସମୟରେ ପରିବେଶକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ। ରାସ୍ତା ପାର୍ଶ୍ୱରୁ ଗୋଟିଏ ଗଛ କଟାଗଲେ ୧୦ ଗୁଣା ଗଛ ଲଗାଇବାକୁ ପ୍ରାବଧାନ ଅଛି। ଯାହା କଟକ -ଚାନ୍ଦବାଲି ରାଜ୍ୟ ରାଜପଥରେ ଲାଗୁ ହୋଇନାହିଁ। ୫ ହଜାରରୁ ଅଧିକ ଫଳନ୍ତି ଗଛ କଟାଯାଇଛି। ଏହାର ଭରଣା ହୋଇନାହିଁ। ରାସ୍ତା ନିକଟରେ ସରକାରୀ ଯୋଜନାରେ ନାମକୁମାତ୍ର ଆକାଶିଆ ଗଛ ଲଗାଯାଉଛି। ଯାହା ପରିବେଶର ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ। ଗମନାଗମନର ବିକାଶ ପାଇଁ ଆବଶ୍ୟକ ମୁତାବକ ଗଛ କଟାଯାଉଛି। ତେବେ ଏହାର ଭରଣା ହେଉ ନ ଥିବାରୁ ଜୀବଜଗତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ରାଜକନିକାର ସରୋଜ କୁମାର ଦାସ କହିଛନ୍ତି, ବ୍ଲକ ଅଞ୍ଚଳର ଏହି ରାସ୍ତାର ବନୀକରଣ ନାମରେ ଆସିଥିବା ୮୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ବ୍ଲକ ଅଞ୍ଚଳ ରାସ୍ତାର ଦୁଇପାର୍ଶ୍ୱରେ ୩୧୦୦ ନଡ଼ିଆ ଗଛ ଲଗାଇବାକୁ ଦୁଇଟି ପର୍ଯ୍ୟାୟରେ ନିଷ୍ପତ୍ତିି ହୋଇଥିଲା। ତେବେ ନିମ୍ନମାନର ଗଛ ଓ ରକ୍ଷଣାବେକ୍ଷଣ ପାଇଁ ସମୁଦାୟ ୩୧ଟି ଗଛ ମଧ୍ୟ ରାସ୍ତାରେ ନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ସହିତ ଅନଶନ ହୋଇଥିଲା। ତତ୍କାଳୀନ ଜିଲାପାଳ ରେଘୁଜି ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଡିଏମ୍‌ ଦୁର୍ଗାଚରଣ ମହାରଣାଙ୍କୁ ପଚାରିବାରେ ରାଜ୍ୟ ରାଜପଥରେ ବନୀକରଣକୁ ଗୁରୁତ୍ୱ ଦିଆଯାଇଛି। ଏହି ରାଜ୍ୟ ରାଜପଥ ପାର୍ଶ୍ୱ ବନୀକରଣ ସମ୍ପର୍କରେ ସମୀକ୍ଷା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଇଓ ଅଫିସ ଘେରିଲେ ଦୁର୍ଗାପ୍ରସାଦ ଗ୍ରାମବାସୀ

ଢେଙ୍କାନାଳ ଅଫିସ, ୨୯।୧୦: ଆଠଟି ଶ୍ରେଣୀରେ ପଢୁଛନ୍ତି ୧୭୨ ପିଲା। ହେଲେ ସେମାନଙ୍କ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୪ ଶିକ୍ଷୟିତ୍ରୀ। ସମସ୍ୟା ସମ୍ପର୍କରେ ଅବଗତ...

୧୦୦ କୋଟି ଟଙ୍କା କିଏ ଦେବ

ଭୁବନେଶ୍ୱର,୨୬।୭(ବ୍ୟୁରୋ):ରାଜ୍ୟ ସରକାର ଘରୋଇ କମ୍ପାନୀକୁ ୧୨୦ କୋଟି ଗଣିବେ। କମ୍ପାନୀର ବକେୟା ୨୦ କୋଟି ସହ ୨୦୦୪ରୁ ଆଜି ଯାଏ ୧୦୦ କୋଟି ଟଙ୍କା ପଇଠ...

ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ : ପ୍ଲାଷ୍ଟିକ୍‌ ବର୍ଜନ ନେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସଂକଳ୍ପ

ହାଟଡିହୀ, ୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଛେନାପଦୀ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସବିତା ସ୍ବାଇଁଙ୍କ...

ବିପଦରେ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ,୨୫ା୧୨(ଡି.ଏନ.ଏ.):  ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଲଲିତଗିରି ସଂଲଗ୍ନ ପାରାଭାଡ଼ି ପାହାଡ଼ ପ୍ରାଚୀନ ବୌଦ୍ଧସ୍ତୂପ ପାଇଁ ବେଶ ପରିଚୟ ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହି...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ

କୋରୁକୋଣ୍ଡା,୨୨।୮(ଡି.ଏନ୍‌.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ...

ବିଜେଡି ହାତରେ ବାଲେଶ୍ୱର, ତିର୍ତ୍ତୋଲ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ଉଭୟ ଆସନରେ ବିଜୟୀ ହୋଇ ଦଳ ନିଜର ପ୍ରତିିପତ୍ତି ପୁଣି ଜାହିର କରିଛି।...

ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର

ଛତିଆ,୧୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ କଲେଜ ନିକଟରେ ଗୁରୁବାର ସକାଳେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ...

Advertisement
Archives

Model This Week