ଦିନରେ ଟାୱାର ଚଢ଼ିଲେ, ରାତିରେ ମୋବାଇଲ ଜଳେଇ ପ୍ରତିବାଦ କଲେ

ଭୁବନେଶ୍ୱର, ୨୫୬ା ୧୧(ସୌମ୍ୟରଞ୍ଜନ ରାଉତ): ଦୀର୍ଘଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ବିଦ୍ୟୁତ୍‌ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରହିଛି। ବୁଧବାର ଆନ୍ଦୋଳନର ୫୬ ଦିନ ଓ ଆମରଣ ଅନଶନର ୨୪ ଦିନରେ ବିଦ୍ୟୁତ୍‌ ଠିକା କର୍ମଚାରୀମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦିନରେ ବିଭିନ୍ନ ସ୍ଥାନରେ ଟାୱାର ଉପରେ ଚଢ଼ି ଟାଟା ପାଓ୍ୱାର ବିରୋଧରେ ପ୍ରତିବାଦ କରିଥିବାବେଳେ ସାରେ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ମୋବାଇଲ ଲାଇଟ ଜଳାଇ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛନ୍ତି।
ପୁରୀ ଜିଲା ପିପିଲିର ସିଫା ନିକଟରେ ଦୁଇଜଣ ବିଦ୍ୟୁତ୍‌ ଠିକା କର୍ମଚାରୀ ଏକ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିଲେ। ପିପିଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଭୟଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପିପିଲି ନିକଟସ୍ଥ ହଳଦୀବସନ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟବିହାର, ସତ୍ୟବିହାର, ହାଇଟେକ୍‌ ଅଞ୍ଚଳ, ତମାଣ୍ଡୋ, ରାଜଭବନ ନିକଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ମଧ୍ୟ କିଛି କର୍ମଚାରୀ ବିଦ୍ୟୁତ୍‌ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିଲେ। ଏହାସହ ଖୋର୍ଦ୍ଧାର ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ଚାରିଜଣ ଠିକା କର୍ମଚାରୀ ଏକ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାୱାର ଉପରେ ରହି ଦାବି ପୂରଣ ପାଇଁ ପ୍ରତିବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଟାୱାର ତଳେ ଲୋକଙ୍କ ଭିଡ଼ ଜମିଥିଲା। ପୋଲିସ, ଅଗ୍ନିଶମ ବାହିନୀ ଓ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚତ୍ କର୍ମଚାରୀଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ କର୍ମଚାରୀ ଏଭଳି ପ୍ରତିବାଦରେ ସାମିଲ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ବହିଷ୍କୃତ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ମୁଖ୍ୟମନ୍ତ୍ରୀଙ୍କ ପୂର୍ୱ ପ୍ରତିଶ୍ରୁତିର ତୁରନ୍ତ କାର୍ଯ୍ୟକାରିତା ଏବଂ ନୂତନ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପୂର୍ୱରୁ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ। ଏଥିସହ ମିଟର ରିଡର ଓ ବିଲ ସଂଗ୍ରହକାରୀଙ୍କୁ ସର୍ୱନିମ୍ନ ମଜୁରି ପ୍ରଦାନ, କର୍ମଚାରୀ ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାରେ ଆଉଟସୋର୍ସିଂ ଓ ଘରୋଇକରଣ ନୀତିର ସମୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି। ଦୀର୍ଘ ୫୬ ଦିନ ଧରି ଆନ୍ଦୋଳନ ଓ ୨୪ ଦିନ ଧରି ଆମରଣ ଅନଶନ ଜାରି ରହିଥିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବାରୁ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଟାୱାର ଉପରେ ଏଭଳି ପ୍ରତିବାଦ ଯୋଗୁ ଜୀବନ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ପରିସ୍ଥିତିର ସୁରକ୍ଷିତ ସମାଧାନ ସହ ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର ଓ ସମ୍ପୃକ୍ତ କମ୍ପାନୀ ତୁରନ୍ତ ଆଲୋଚନା କରିବାକୁ ଦାବି ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା: ଗୋଟିଏ ଟିମରେ ଖେଳିବେ ପୁରୁଷ-ମହିଳା କ୍ରିକେଟର! ଆରମ୍ଭ ହେବ ନୂଆ ଟି-୨୦ ଟୁର୍ନାମେଣ୍ଟ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ,୨୬।୧୧: ଏଣିକି କ୍ରିକେଟ ପଡ଼ିଆରେ ପୁରୁଷ ଓ ମହିଳା କ୍ରିକେଟର ଗୋଟିଏ ଟିମରେ ଖେଳୁଥିବା ଦେଖିବାକୁ ମିଳିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କ ସହ-ମାଲିକାନାରେ…

ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି।…

ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ…

ସେମିଫାଇନାଲରେ ବଡ଼ ପରିବର୍ତ୍ତନ: ପ୍ରଭସିମରନ OUT, ବୈଭବଙ୍କ ସହ ଓପନିଂ କରିବେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ (ACC Men’s Asia Cup Rising Stars 2026) ର ସେମିଫାଇନାଲରେ ଗୁରୁବାର ଭାରତ-ଏ (India…

ଆଜି ପୁଣି ଗର୍ଜିବ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ! IND A vs SL A ସେମିଫାଇନାଲ ମହାମୁକାବିଲା ଉପରେ ନଜର

ବୈଭବ ସୂର୍ଯ୍ୟବଂଶୀ ନିକଟରେ ୟୁଏଇ (UAE) ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି। ସେ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ! ଦକ୍ଷିଣ ଆଫ୍ରିକାଠାରୁ ହାରି ଟପ୍‌-୫ରୁ ବାଦ୍‌ ପଡ଼ିଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଶେଷ ହୋଇଛି। ସେଞ୍ଚୁରିଅନର ସୁପରସ୍ପୋର୍ଟ…

କଂଗ୍ରେସରେ ସବୁ କିଛି ଠିକ୍‌ ନାହିଁ

ଭୁବନେଶ୍ୱର, ୨୬।୧୧(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସବୁକିଛି ଠିକ୍‌ ଅଛି ନା ନାହିଁ ତାକୁ ନେଇ ବୁଧବାର ବିଧାନସଭାରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଅପରାହ୍ନ…

ଡିସେମ୍ୱର ପହିଲାରୁ LPG କୁ ନେଇ ଆସିଲା ବଡ଼ ଅପଡେଟ୍‌? ବଢିଯିବ ଗ୍ୟାସ ସିଲିଣ୍ଡର ରେଟ୍‌!

ନୂଆଦିଲ୍ଲୀ,୨୬।୧୧: ପ୍ରତ୍ୟେକ ଘରର ରୋଷେଇ ବଜେଟ ଅନେକାଂଶରେ ଏଲପିଜି (LPG) ଗ୍ୟାସ ସିଲିଣ୍ଡର ଉପରେ ର୍ନିଭରଶୀଳ ହୋଇଥାଏ । ଯଦି ଆପଣ ଇଣ୍ଡିଆନ (Indane), ଏଚପି ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?