ପାରମ୍ପରିକ ପିଠା ଦେଇଛି ପରିଚୟ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପିଠା ଏବେ ପ୍ରାୟ ହଜିଯିବାକୁ ବସିଛି। ମାତ୍ର ଏହାକୁ ଉଜ୍ଜୀବିତ ରଖିବା ସହ ଏହା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ରୋଜଗାରକ୍ଷମ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଇ ବନ୍ଧୁ। ସେମାନେ ହେଲେ ଯୁବ ଉଦ୍ୟୋଗୀ ସ୍ମୃତି ସାଗର ସାମଲ ଏବଂ ଆଶିଷ କୁମାର କାପ। ଦୁହେଁ ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ଛକ ନିକଟରେ ‘ଓଡ଼ିଶା ଟ୍ରାଡିଶନାଲ ପିଠା’ ନାମକ ଏକ ଷ୍ଟଲ୍‌ ଖୋଲିଛନ୍ତି। ଯେଉଁଠାରେ କ୍ଷୀର ପୋଡ଼, ଦହି ପୋଡ଼, ବିରି ପୋଡ଼, ଚନ୍ଦ୍ରକାନ୍ତି, କରଞ୍ଜି, ଆରିସା, ଛେନାମଣ୍ଡା, ସୁଜିମଣ୍ଡା, କାକରା, ରସାବଳି, କ୍ଷୀରସାଗର, ଲଛାରାବିଡ଼ି, ଅଟା କାକରା ଇତ୍ୟାଦି ନାନା ପ୍ରକାର ପିଠା ରହିଛି। ନିଜ ଷ୍ଟଲ୍‌ରେ ଏସବୁ ସୁସ୍ବାଦୁ ପିଠା ବିକ୍ରି କରିବା ସହ ଅନ୍‌ଲାଇନରେ ବରାଦ ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି।
ସମ୍ପ୍ରତି ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ୍‌ର ଚାହିଦା ସମୟରେ ଲୋକେ ଓଡ଼ିଶାର ପାରମ୍ପରିକ ପିଠାକୁ ଖୋଜୁଛନ୍ତି। ଏଥିଯୋଗୁ ରାଜଧାନୀର ଅନେକ ସ୍ଥାନରେ ରାସ୍ତା ପାର୍ଶ୍ୱ ଉଠାଦୋକାନରେ ଘୁଗୁନି, ଆଳୁଦମ୍‌ ସାଙ୍ଗକୁ ଚକୁଳି, ମଣ୍ଡା ପିଠା ପ୍ରଭୃତି ବିକ୍ରି ହେଉଛି। ଏଥିରୁ ଭଲ ରୋଜଗାର ମଧ୍ୟ ହେଉଛି। କେତେକ ସୁଇଟ୍ସ ଷ୍ଟଲ୍‌ କିମ୍ବା ମିଠା ଦୋକାନରେ ପିଠା ବି ବିକ୍ରି କରାଯାଉଛି। ପିଠାର ଏଭଳି ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟ କ୍ଷେତ୍ରକୁ ଓହ୍ଲାଇଛନ୍ତି ସ୍ମୃତିସାଗର ଓ ଆଶିଷ କୁମାର। ‘ଓଡ଼ିଶା ଟ୍ରାଡିଶନାଲ ପିଠା’ ଷ୍ଟଲ୍‌ ଖୋଲି ବିଭିନ୍ନ ପ୍ରକାର ପିଠା ବିକ୍ରି କରୁଛନ୍ତି। ଭୁବନେଶ୍ୱର ଲୋକଙ୍କ ସମେତ ବାହାରୁ ଆସୁଥିବା ଲୋକେ ମଧ୍ୟ ଏଠାରେ ପିଠାର ସ୍ବାଦ ନେଉଛନ୍ତି। କେହି କେହି ପରିବାର ବା ପ୍ରିୟ ପରିଜନଙ୍କ ପାଇଁ ପ୍ୟାକ୍‌ କରି ନେଇଯାଉଛନ୍ତି। ସେହିପରି ଘର ପରିବାରଠୁ ଦୂରରେ ରହୁଥିବା ପିଠାପ୍ରେମୀମାନେ ଏଠାକୁ ଆସୁଛନ୍ତି। ଦାମ୍‌ ୧୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏନେଇ ସ୍ମୃତି ସାଗର କହିଛନ୍ତି, ଏଠାରେ ପରିଷ୍କାର ପରିଚ୍ଛନ୍ନତାର ସହ ପାରମ୍ପରିକ ଢଙ୍ଗରେ ପିଠା ପ୍ରସ୍ତୁତ କରାଯାଉଛି। ଏହି କାମରେ ପ୍ରାୟ ୧୫ଜଣ ମହିଳା ନିୟୋଜିତ ହୋଇଥାନ୍ତି। ଏହି ପରିବାରଙ୍କୁ ରୋଜଗାର ଦେଇପାରିଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି ବୋଲି ସ୍ମୃତି ସାଗର କହିଛନ୍ତି।
ଏଠାରେ କାର୍ଯ୍ୟରତ କ୍ରିଷ୍ଣାପ୍ରିୟା ଗିରି କହିଛନ୍ତି, ଏଠାରେ ପିଠା ବିକ୍ରି ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ପିଠା ଅଧିକ ଲୋକପ୍ରିୟ ହୋଇପାରୁଛି। ପ୍ରତିଦିନ ସକାଳୁ ଘରର ସବୁ କାମ ସାରି ଆଖପାଖର ପ୍ରାୟ ୧୫ଜଣ ମହିଳା ମିଶି ପିଠା ପ୍ରସ୍ତୁତ କରୁଛୁ। ପିଠା ବିକ୍ରିରୁ ଆୟ ହେଉଥିବା ପ୍ରାୟ ୨୫ ପ୍ରତିଶତ ଅର୍ଥାତ୍‌ ଜଣକ ପିଛା ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପାରିଶ୍ରମିକ ବାବଦରେ ମିଳୁଛି। ସେହିପରି ଗ୍ରାହକ ସୁବ୍ରମଣ୍ୟମ୍‌ ସ୍ବାଇଁ କହିଛନ୍ତି, ମୁଁ ଅଧିକାଂଶ ସମୟରେ ଏଠାକୁ ପିଠା ଖାଇବାକୁ ଆସେ। ସ୍ବାଦ ନିଆରା। ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଦେଖିବାକୁ ମିଳୁଛି। ସମ୍ପ୍ରତି ଆଧୁନିକ ଯୁଗରେ ରାଜଧାନୀରେ ପିଠା ମିଳିବା ଖୁସିର କଥା।
ରିପୋର୍ଟ: ଆଦିତ୍ୟ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri