ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ ବିଗିଡ଼ିଗଲାଣି ତାହା ଆଉ ଅଛପା ନାହିଁ। କିଛିବର୍ଷ ପୂର୍ବେ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହୁଥିବା ପାରଦ ଏବେ ୫୦ ଡିଗ୍ରୀମୁହଁା ହେଲାଣି। ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ପରିବେଶବିତ୍‌।
ଶନିବାର କିଶୋରନଗର ବ୍ଲକରେ ଦିନର ସର୍ବୋଚ୍ଚ ତାପମାତ୍ର ପହଞ୍ଚତ୍ଥିଲା ୪୨ଡିଗ୍ରୀ ସେଲ୍‌ସିୟସରେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଇଥିଲା ଅସହ୍ୟ ଗୁଳୁଗୁଳି। ପ୍ରଚଣ୍ଡ ଖରା ପାଇଁ ଶୂନ୍‌ଶାନ୍‌ ହୋଇପଡ଼ିଥିଲା ରାସ୍ତାଘାଟ। ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ଲୋକମାନେ ପ୍ରବଳ ଝାଞ୍ଜିରେ ସନ୍ତୁଳି ହୋଇଥିଲେ। ବ୍ଲକ ଅଞ୍ଚଳରେ କିଛିବର୍ଷ ହେଲା ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି। ବିଶେଷକରି ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଇଚ୍ଛାପୁର, କଣ୍ଟେଇକୋଳିଆ, ମାଧପୁର, ଟକବା ଜଙ୍ଗଲରେ ଅବାଧ ଗଛକଟା ଚାଲିଛି। ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଗଛ ଅଭାବରୁ ପରିବେଶ ଉତ୍ତପ୍ତ ହୋଇଯାଉଛି।
ଅପରପକ୍ଷେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଭୂତଳ ଜଳସ୍ତର କମିଯାଇଛି। ଶତାଧିକ ନଳକୂପ ଅଚଳ ହୋଇପଡିଛି। ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଈ, ନାଳ ମଧ୍ୟ ଶୁଖିଲା ପଡ଼ିଛି। ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ସେହିପରି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଜଳକୁଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେସବୁ ଶୁଖିଲା ପଡ଼ିଛି। ଫଳରେ ବନ୍ୟପ୍ରାଣୀ ପାଣି ପାଇଁ ଜନବସତିମୁହଁା ହେଉଛନ୍ତି। ତେଣୁ ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କୁହନ୍ତି, ବ୍ଲକର ସମସ୍ତ ପଞ୍ଚାୟତରେ କିଭଳି ଜଳାଭାବ ଦୂର ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ନୂତନ ନଳକୂପ ଖୋଳିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବଶ୍ୟକସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।

ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ
ତାପମାତ୍ରା ବଢୁଥିବା ଯୋଗୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଥିରୁ ମୁକ୍ତି ପାଇଁ ପ୍ରଶାସନ ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉ।
-ସୁବାସ ପ୍ରଧାନ, କଦଳୀମୁଣ୍ଡା

ବନ ବିଭାଗ ଗଛ କଟାରେ ରୋକ୍‌ ଲଗାଉ
ବଇଣ୍ଡା ଅଞ୍ଚଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ବାଟୋଇମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଉଚିତ। ସେହିପରି ଅବାଧ ଗଛକଟା ଉପରେ ବନ ବିଭାଗ ରୋକ୍‌ ଲଗାଉ।
-କମଳ ଲୋଚନ ସାହୁ, ବଇଣ୍ଡା

ଆଦିବାସୀ ଗ୍ରାମରେ ବଢୁଛି ଜଳକଷ୍ଟ
ଗତ କିଛିବର୍ଷ ହେଲା ଖରାଦିନେ ଅସହ୍ୟ ଗରମ ହେଉଛି। ଏହାର ପ୍ରଭାବରେ ଜଳକଷ୍ଟ ଦେଖାଦେଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ କଣ୍ଟେଇକୋଳିଆ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ବ୍ଲକ ପ୍ରଶାସନ ଟ୍ୟାଙ୍କରରେ ପାଣି ଯୋଗାଉ।
-ଅମାତ ସାହୁ, କଣ୍ଟେଇକୋଳିଆ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି:ଡୁପ୍ଲିକେଟ ଚାବିକୁ ନେଇ ଜୋର୍‌ଦାର କଳି

ବନ୍ତଳା,୧୯ା୧୧(ଡି.ଏନ.ଏ.) ଗେଟ୍‌ରେ ପଡ଼ୁଥିବା ତାଲାର ଡୁପ୍ଲିକେଟ୍‌ ଚାବିକୁ ନେଇ ପ୍ରଧାନ ଶିକ୍ଷକ ଓ ଅଙ୍ଗନଓ୍ବାଡି ଦିଦିଙ୍କ ମଧ୍ୟରେ କଳି ଯୋଗୁ ସୋମବାର ବନ୍ତଳା ଥାନା ବଡ଼କଣ୍ଟକୁଳ...

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫...

ମାଧପୁର ବଜାରରେ ବନ୍ଦର ପ୍ରଭାବ ପଡ଼ିନି

ମାଧପୁର,୮।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର...

ଠକେଇ ଅଭିଯୋଗରେ ପରିବାରର ୩ ଗିରଫ

ଅନୁଗୋଳ ଅଫିସ, ୨୯ା୧୦: ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ବ୍ୟାଙ୍କରୁ ଘର ପାଇଁ ୧୦ ଲକ୍ଷ ଟଙ୍କା ଋଣ ନେଇ ଠକେଇ କରିଥିବା ଅଭିଯୋଗରେ...

୭ଷ୍ଠ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୭ମ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୫୪୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭାଜପାର ଅଶୋକ ମହାନ୍ତି ପଛରେ...

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ...

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର...

Advertisement
Archives

Model This Week