ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ ବିଜେଡି ୭୨ ପ୍ରାର୍ଥୀଙ୍କୁ ଟିକେଟ୍‌ ଭେଟି ଦେଇଛି। କିନ୍ତୁ ଆହୁରି ୭୫ ଆସନର ତାଲିକା ବାକି ରହିଛି। ଟିକେଟ୍‌ ପାଇଁ ନବୀନ ନିବାସରେ ଭିଡ଼ ଲଗାଉଛନ୍ତି ଆଶାୟୀ । ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ବି ନବୀନଙ୍କୁ ଭେଟି ଆଶୀର୍ବାଦ ନେଇ ନିର୍ବାଚନମଣ୍ଡଳୀ ମୁହାଁ ହେଉଛନ୍ତି ।

କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ତର୍ଜମା କରୁଛନ୍ତ। ନିର୍ବାଚନମଣ୍ଡଳୀ ଆସିଥିବା ଫାଇଲ ଖେଳାଇ ଟିକିନିଖି ତଥ୍ୟର ଅନୁଶୀଳନ କରୁଛନ୍ତି । ସୋସିଆଲ ମିଡ଼ିଆ ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ରାଜନୈତିକ ମହଲରେ ରୋଚକ ମୋଡ ନେଇଛି । ଗୋଟିଏ ଚେୟାରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବସିଥିବା ବେଳେ ଅନ୍ୟ ଏକ ଚେୟାରରେ ବସିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଟେବୁଲ ଉପରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫାଇଲ। କୁହାଯାଉଛି ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଆସନକୁ ନେଇ ଚାଲିଛି ଅଙ୍କକଷା ।

ନିର୍ବାଚନ ମଣ୍ଡଳୀରେ କେତେ ଆଶାୟୀ ଅଛନ୍ତି, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି । ସୁପ୍ରିମୋଙ୍କ ହଁ ଆଉ ନା ଭିତରେ ଅଟକି ରହିଛି ଆଶାୟୀଙ୍କ ଭାଗ୍ୟ । ଏସବୁ ଭିତରେ ନବୀନ ନିବାସକୁ ଛୁଟୁଛି ଆଶାୟୀଙ୍କ ଲମ୍ବା ଲାଇନ। ଦିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପୂର୍ବରୁ ଦୁଇ ଦିନ ହେବ କିଛି ବିଧାୟକ ଓ କିଛି ପୂର୍ବତନ ବିଧାୟକ ଓ ନୂଆ ଆଶାୟୀଙ୍କୁ ଦେଖିବାକୁ ମିଳିଛି ନବୀନ ନିବାସରେ।

ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରି ସାରିଛି ବିଜେଡି । ଆଉ ବାକି ଥିବା ୭୫ ବିଧାନସଭା ଓ ୬ ଲୋକସଭା ପାଇଁ ନବୀନ ନୀବାସରେ ଅଙ୍କକଷା ଚାଲିଥିବା କୁହାଯାଉଛି। ଖୁବ ଶୀଘ୍ର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେଡି ।

ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ପ୍ରତିଦିନ ନବୀନ ନିବାସରେ ଲାଇନ ଲଗାଉଛନ୍ତି ବିଜେଡିର ନୂଆ ନେତା । ସୁପ୍ରିମୋଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇ ଫେରୁଛନ୍ତି ନେତା। ତୃଣମୂଳ ସ୍ତରରେ ପ୍ରସ୍ତୁତିରେ ଲାଗିବା ସହ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଉଛନ୍ତି ସୁପ୍ରିମୋ। ଟିକେଟ ଆଶାରେ ଏବେ ଭୁବନେଶ୍ୱରରେ ଡେରା ପକାଇଛନ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତା। ତେବେ ଚିତ୍ର ସ୍ପଷ୍ଟ ହେବା ପରେ ମଇଦାନରେ ହେବ ଜୋରଦାର ଲଢ଼େଇ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?