ଉଜ୍ଜୀବିତ ରହିଛି ପରମ୍ପରା

ଭୁବନ,୨୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ଏକ ଅନନ୍ୟ ପର୍ବ ହେଉଛି ବଳଦଯାତ୍ରା। ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଏହା ପାଳନ କରାଯାଏ। ଇତିହାସ ଅନୁଯାୟୀ, ଏଠାକାର ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟର ଲୋକମାନେ ଦେଶ ବାହାରକୁ ବ୍ୟବସାୟ କରିବାକୁ ଯିବା ସମୟରେ ବଳଦର ସହାୟତା ନେଉଥିଲେ। ସେତେବେଳେ ଗାଡ଼ିର ସୁବିଧା ନ ଥିବାରୁ ସେମାନେ ବଳଦ ପିଠିରେ ବିକ୍ରି ସାମଗ୍ରୀ ଲଦି ଦୂର ଦେଶକୁ ଯାତ୍ରା କରୁଥିଲେ। ପ୍ରତିବର୍ଷ ଆଶ୍ୱିନ ମାସରେ ସେମାନେ ବ୍ୟବସାୟ ପାଇଁ ବାହାରୁଥିବାରୁ ବଳଦକୁ ବନ୍ଦାପନା କରିବା ପରେ ସେମାନଙ୍କ ଯାତ୍ରା ଆରମ୍ଭ କରୁଥିଲେ। ସେହି ପରମ୍ପରାକୁ ଉଜ୍ଜୀବିତ ରଖିବ ପାଇଁ ସେବେଠାରୁ ଭୁବନରେ ବଳଦ ଯାତ୍ରା ପାଳନ କରାଯାଉଛି।
ଚଳିତ ବର୍ଷ ଏହି ପ୍ରସିଦ୍ଧ ବଳଦ ଯାତ୍ରା ପାଇଁ ଭୁବନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜାଠାରୁ ସୁସଜ୍ଜିତ ବଳଦମାନଙ୍କୁ ନଗର ପରିକ୍ରମା ଅଭ୍ୟାସ କରାଯାଉଛି। ଆସନ୍ତା ୨୪ ତାରିଖ ଦଶହରା ଦିନ ଏହି ଯାତ୍ରା ବିଧିବଦ୍ଧ ଅନୁକୂଳ ବା ଶୁଭାରମ୍ଭ କରାଯିବ। ୨୫ ତାରିଖ ମା’ଙ୍କ ଭସାଣି ବେଳେ ସୁସଜ୍ଜିତ ବଳଦମାନଙ୍କୁ ଶୋଭାଯାତ୍ରାରେ ସାମିଲ କରାଯିବ। ଏଥର ୩୨ଟି ବଳଦ ଯାତ୍ରାରେ ସାମିଲ ହେବାକୁ ସ୍ଥିର ହୋଇଥିବାରୁ ସେମାନଙ୍କୁ ସୁସଜ୍ଜିତ କରାଯାଇଛି। ଦଶହରା ଏବଂ ଏକାଦଶୀ ତିଥିରେ ଅନୁଷ୍ଠିତ ମୁଖ୍ୟ ଯାତ୍ରାରେ ଅଭ୍ୟାସରେ ଭାଗନେଇଥିବା ବଳଦ ଏବଂ ବଳଦିଆମାନେ ସାମିଲ ହେବେ। ଏହି ଯାତ୍ରା ପାଇଁ ଏବେଠାରୁ ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟ ସହିତ ଭୁବନ ଅଞ୍ଚଳର ସମସ୍ତଙ୍କ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି। ପିଠାପଣା ପ୍ରସ୍ତୁତିରେ ସମସ୍ତେ ଲାଗିପଡ଼ିଛନ୍ତି। ଦଶହରା ଦିନ ଗ୍ରାମ ଦେବତୀଙ୍କୁ ଆବାହନ କରି ଏହି ଯାତ୍ରା ଆରମ୍ଭ କରାଯାଇଥାଏ। ଚଳିତ ଥର ଭୁବନରେ ୧୩ଟି ଦୁର୍ଗା ଓ ହରପାର୍ବତୀ ମେଢ଼ ହୋଇଛନ୍ତି। ସେଥିମଧ୍ୟରୁ ଦୁର୍ଗାଛକ, ଗୁଜୁରିହାଟ, ସେଣସାହି ହରପାର୍ବତୀ, ଦୁର୍ଗାବଜାର, କ୍ଲାସିକକ୍ଲ, ନୂଆଭୁବନ ବଜାର, ନୂଆଭୁବନ ମଝିସାହି, ଗଡଗହମପୁର, ହାଟୁଆ ଦୁର୍ଗାମେଢ, ପୋଥାଳ ସାହି, ବାଜିଛକ, ବିଘ୍ନମହାନ୍ତି ଛକ ଓ ହରପାର୍ବତୀ ମେଢ଼ ଯାତ୍ରାରେ ସାମିଲ ହେବେ। ଏହି ଯାତ୍ରା ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏବେଠାରୁ ଉଠାଦୋକାନୀମାନେ ସେଠାରେ ପସରା ମେଲାଇସାରିଲେଣି। ଭଳିକି ଭଳି ଖାଦ୍ୟ, ଘରକରଣା ଉପକରଣ ଷ୍ଟଲ ସହିତ ଚଟପଟା, ଫାଷ୍ଟଫୁଡ ଦୋକାନୀ ବ୍ୟବସାୟ ଆରମ୍ଭ କରିଦେଲେଣି। ସେହିପରି ପୂଜାକୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ପ୍ରଶାସନ, ବଳଦିଆ, ଦୁର୍ଗାକମିଟି ଓ ଶାନ୍ତି କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମସ୍ତଙ୍କ ସହଯୋଗରେ ସଫଳ ହେବ
ଚଳିତବର୍ଷ ବଳଦ ଯାତ୍ରା ମହା ଆଡ଼ମ୍ବରରେ ପାଳନ କରାଯିବ। ପ୍ରଶାସନ ଓ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରାଯିବ। ଡିଜେ ଉପରେ କଟକଣା ଲଗାଯାଇଥିବା ବେଳେ ପାରମ୍ପରିକ ବାଦ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ଭୁବନବାସୀଙ୍କ ସହଯୋଗ ସଫଳତା ଆଣିବ।
-ଦିଲୀପ ଦାସ, ବଳଦ ଯାତ୍ରା କମିଟି ସଭାପତି, ଭୁବନ
ଏନ୍‌ଏସି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି
ବଳଦ ଯାତ୍ରା ପାଇଁ ଭୁବନ ଏନ୍‌ଏସି ପକ୍ଷରୁ ବିଦ୍ୟୁତ୍‌, ପାନୀୟଜଳ ସହିତ ପରିମଳ ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଇଛି। ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଶାନ୍ତି କମିଟି ନିଷ୍ପତ୍ତି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି।
– ଶୁଭେନ୍ଦୁ କୁମାର ସାହୁ, ଭୁବନ ନଗରପାଳ
ଗ୍ରାମବାସୀଙ୍କ ସହଯୋଗ ଯୋଗୁ ଆକର୍ଷଣୀୟ ହେଉଛି
ବଳଦଯାତ୍ରା ଏକ ଐତିହାସିକ ବାତାବରଣ ସୃଷ୍ଟି କରିଛି। କେଉଁ ଆବହମାନ କାଳରୁ ଏହି ଯାତ୍ରା ପାଳନ ହୋଇଆସୁଛି। ଗ୍ରାମବାସୀଙ୍କ ସହଯୋଗ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରା ଅକ୍ଷୁଣ୍ଣ ରହିବ।
-ବ୍ରହ୍ମାନନ୍ଦ ସାହୁ, ସଭାପତି, ଥୋରିଆ ସମ୍ପ୍ରଦାୟ
ଯୁବପିଢ଼ି ସାମିଲ ହେବାରୁ ଶୋଭା ବଢ଼ୁଛି
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ଏହି ଯାତ୍ରା ପାଳନ କରାଯିବାକୁ ପ୍ରସ୍ତୁତି ଶେଷ ହୋଇଛି। ଦିନକୁ ଦିନ ଯୁବପିଢି ସାମିଲ ହୋଇ ଯାତ୍ରାର ଶୋଭା ବର୍ଦ୍ଧନ କରୁଛନ୍ତି। ଯୁବକମାନେ ସଚେତନ ହେଲେ ଏହି ଯାତ୍ରା ଆହୁରି ଲୋକାଦୃତ ହୋଇପାରନ୍ତା।
-ନିରଞ୍ଜନ ପୃଷ୍ଟି, ବରିଷ୍ଠ ସଦସ୍ୟ
ବଳଦ ଯାତ୍ରାରୁ ଅତ୍ୟନ୍ତ ଆନନ୍ଦ ମିଳିଥାଏ
ବଳଦ ଓ ଷଣ୍ଢଙ୍କୁ ସଜ୍ଜିତ କରି ଶୋଭାଯାତ୍ରରେ ନିଆଯିବା ଦୃଶ୍ୟ ଅତ୍ୟନ୍ତ ଆନନ୍ଦ ଦେଇଥାଏ। ଚଳିତବର୍ଷ ଏହି ବଳଦ ଯାତ୍ରାକୁ ସୁନ୍ଦର କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ରହିବା ସହ ସମସ୍ତ ବିଭାଗ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଏହି ଯାତ୍ରା ପାଇଁ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।
-କୁଞ୍ଜବିହାରୀ ଚିନରା, ଶାନ୍ତି କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?