ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ ବିଗିଡ଼ିଗଲାଣି ତାହା ଆଉ ଅଛପା ନାହିଁ। କିଛିବର୍ଷ ପୂର୍ବେ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହୁଥିବା ପାରଦ ଏବେ ୫୦ ଡିଗ୍ରୀମୁହଁା ହେଲାଣି। ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ପରିବେଶବିତ୍‌।
ଶନିବାର କିଶୋରନଗର ବ୍ଲକରେ ଦିନର ସର୍ବୋଚ୍ଚ ତାପମାତ୍ର ପହଞ୍ଚତ୍ଥିଲା ୪୨ଡିଗ୍ରୀ ସେଲ୍‌ସିୟସରେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଇଥିଲା ଅସହ୍ୟ ଗୁଳୁଗୁଳି। ପ୍ରଚଣ୍ଡ ଖରା ପାଇଁ ଶୂନ୍‌ଶାନ୍‌ ହୋଇପଡ଼ିଥିଲା ରାସ୍ତାଘାଟ। ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ଲୋକମାନେ ପ୍ରବଳ ଝାଞ୍ଜିରେ ସନ୍ତୁଳି ହୋଇଥିଲେ। ବ୍ଲକ ଅଞ୍ଚଳରେ କିଛିବର୍ଷ ହେଲା ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି। ବିଶେଷକରି ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଇଚ୍ଛାପୁର, କଣ୍ଟେଇକୋଳିଆ, ମାଧପୁର, ଟକବା ଜଙ୍ଗଲରେ ଅବାଧ ଗଛକଟା ଚାଲିଛି। ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଗଛ ଅଭାବରୁ ପରିବେଶ ଉତ୍ତପ୍ତ ହୋଇଯାଉଛି।
ଅପରପକ୍ଷେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଭୂତଳ ଜଳସ୍ତର କମିଯାଇଛି। ଶତାଧିକ ନଳକୂପ ଅଚଳ ହୋଇପଡିଛି। ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଈ, ନାଳ ମଧ୍ୟ ଶୁଖିଲା ପଡ଼ିଛି। ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ସେହିପରି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଜଳକୁଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେସବୁ ଶୁଖିଲା ପଡ଼ିଛି। ଫଳରେ ବନ୍ୟପ୍ରାଣୀ ପାଣି ପାଇଁ ଜନବସତିମୁହଁା ହେଉଛନ୍ତି। ତେଣୁ ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କୁହନ୍ତି, ବ୍ଲକର ସମସ୍ତ ପଞ୍ଚାୟତରେ କିଭଳି ଜଳାଭାବ ଦୂର ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ନୂତନ ନଳକୂପ ଖୋଳିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବଶ୍ୟକସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।

ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ
ତାପମାତ୍ରା ବଢୁଥିବା ଯୋଗୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଥିରୁ ମୁକ୍ତି ପାଇଁ ପ୍ରଶାସନ ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉ।
-ସୁବାସ ପ୍ରଧାନ, କଦଳୀମୁଣ୍ଡା

ବନ ବିଭାଗ ଗଛ କଟାରେ ରୋକ୍‌ ଲଗାଉ
ବଇଣ୍ଡା ଅଞ୍ଚଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ବାଟୋଇମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଉଚିତ। ସେହିପରି ଅବାଧ ଗଛକଟା ଉପରେ ବନ ବିଭାଗ ରୋକ୍‌ ଲଗାଉ।
-କମଳ ଲୋଚନ ସାହୁ, ବଇଣ୍ଡା

ଆଦିବାସୀ ଗ୍ରାମରେ ବଢୁଛି ଜଳକଷ୍ଟ
ଗତ କିଛିବର୍ଷ ହେଲା ଖରାଦିନେ ଅସହ୍ୟ ଗରମ ହେଉଛି। ଏହାର ପ୍ରଭାବରେ ଜଳକଷ୍ଟ ଦେଖାଦେଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ କଣ୍ଟେଇକୋଳିଆ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ବ୍ଲକ ପ୍ରଶାସନ ଟ୍ୟାଙ୍କରରେ ପାଣି ଯୋଗାଉ।
-ଅମାତ ସାହୁ, କଣ୍ଟେଇକୋଳିଆ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri