Posted inଖେଳ

ଦୋହାରେ ଭାରତୀୟ ଫୁଟ୍‌ବଲ ଦଳର ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୨୩।୫(ପି.ଟି.): କାତାରର ରାଜଧାନୀ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲ ଦଳର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି ଜଣାପଡିଛି। ଆସନ୍ତା ମାସରେ ୨୦୨୨ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌ର ଯୁଗ୍ମ କ୍ୱାଲିଫାୟର୍ସ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲରମାନେ ଟ୍ରେନିଂ ଆରମ୍ଭ କରିଛନ୍ତି।
ଭାରତୀୟ ଦଳ ବୁଧବାର ସନ୍ଧ୍ୟାରେ ଦୋହାରେ ପହଞ୍ଚିଥିଲା ଓ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରହିଥିଲା। ଖେଳାଳିମାନେ ଆରଟି- ପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଥିଲେ। ରିପୋର୍ଟ ନେଗେଟିଭ ଜଣାପଡିବା ପରେ ଖେଳାଳିମାନେ ପ୍ରସ୍ତୁତି ଶିବିରରେ ଯୋଗ ଦେଇଥିଲେ। ସବୁ ୨୮ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଟେଷ୍ଟରେ ନେଗେଟିଭ ବୋଲି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ) ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ଭାରତୀୟ ଦଳକୁ ଅଧିନାୟକ ସୁନୀଶ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବାୟୋ ବବଲ ମଧ୍ୟରେ ଏହି ପ୍ରସ୍ତୁତି ଶିବିର ଆୟୋଜନ ହେବ। ଜୁନ୍‌ ୩ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ କାତାରକୁ ଭେଟିବ। ସେହିପରି ଜୁନ୍‌ ୭ ତାରିଖରେ ଭାରତ ବାଂଲାଦେଶ ଓ ଜୁନ୍‌ ୧୫ ତାରିଖରେ ଆଫଗାନିସ୍ତାନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କାତାର ଫୁଟ୍‌ବଲ ଆସୋସିଏଶନ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଖେଳାଳିମାନେ ୧୦ ଦିନିଆ ହାର୍ଡ କ୍ୱାରାଣ୍ଟାଇନରେ ରହିଥିଲେ। ଗତ ରାତିରେ ଖେଳାଳିମାନେ ଅଭ୍ୟାସ କରିଛନ୍ତି ବୋଲି ଏଆଇଏଫ୍‌ଏଫ୍‌ ଟୁଇଟ୍‌ କରି ସୂଚନା ଦେଇଛି। କୋଚ ଆଇଗର ଷ୍ଟିମାକଙ୍କ ସହ ଖେଳାଳିମାନଙ୍କ ଟ୍ରେନିଂର ଫଟୋ ଏଆଇଏଫ୍‌ଏଫ୍‌ ଅପ୍‌ଲୋଡ କରିଛି।
ଗ୍ରୁପ୍‌ ଇ’ରେ ଭାରତୀୟ ଦଳ ୩ ପଏଣ୍ଟ ହାସଲ କରିବା ସହ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଫିଫା ବିଶ୍ୱକପ୍‌ରେ ସ୍ଥାନ ହାସଲ କରିବା ଦୌଡ଼ରୁ ବାଦ୍‌ ପଡିସାରିଛି। ତେବେ ଚାଇନାରେ ଆୟୋଜନ ହେବାକୁ ଥିବା ୨୦୨୩ ଏସିଆନ କପ୍‌ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଭାରତ ରହିଛି। କାତାର ଯାତ୍ରା କରିବା ପୂର୍ବରୁ ମେ’ ୨ରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଜାତୀୟ କ୍ୟାମ୍ପ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କରୋନା ମହାମାରୀ ପାଇଁ ଏହାକୁ ବାତିଲ କରିବାକୁ ପଡିଥିଲା। ନୂଆଦିଲ୍ଲୀ ପ୍ରସ୍ଥାନ କରିବା ପୂର୍ବରୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ଆରଟି- ପିସିଆର ଟେଷ୍ଟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri