ଏସୀୟ ଏକତାର ବେଳ ଆସିଛି

ପହଲଗାମ୍‌ ଆତଙ୍କବାଦ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ଭାରତ ଆରମ୍ଭ କରିଥିବା ଅପରେଶନ ସିନ୍ଦୂର ଏସୀୟ ରାଜନୀତିକୁ ସ୍ପଷ୍ଟ କରିଦେଇଛି। ଭାରତ ତା’ର ସାମରିକ ଶକ୍ତି ପ୍ରଦର୍ଶନ କରି ପ୍ରାଚ୍ୟ, ପାଶ୍ଚାତ୍ୟ, ତଥା ଏସୀୟ ରାଷ୍ଟ୍ରଗୁଡିକୁ ବିସ୍ମିତ କରିଦେଇଛି। ଭାରତର ବାୟୁସେନାଙ୍କ ପରାକ୍ରମକୁ ଆମେରିକା, ଚାଇନା ସହ୍ୟ କରିପାରୁନି। ତେବେ ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ଚାଇନା ସିଧାସଳଖ ସମର୍ଥନ ଓ ସାମରିକ ସହଯୋଗ କରି ନିଜର ଅସଲ ଚେହେରା ଦେଖାଇଛି। କଥାରେ ଅଛି ” ସର୍ପ କୂଳେ କଲୁ ଜାତ, ସ୍ବଭାବ ଛାଡିବି କେମନ୍ତ“? ତେଣୁ ବିଚାର କରାଯାଇପାରେ, ଆମେରିକା ହେଉ କିମ୍ବା ଚାଇନା ବା ପାକିସ୍ତାନ ହେଉ ତାଙ୍କୁ ବିଶ୍ୱାସ କରାଯିବା ଭୁଲ୍‌। ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ଚାଇନାର ଷଡ଼ଯନ୍ତ୍ର ସବୁଦିନେ ଲାଗି ରହିଛି। ଭାରତ ସହିତ ଚାଇନାର ବନ୍ଧୁତ୍ୱର ହାତ ବଢାଇବା କେବଳ ମାତ୍ର ଛଳନା। ସେହିପରି ପାକିସ୍ତାନକୁ ସମର୍ଥନ ଦେଇ ଆମେରିକା ଚାହୁଁଛି ଭାରତକୁ ତା’ର ଗୋଡାଣିଆ କରିରଖିବା।
ତେବେ ଯଦି ବିଚାର କରିବା ଭାରତରେ ପାକ୍‌ ଆତଙ୍କୀ ଆକ୍ରମଣ, ପ୍ରାଚ୍ୟର ଯୁଦ୍ଧ ବିଭୀଷିକା ତଥା ଯାବତୀୟ ବିଶ୍ୱ ଅଶାନ୍ତି ମୂଳରେ ଆମେରିକା, ଚାଇନାର ବାଣିଜି୍ୟକ ପ୍ରତିଦ୍ୱନ୍ଦ୍ୱିତା ଓ ରୁଷିଆର ସାମରିକ ଅସ୍ତ୍ରଶସ୍ତ୍ରର ଅପ୍ରସାରଣ ପାଇଁ ଏମାନଙ୍କର ପ୍ରଚେଷ୍ଟା ଦାୟୀ। ଏ ତିନି ରାଷ୍ଟ୍ର ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ। ଆମେରିକା ଓ ରୁଷିଆ ବିଶ୍ୱ ଅଭିମୁଖୀ ହୋଇଥିବା ବେଳେ ଚାଇନା ଏସୀୟ ଅଭିମୁଖୀ। ଏହି ଦୁଇଟି ବଳୟରେ ଭାରତର ଅବସ୍ଥିତି ଥିବାରୁ ଭାରତ ସମ୍ପ୍ରତି ସବୁରି କେନ୍ଦ୍ରବନ୍ଦୁ ପାଲଟିଛି। ଏହାର ମଧ୍ୟ କାରଣମାନ ଅଛି। ସବୁରି ମୂଳରେ ବାଣିଜ୍ୟ ଓ ସାମରିକ ଅସ୍ତ୍ରଶସ୍ତ୍ର କାରବାର। ଆମେ ଯାହା ଭାବୁଛେ ଧର୍ମକୁ ନେଇ ଯୁଦ୍ଧ ହେଉଛି ତାହା ଠିକ୍‌ ନୁହେଁ। ଭାରତ ଯେବେଠୁ ଅସ୍ତ୍ର ଶସ୍ତ୍ର ନିଜ ଦେଶରେ ନିର୍ମାଣ କରିବାର କୌଶଳ ଅବଲମ୍ବନ କଲାଣି ଓ ଆଣବିକ ପରମାଣୁ କ୍ଷେତ୍ରରେ ସ୍ବାବଲମ୍ବୀ ହେଲାଣି ସେବେଠୁ ଆମେରିକା ଭାରତ ପାଇଁ ଏକ ନୂତନ ନୀତି ପ୍ରଣୟନ କରିଚାଲିିଛି। କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାକରି ଆପଣେଇ ନେଲାଣି ତ କେତେବେଳେ ନାଲିଆଖି ଦେଖାଇ ଶତ୍ରୁରାଷ୍ଟ୍ରକୁ ସମର୍ଥନ କରି ଚାଇନାକୁ ଓ ପାକିସ୍ତାନକୁ ଆପଣେଇ ନେଉଛି। ତା’ର ପୁରୁଣାକାଳିଆ ଚତୁରତାକୁ ଭାରତ ହୃଦୟଙ୍ଗମ କରିସାରିଛି। କଥାରେ ଅଛି ”ଲୁଚିଛି ନା ଗୋଡ଼ ଦିଟା ଦିଶୁଛି। ଆମେରିକା ଯେଉଁ ଚାଲ୍‌ କରୁଛି ତାହା ଭାରତକୁ ଅଛପା ରହୁନାହିଁ। ଚାଇନା ମଧ୍ୟ ତଦ୍ରୂପ ନୀତି ଆପଣେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ଯୁଦ୍ଧ ମଧ୍ୟରେ ଚାଇନା ବିବ୍ରତ ହୋଇ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛି। ଏସୀୟ ମହାଶକ୍ତି ହାତ ମିଳାଇବାକୁ ସେ ଦେଇଥିବା ଡାକରା କେବଳ ଛଳନା ବୋଲି କୁହାଯାଇପାରେ। ଚାଇନାର ବୈଦେଶିକ ମନ୍ତ୍ରୀ ଭାରତକୁ ପ୍ରଲୁବ୍ଧ କରିବାକୁ ଯାଇ କହିଛନ୍ତି ଯେ ପୂର୍ବ ଲଦାଖରେ ଦୀର୍ଘ ୪ ବର୍ଷ ଧରି ଚାଲିଥିବା ସାମରିକ ବିବାଦର ସମାଧାନ ଦିଗରେ ସଫଳତା ହାସଲ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚାଇନାର ଏଭଳି ମନ୍ତବ୍ୟ ଏହି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ସମସ୍ତ ଚାଇନା ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରଛି। ଅବଶ୍ୟ ଚାଇନା ଏବେ ଯାହା କହୁଛି ତାହା ଭାରତ ୪ ଦଶନ୍ଧି ପୂର୍ବରୁ କହିସାରିଛି। ଆମେରିକା ସହ ବାଣଜ୍ୟ ଯୁଦ୍ଧ କରିବାର ସାମର୍ଥ୍ୟ ଜୁଟାଇବା ଲକ୍ଷ୍ୟରେ ଚାଇନା ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ମୋଡ଼ ଦେବାକୁ ଯାଇ ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ କୂଟନୀତି ମାଧ୍ୟମରେ ସମାଧାନ କରାଇବାର ସ୍ବପ୍ନ ଦେଖାଇଛି। ଗ୍ଲୋବାଲ୍‌ ସାଉଥ୍‌ର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାରତ ପକ୍ଷରୁ ବହୁ ଉଦ୍ୟମ ହୋଇଛି କିନ୍ତୁ ଏସବୁକୁ ଭଣ୍ଡୁର କରିବାରେ ଚାଇନା ପଛାଇ ନାହିଁ। ଚାଇନା ଯାହା କହୁଛି ତାହା ହିଁ ବିକଳ୍ପ ପନ୍ଥା। ଏଥିରେ କେହି ଦ୍ୱିମତ ହେବେ ନାହିଁ। କିନ୍ତୁ ଚାଇନା କେବେହେଲେ ଏହି ବିକଳ୍ପ ରାସ୍ତାକୁ ଗ୍ରହଣ କରିବ ନାହିଁ। ସମୟ ଓ ବିବର୍ତ୍ତନଧାରା ସବୁକୁ ପରିବର୍ତ୍ତନ କରିଛି ସତ, ଏଥିରେ ଚାଇନା ହେଉ କିମ୍ବା ଆମେରିକା କେହି ବାଦ୍‌ ପଡିବେ ନାହିଁ। କିନ୍ତୁ ଏକମାତ୍ର ଦେଶ ଭାରତ ତା’ର ବୈଦେଶିକ ନୀତିରେ ଏଯାବତ ଅନମନୀୟ ହୋଇରହିଛି। କେତେକ ନୂତନ ପନ୍ଥା ଆପଣେଇବାକୁ ଭାରତ ବାଧ୍ୟ ହୋଇଛି।
ଏବେ ଭାରତ ନିଜ ଦେଶର ବଜାରକୁ ଏପରି ଉନ୍ମୁକ୍ତ ରଖିଛି ଯେ ଯେଉଁ ଦେଶ ଭାରତକୁ ଅଣଦେଖା କରିବ ସେହି ରାଷ୍ଟ୍ର ବାଣିଜ୍ୟ କ୍ଷେତ୍ରରେ ପଛେଇଯିବ। ଭାରତ ପାଇଁ ଯିଏ ଅନ୍ୟାୟନୀତି ଆପଣେଇବେ ସେହି ନୀତି ସେହି ରାଷ୍ଟ୍ର ପାଇଁ କାଳ ହେବ। ଅନ୍ତର୍ଜାତୀୟ ବଜାର ଓ ବାଣିଜ୍ୟ ନିମନ୍ତେ ଭାରତ ପାଇଁ ଅନେକ ନୂଆ ରାସ୍ତା ଖୋଲିଗଲାଣି। ଚାଇନା ବିଦେଶୀ ନିବେଶକଙ୍କ ଭରସା ହରାଇ ଚାଲିଥିବା ବେଳେ ଭାରତକୁ ବିଦେଶୀ ନିବେଶକ ଆଗେଇ ଆସିଲେଣି। ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଆକ୍ରମଣାତ୍ମକ ଖେଳ ଆମେରିକା କିମ୍ବା ଚାଇନା ଲଗାଇ ଦେଇଛନ୍ତି ତାହାର ପରିଣାମ କ’ଣ ତାହା ସେମାନେ ଚିନ୍ତା କରି ନ ଥିଲେ। ସେମାନେ ଭାରତକୁ ପୂର୍ବର ଭାରତ ଭାବି ଏ ଷଡ଼ଯନ୍ତ୍ର କରିଥିଲେ। ପରିଣାମତଃ ବିଦେଶୀ ନିବେଶକମାନେ ଭାରତର ଷ୍ଟକ୍‌ ବଜାର ପ୍ରତି ନିଜର ଭରସା ଆହୁରି ବୃଦ୍ଧି କଲେ। ସେମାନେ ଗୋଟିଏ ମାସରେ ୧୪.୧୬୭ କୋଟି ଟଙ୍କାର ଭାରତୀୟ ଶେୟାର କିଣିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରି ଅର୍ଥନୀତିର ଗତିକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ଯୁଦ୍ଧକୁ ସହାୟତାର ହାତ ବଢ଼ାଇଥିଲା। ଏଥିରେ ଚାଇନା ସଫଳ ହୋଇପାରିଲା ନାହିଁ। ଆମେରିକା ଏହି କ୍ଷେତ୍ରରେ ମଧ୍ୟ ସମାନ ଢାଞ୍ଚା ତିଆରି କରିଥିଲା। କିନ୍ତୁ ଅତି ସହଜରେ ରୁଷିଆ ଏହାର ଫାଇଦା ହାସଲ କଲା। ରୁଷିଆର ଯୁଦ୍ଧ ସାମଗ୍ରୀକୁ ନେଇ ଭାରତର ପରାକ୍ରମ ଦୁଇ ଦେଶକୁ ତଳେ ପକାଇ ଦେଲା। ଏବେ ଭାରତ ବିପକ୍ଷରେ ପାକିସ୍ତାନକୁ ସହଯୋଗ କରିଥିବା ତୁର୍କୀ, ଇରାନ ଭଳି ଦେଶ ଉପରେ ଭାରତ ପ୍ରତିଶୋଧ ନେବା ଲକ୍ଷ୍ୟରେ ବାଛନ୍ଦ ବ୍ୟବସ୍ଥା ଆରମ୍ଭ କରି ଦେଲାଣି। କେତେକ ରାଷ୍ଟ୍ର ଏବେ ସମଗ୍ର ବିଶ୍ୱ ରାଜନୀତିରେ ଆତଙ୍କବାଦକୁ ସ୍ଥାନ ଦେବା ପାଇଁ ଯେପରି ଉଦ୍ୟମ ଚଳାଇଛନ୍ତି ତାହା ମାନବ ସମାଜ ପାଇଁ ହୀନ ଆଭିମୁଖ୍ୟ। ଏସିଆର ଦେଶଗୁଡିକ ଚିନ୍ତା କରିବା ଆବଶ୍ୟକ ଯେ ଆମେରିକା ଓ ଚାଇନା ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଏବଂ ପ୍ରଯୁକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଏସୀୟ ରାଷ୍ଟ୍ରଗୁଡିକୁ ପ୍ରଭାବିତ କରିଚାଲିଛି। ବିଶ୍ୱ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଭୟଙ୍କର ବାଧା ସୃଷ୍ଟି ହେଉଛି। ଏହି ସମୟରେ ଏସୀୟ ରାଷ୍ଟ୍ରଗୁଡିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃହତ୍‌ ଶକ୍ତିଶାଳୀ ରାଷ୍ଟ୍ରଙ୍କ ଅପ୍ରତ୍ୟାଶିତ ଓ ଅନାବଶ୍ୟକ ବିଚାରକୁ ଏଡ଼ାଇ ଚାଲନ୍ତୁ। ବାଣିଜ୍ୟ ବାଦ୍‌ ଯାହା ୨୦୦୮ରେ ଯେଉଁ ସଙ୍କଟ ସୃଷ୍ଟି କରିଥିଲା, ତା’ପରେ ଆରମ୍ଭ ହୋଇଥିବା ସହଯୋଗ ଭିତ୍ତିକ ଆଧାରକୁ ଏସିଆ ତା’ର ବିକାଶ ପାଇଁ ବ୍ୟବହାର କରିବା ସମୟ ଉପନୀତ।

ହରେକୃଷ୍ଣ ପଣ୍ଡା
ସୟଦପୁର, ଯାଜପୁର, ମୋ:୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?