ଟ୍ରେନ୍‌ ଦୁର୍ଘଟଣା ଏଡ଼ାଯାଇପାରିଥାନ୍ତା

ନୂଆଦିଲ୍ଲୀ, ୪।୬: ଭାରତୀୟ ରେଳପଥ ଯଦି ଯାତ୍ରୀଙ୍କ ରେକ୍‌ଗୁଡ଼ିକରେ ନାଭିଗେଶନ୍‌ ଓ୍ବିଥ୍‌ ଇଣ୍ଡିଆନ୍‌ କନ୍‌ଷ୍ଟେଲେଶନ୍‌ (ନାଭିକ୍‌) ବ୍ୟବହାର କରିଥାଆନ୍ତା ତେବେ ଜୁନ୍‌ ୨ରେ ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଏଡ଼ାଯାଇପାରିଥାଆନ୍ତା। ରେଲଓ୍ବେର ସୁରକ୍ଷା ଓ ନିରାପତ୍ତା ପ୍ରୋଟୋକଲ ସମ୍ପର୍କରେ ଅଭିଜ୍ଞ ବରିଷ୍ଠ ଅଧିକାରୀମାନେ ଏଭଳି ମତ ଦେଇଛନ୍ତି। ରେଲଓ୍ବେ ଅଫିସରମାନେ କହୁଛନ୍ତି, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍‌ରେ କବଚ ସିଷ୍ଟମ୍‌ ନ ଥିଲା। ତେବେ ଏଥିରେ କବଚ ବ୍ୟବହାର କରା ନ ଯିବାର କାରଣ ବୁଝିବା କଷ୍ଟକର ନୁହେଁ।
ପରିଚୟ ଗୋପନ ସର୍ତ୍ତରେ କେତେଜଣ ଅଧିକାରୀ କହିଛନ୍ତି, ୨୦୧୯ ଜୁନ୍‌ରେ ନାଭିକ୍‌ ରୂପେ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ରେଲଓ୍ବେର ଆଣ୍ଟି-କୋଲିଜନ୍‌ ସିଷ୍ଟମ୍‌ ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ଗ୍ଲୋବାଲ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ଉପରେ ନିର୍ଭର କରିଆସୁଛି। ଯଦି ଦୁଇ ଯାତ୍ରୀବାହୀ ଟ୍ରେନ୍‌ ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଏବଂ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌ର ଠିକ୍‌ ଓ ବାସ୍ତବ ସମୟର ଉପସ୍ଥିତି ସମ୍ପର୍କରେ ରେଲଓ୍ବେ ଟ୍ରାଫିକ୍‌ ଅଧିକାରୀମାନେ ଜାଣିଥାଆନ୍ତେ ଏବଂ ଟ୍ରେନ୍‌ ଡ୍ରାଇଭରମାନେ ନାଭିକ୍‌ଭିତ୍ତିକ ଉପକରଣ ବ୍ୟବହାର କରିଥାଆନ୍ତେ ତେବେ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଭାରତର ଅନ୍ୟତମ ବୃହତ୍‌ ରେଳ ଦୁର୍ଘଟଣାରେ ସାମିଲ ହୋଇଥିବା ତୃତୀୟ ଟ୍ରେନ୍‌ଟି ଏକ ମାଲଗାଡ଼ି ଥିଲା। ଦୁଇ ଯାତ୍ରୀବାହୀ ଟ୍ରେନ୍‌ରେ ପଜିଶନିଂ ତଥା ନାଭିଗେଟିଂ ସୂଚନାକୁ ସୁନିଶ୍ଚିତ କରିବା ଲାଗି ଜିପିଏସ୍‌ଭିତ୍ତିକ ଉପକରଣ ସଂଲଗ୍ନ କରାଯାଇ ନ ଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ମେ’ ୧୭ ବିଶ୍ୱ ଟେଲିକମ୍‌ ଦିବସରେ ରେଲଓ୍ବେ ବୋର୍ଡର ଜଣେ ସଦସ୍ୟ ବେଙ୍ଗାଲୁରୁସ୍ଥିତ ଘରୋଇ କମ୍ପାନୀ ଏଲେନା ଜିଓ ସିଷ୍ଟମ୍ସର ପ୍ରତିନିଧିମାନଙ୍କୁ ଭେଟି ନାଭିକ୍‌ ସମ୍ପର୍କରେ ବିସ୍ତୁତ ବିବରଣୀ ମାଗିଥିଲେ। ଗତ ଏପ୍ରିଲରେ ଏଲେନା ଜିଓ ସିଷ୍ଟମ୍ସ ପକ୍ଷରୁ ନାଭିକ୍‌ ଚିପ୍‌ ଆରମ୍ଭ କରାଯାଇଥିଲା। ଏହି ଚିପ୍‌କୁ ଏକ ସାଟେଲାଇଟ୍‌ ସିଗ୍‌ନାଲ ରିସିଭର ସହ ବ୍ୟବହାର କଲେ ଟ୍ରେନ୍‌ର ଠିକ୍‌ ଅବସ୍ଥିତି, ନାଭିଗେଶନ୍‌ ଏବଂ ଟାଇମିଂ ଆପ୍ଲିକେଶନ୍‌ ନେଇ ତଥ୍ୟ ମିଳିଥାଏ।
ରେଲଓ୍ବେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତ୍ୟେକ ଟ୍ରେନ୍‌ର ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ସଫ୍ଟଓ୍ବେର ବିକଶିତ କରାଯାଉଛି। ଟ୍ରେନ୍‌ର ରକ୍ଷଣାବେକ୍ଷଣ ସହ କୋଚ୍‌, କ୍ରିଉ ଓ ଅନ୍ୟ ଅପରେଶନ୍‌ଗୁଡ଼ିକର ପ୍ରବନ୍ଧନ ଡିଜିଟାଲ ମାଧ୍ୟମରେ କରାଯାଉଥିଲେ ହେଁ ନାଭିକ୍‌ କାର୍ଯ୍ୟରେ ଲଗାଯିବା ପରଠୁ ସେଣ୍ଟ୍ରାଲ ରେଲଓ୍ବେ ଇନ୍‌ଫର୍ମେଶନ୍‌ ସିଷ୍ଟମ୍‌ (ସିଆର୍‌ଆଇଏସ୍‌) ଏହି ବ୍ୟବସ୍ଥାର ଅଗ୍ରଗତି ନେଇ ବିଶେଷ ତତ୍ପରତା ଦେଖାଉନାହିଁ। ସିଆର୍‌ଆଇଏସ୍‌ର ତୃତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଟ୍ରାକ୍‌, ଓଭରହେଡ୍‌ ଇଲେକ୍ଟ୍ରିକ୍‌ ଲାଇନ୍ସ, ଓ ସିଗ୍‌ନାଲଗୁଡ଼ିକର ଯାଞ୍ଚ ଓ ରକ୍ଷଣାବେକ୍ଷଣ କରିବା। କିନ୍ତୁ ଏହି ଦୁଇ ଟ୍ରେନ୍‌ କ୍ଷେତ୍ରରେ ଏସବୁ କରାଯାଇ ନ ଥିଲା।
୨୦୨୨ ମାର୍ଚ୍ଚ ୨୩ରେ କାର୍ଯ୍ୟକାରୀ କରାଯାଇଥିବା ନ୍ୟାଶନାଲ ଅଟୋମେଟିକ୍‌ ଟ୍ରେନ୍‌ ପ୍ରୋଟେକ୍ସନ୍‌ (ଏନ୍‌ଏଟିପି) ବା କବଚ ବ୍ୟବସ୍ଥାର ବିଫଳତା ବରିଷ୍ଠ ରେଲଓ୍ବେ ଅଧିକାରୀମାନଙ୍କୁ ଚକିତ କରିଦେଇଛି। ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅର୍ଗାନାଇଜେଶନ୍‌ (ଡିଆର୍‌ଏସ୍‌ଓ)ର ମିଳିତ ଆନୁକୂଲ୍ୟରେ କବଚ ଏଟିପି ବିକଶିତ କରାଯାଇଥିଲା। ଘନ କୁହୁଡ଼ି ସମେତ ପ୍ରତିକୂଳ ପାଗରେ ଲୋକୋମୋଟିଭ୍‌ ପାଇଲଟମାନଙ୍କ ଟ୍ରେନ୍‌ ପରିଚାଳନାକୁ ସୁଗମ କରିବା ପାଇଁ ଏହି ବ୍ୟବସ୍ଥା ବିକଶିତ କରାଯାଇଥିଲା। ଏହାଦ୍ୱାରା ଲୋକୋମୋଟିଭ୍‌ ପାଇଲଟ୍‌ ସିଗ୍‌ନାଲ ପାସିଙ୍ଗ୍‌ ଆଟ୍‌ ଡେଞ୍ଜର (ଏସ୍‌ପିଏଡି) ଏବଂ ଦ୍ରୁତ ଚାଳନାକୁ ଏଡ଼ାଇପାରିଥାଆନ୍ତି। ଏହି ସିଷ୍ଟମ୍‌ ଜରୁରୀ ସମୟରେ ଦୁର୍ଘଟଣା ଏଡ଼ାଇବା ଲାଗି ସ୍ବତଃପ୍ରବୃତ୍ତ ଭାବେ ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ସମନ୍ବିତ ପରିବହନକୁ ସୁନିଶ୍ଚିତ କରିବା ସକାଶେ ଭାରତୀୟ ରେଳପଥ ଡେଟା ଆନାଲିଟିକ୍ସ ଉପରେ ଗୁରୁତ୍ୱ ଦେଉଛି। ଟ୍ରେନ୍‌ର ରିୟଲ୍‌ ଟାଇମ୍‌ ଟ୍ରାକିଂ ପାଇଁ ରେଳପଥ ଚଳିତବର୍ଷ ମାର୍ଚ୍ଚରେ ରିଅଲ ଟାଇମ୍‌ ଟ୍ରେନ୍‌ ଇନ୍‌ଫର୍ମେଶନ୍‌ ସିଷ୍ଟମ୍ସ ଅଧୀନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ମିଶି ଏକ ପ୍ରକଳ୍ପ ଆରମ୍ଭ କରିଥିଲା। ଏହାଦ୍ୱାରା ଉପଗ୍ରହ ଚିତ୍ର ଓ ଲାଇଭ୍‌ ଟ୍ରାକିଂ ସହାୟତାରେ ଟ୍ରେନ୍‌ର ଗତି ସମ୍ପର୍କରେ ବାସ୍ତବ ତଥ୍ୟ ମିଳିଥାଏ। ଏହାର ମଧ୍ୟ ସହାୟତା ନିଆଯାଇ ନ ଥିଲା।

ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ରେଲଓ୍ବେର ସ୍ବୟଂଚାଳିତ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା ‘କବଚ’ ଚର୍ଚ୍ଚାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଥିବା ରୁଟ୍‌ରେ କବଚ ଉପଲବ୍ଧ ନ ଥିଲା ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଲୋକୋପାଇଲଟ୍‌ ସଙ୍କେତ (ସିଗ୍‌ନାଲ ପାସ୍‌ଡ ଆଟ୍‌ ଡେଞ୍ଜର-ଏସ୍‌ପିଏଡି) ଅତିକ୍ରମ କଲେ ଦୁର୍ଘଟଣା ଘଟିଥାଏ। କବଚ ହେଉଛି ଏପରି ଏକ ବ୍ୟବସ୍ଥା, ଯାହା ଲୋକୋପାଇଲଟ୍‌ ଏହି ବିପଦ ସଙ୍କେତ ଡେଇଁବା ମାତ୍ରେ ସତର୍କ କରାଇଥାଏ। ଦୁର୍ଘଟଣା ଏଡ଼ାଇବା ପାଇଁ ଭାରତୀୟ ରେଳ ପକ୍ଷରୁ ବିକଶିତ ଏହି ଅଟୋମେଟିକ୍‌ ପ୍ରୋଟେକ୍ସନ ସିଷ୍ଟମ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ନ ଥିଲା।

କବଚର ବୈଶିଷ୍ଟ୍ୟ

ଲୋକୋ ପାଇଲଟ୍‌ ବ୍ରେକ୍‌ ଲଗାଇ ନ ପାରିଲେ କବଚ ସ୍ବତଃପ୍ରବୃତ୍ତ ଭାବେ ବ୍ରେକ୍‌ର ପ୍ରୟୋଗ କରି ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିଥାଏ ।
କ୍ୟାବ୍‌ରେ ଲାଇନ୍‌ ପାର୍ଶ୍ୱ ସିଗ୍‌ନାଲକୁ ଦୋହରାଇଥାଏ, ଯାହାକି ଦ୍ରୁତ ଗତି ଓ ଘନ କୁହୁଡ଼ି ସମୟରେ ଅତ୍ୟନ୍ତ ଉପାଦେୟ।
ଟ୍ରେନ୍‌ର ଗତି ଉପରେ ନିୟନ୍ତ୍ରଣ ସମ୍ପର୍କରେ ଲଗାତର ଅପ୍‌ଡେଟ୍‌ ଦେଇଥାଏ।
ଲେଭଲ୍‌ କ୍ରସିଂ ଫାଟକଗୁଡ଼ିକରେ ଆପେ ଆପେ ହୁଇସିଲ ବଜାଇଥାଏ।
ଲୋକୋ କମ୍ୟୁନିକେଶନ୍‌ ଜରିଆରେ ଟ୍ରେନ୍‌ ମଧ୍ୟରେ ଧକ୍କାକୁ ଏଡ଼ାଇଥାଏ।
ଟ୍ରେନ୍‌କୁ ନିୟନ୍ତ୍ରଣ କରି ଏସ୍‌ଓଏସ୍‌ ଫିଚର୍ସ ପାଇଁ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?