Posted inରାଜ୍ୟ

ବାତ୍ୟା ଲ୍ୟାଣ୍ଡଫଲ୍‌ ବେଳେ ୧ରୁ ୨ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର, ୩ ଜିଲାକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୪।୧୦: ଭୀଷଣ ବାତ୍ୟା ରୂପ ଧାରଣ କରି ‘ଦାନା’ ଉପକୂଳ ଆଡେ ମାଡି ଆସୁଥବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ବେଳେ ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ।

ବିଶେଷକରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୁଳରେ ଜୁଆର ଆସିବ। ଏହି ୩ ଜିଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁର ଜିଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବାକୁ ଥିବା ବେଳେ ଉକ୍ତ ଜିଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡ଼ିଯିବ। ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ। ତେବେ ଲ୍ୟାଣ୍ଡଫଲ୍‌ ପରେ ଟିକେ ସାମାନ୍ୟ ଦିଗ ବଦଳାଇବି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଏଥିସହିତ ସେ ସୂଚନା ଦେଇଛନ୍ତି ଯେ, ୨୪ ଏବଂ ୨୫ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ। ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନ ହେଉଛି ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି। ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ଯେହେତୁ ବାତ୍ୟା ‘ଦାନା’ ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଏହାର ଆଖି ସୃଷ୍ଟି ହେବନାହିଁ। ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri