୧୨ରେ ରଥକାଠ ପାଇଁ ଗଛକଟା ଅନୁକୂଳ

ଦଶପଲ୍ଲା,୩ା୧(ଡି.ଏନ୍‌.ଏ.): ପୁରୀରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ନୟାଗଡ ଜିଲା ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବାର ବିଧି ରହିଛି। ସେଥିପାଇଁ ଶ୍ରୀମନ୍ଦିର ପଞ୍ଜିକାରଙ୍କ ଗଣନା ଆଧାରରେ ଦିନ, ବାର, ସମୟ ସ୍ଥିର ହେବା ପରେ ପ୍ରସ୍ତୁତି ଆରମ୍ଭ ହୁଏ। ତଦନୁଯାୟୀ ଚଳିତବର୍ଷ ଆସନ୍ତା ୧୨ତାରିଖ ମଙ୍ଗଳବାର ଗଛ କଟା ଅନୁକୂଳ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ନୀତିପ୍ରଶାସକଙ୍କ ସହ ଏକ ଦଳ ପ୍ରଭୁଙ୍କ ଆଜ୍ଞାମାଳ, ପାଟପତନୀ, ଖଣ୍ଡୁଆ, ମହାପ୍ରସାଦ ନେଇ ନୟାଗଡ଼ରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ଆଣି ଅତିଥି ଶାଳାରେ ରଖାଯିବ। ତା’ପରଦିନ ପ୍ରତ୍ୟୁଷରୁ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବେଠିଆସାହି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ମା’ବଡରାଉଳଙ୍କ ପୀଠକୁ ଯିବେ। ସେଠାରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଆଦି ସମର୍ପଣ ସହ ହୋମ କରାଯିବ। ପରେ ମହାରଣା ସେବକ ଗଛ ଚିହ୍ନଟ କରି ପ୍ରଥମ ଚୋଟ ଦେବା ପରେ କାଠ କଟା ଆରମ୍ଭ ହେବ। ଏହି ନୀତିକୁ ଦର୍ଶନ କରିବାକୁ ଶତାଧିକ ଗ୍ରାମବାସୀ ଏକାଠି ହୋଇଥାନ୍ତି। ଗଛ କଟା ସମୟରେ ଶ୍ରଦ୍ଧାଳୁଙ୍କ ହରିବେଲ, ହୁଳହୁଳିରେ ସେହି ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’

ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା,...

କୋହିନୁର ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ

ପୁରୀ ଅଫିସ,୧୩।୯:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ଏହିକ୍ରମରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର...

୩୫ ଓଏଏସ୍‌ ଅଫିସରଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର,୧୫ା୧୦(ବ୍ୟୁରୋ): ୧୩୯ଜଣ ଓଏଏସ୍‌ ଅଫିସରଙ୍କୁ ଗୁରୁବାର ବଦଳି କରିବା ପରେ ଶୁକ୍ରବାର ପୁଣି ୩୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ତାଲିକା ପ୍ରକାଶ ପାଇଛି। ତହସିଲଦାର ଓ...

ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୨।୭- ନାଁ ତାଙ୍କର କୁଲରନ୍‌ ନାୟକ। ବରଗଡ଼ ଜିଲା ବରପାଲି ଏନଏସି ଅଧିନ ୱାର୍ଡ଼ ନଂ-୩ରେ ସେ ବର୍ତ୍ତମାନ ରହୁଛନ୍ତି । ପରିଣତ ବୟସରେ...

ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ଶୁଖିଲା ଗଛ

ଅମରପାଲି,୨ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କଲୋନୀରେ ଏକ ବିରାଟକାୟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଗଛ ଭାଙ୍ଗି ପଡିବା...

ଅନ୍ଧାରରେ ଜାରକା ଅସ୍ଥାୟୀ ବସ୍‌ଷ୍ଟାଣ୍ଡ

ଧର୍ମଶାଳା,୨୬।୪ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଜାରକା ନୂତନ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପରିସର ଅନ୍ଧାରରେ ରହିଛି। ଜାରକାଠାରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ହେବା...

ଆଜିଠୁ କମିବ ବର୍ଷା, ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨।୪(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ସାରା ରାଜ୍ୟରେ ଝଡ଼ବର୍ଷା ଲାଗି ରହିଛି। ତେବେ ରବିବାରଠାରୁ ବର୍ଷା ଓ କାଳବୈଶାଖୀ ଧୀରେ ଧୀରେ କମିବା ସହ ତାପମାତ୍ରା...

ବିସ୍ଫୋରଣରେ ନାବାଳକ ଗୁରୁତର

ଆସିକା,୧୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ସୋମବାର ସକାଳେ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଣ୍ଡିଆପଥରର...

Advertisement
Archives

Model This Week