ପାରମ୍ପରିକ ପିଠା ଦେଇଛି ପରିଚୟ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପିଠା ଏବେ ପ୍ରାୟ ହଜିଯିବାକୁ ବସିଛି। ମାତ୍ର ଏହାକୁ ଉଜ୍ଜୀବିତ ରଖିବା ସହ ଏହା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ରୋଜଗାରକ୍ଷମ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଇ ବନ୍ଧୁ। ସେମାନେ ହେଲେ ଯୁବ ଉଦ୍ୟୋଗୀ ସ୍ମୃତି ସାଗର ସାମଲ ଏବଂ ଆଶିଷ କୁମାର କାପ। ଦୁହେଁ ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ଛକ ନିକଟରେ ‘ଓଡ଼ିଶା ଟ୍ରାଡିଶନାଲ ପିଠା’ ନାମକ ଏକ ଷ୍ଟଲ୍‌ ଖୋଲିଛନ୍ତି। ଯେଉଁଠାରେ କ୍ଷୀର ପୋଡ଼, ଦହି ପୋଡ଼, ବିରି ପୋଡ଼, ଚନ୍ଦ୍ରକାନ୍ତି, କରଞ୍ଜି, ଆରିସା, ଛେନାମଣ୍ଡା, ସୁଜିମଣ୍ଡା, କାକରା, ରସାବଳି, କ୍ଷୀରସାଗର, ଲଛାରାବିଡ଼ି, ଅଟା କାକରା ଇତ୍ୟାଦି ନାନା ପ୍ରକାର ପିଠା ରହିଛି। ନିଜ ଷ୍ଟଲ୍‌ରେ ଏସବୁ ସୁସ୍ବାଦୁ ପିଠା ବିକ୍ରି କରିବା ସହ ଅନ୍‌ଲାଇନରେ ବରାଦ ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି।
ସମ୍ପ୍ରତି ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ୍‌ର ଚାହିଦା ସମୟରେ ଲୋକେ ଓଡ଼ିଶାର ପାରମ୍ପରିକ ପିଠାକୁ ଖୋଜୁଛନ୍ତି। ଏଥିଯୋଗୁ ରାଜଧାନୀର ଅନେକ ସ୍ଥାନରେ ରାସ୍ତା ପାର୍ଶ୍ୱ ଉଠାଦୋକାନରେ ଘୁଗୁନି, ଆଳୁଦମ୍‌ ସାଙ୍ଗକୁ ଚକୁଳି, ମଣ୍ଡା ପିଠା ପ୍ରଭୃତି ବିକ୍ରି ହେଉଛି। ଏଥିରୁ ଭଲ ରୋଜଗାର ମଧ୍ୟ ହେଉଛି। କେତେକ ସୁଇଟ୍ସ ଷ୍ଟଲ୍‌ କିମ୍ବା ମିଠା ଦୋକାନରେ ପିଠା ବି ବିକ୍ରି କରାଯାଉଛି। ପିଠାର ଏଭଳି ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟ କ୍ଷେତ୍ରକୁ ଓହ୍ଲାଇଛନ୍ତି ସ୍ମୃତିସାଗର ଓ ଆଶିଷ କୁମାର। ‘ଓଡ଼ିଶା ଟ୍ରାଡିଶନାଲ ପିଠା’ ଷ୍ଟଲ୍‌ ଖୋଲି ବିଭିନ୍ନ ପ୍ରକାର ପିଠା ବିକ୍ରି କରୁଛନ୍ତି। ଭୁବନେଶ୍ୱର ଲୋକଙ୍କ ସମେତ ବାହାରୁ ଆସୁଥିବା ଲୋକେ ମଧ୍ୟ ଏଠାରେ ପିଠାର ସ୍ବାଦ ନେଉଛନ୍ତି। କେହି କେହି ପରିବାର ବା ପ୍ରିୟ ପରିଜନଙ୍କ ପାଇଁ ପ୍ୟାକ୍‌ କରି ନେଇଯାଉଛନ୍ତି। ସେହିପରି ଘର ପରିବାରଠୁ ଦୂରରେ ରହୁଥିବା ପିଠାପ୍ରେମୀମାନେ ଏଠାକୁ ଆସୁଛନ୍ତି। ଦାମ୍‌ ୧୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏନେଇ ସ୍ମୃତି ସାଗର କହିଛନ୍ତି, ଏଠାରେ ପରିଷ୍କାର ପରିଚ୍ଛନ୍ନତାର ସହ ପାରମ୍ପରିକ ଢଙ୍ଗରେ ପିଠା ପ୍ରସ୍ତୁତ କରାଯାଉଛି। ଏହି କାମରେ ପ୍ରାୟ ୧୫ଜଣ ମହିଳା ନିୟୋଜିତ ହୋଇଥାନ୍ତି। ଏହି ପରିବାରଙ୍କୁ ରୋଜଗାର ଦେଇପାରିଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି ବୋଲି ସ୍ମୃତି ସାଗର କହିଛନ୍ତି।
ଏଠାରେ କାର୍ଯ୍ୟରତ କ୍ରିଷ୍ଣାପ୍ରିୟା ଗିରି କହିଛନ୍ତି, ଏଠାରେ ପିଠା ବିକ୍ରି ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ପିଠା ଅଧିକ ଲୋକପ୍ରିୟ ହୋଇପାରୁଛି। ପ୍ରତିଦିନ ସକାଳୁ ଘରର ସବୁ କାମ ସାରି ଆଖପାଖର ପ୍ରାୟ ୧୫ଜଣ ମହିଳା ମିଶି ପିଠା ପ୍ରସ୍ତୁତ କରୁଛୁ। ପିଠା ବିକ୍ରିରୁ ଆୟ ହେଉଥିବା ପ୍ରାୟ ୨୫ ପ୍ରତିଶତ ଅର୍ଥାତ୍‌ ଜଣକ ପିଛା ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପାରିଶ୍ରମିକ ବାବଦରେ ମିଳୁଛି। ସେହିପରି ଗ୍ରାହକ ସୁବ୍ରମଣ୍ୟମ୍‌ ସ୍ବାଇଁ କହିଛନ୍ତି, ମୁଁ ଅଧିକାଂଶ ସମୟରେ ଏଠାକୁ ପିଠା ଖାଇବାକୁ ଆସେ। ସ୍ବାଦ ନିଆରା। ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଦେଖିବାକୁ ମିଳୁଛି। ସମ୍ପ୍ରତି ଆଧୁନିକ ଯୁଗରେ ରାଜଧାନୀରେ ପିଠା ମିଳିବା ଖୁସିର କଥା।
ରିପୋର୍ଟ: ଆଦିତ୍ୟ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri