ଆଉ ଏକ ମୁକାବିଲା

Dillip Cherian

କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବଳ ଏବଂ କେନ୍ଦ୍ରୀୟ ଆରକ୍ଷୀ ସଂସ୍ଥାଗୁଡ଼ିକରେ ଏସ୍‌ପି ଓ ଡିଆଇଜି ସ୍ତରୀୟ ପୋଲିସ ଅଧିକାରୀମାନଙ୍କର ଅଭାବ ରହିଛି। ଉକ୍ତ ଅଭାବ ପୂରଣ କରିବା ଲାଗି ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଆଗକୁ ବାହାରିଛି। ଏମ୍‌ଏଚ୍‌ଏ ପ୍ରସ୍ତାବ ଦେଇଛି, ଯେଉଁ ଆଇପିଏସ୍‌ ଅଧିକାରୀମାନେ ଏସ୍‌ପି ଓ ଡିଆଇଜି ସ୍ତର ପଦବୀକୁ କେନ୍ଦ୍ରୀୟ ଡେପୁଟେଶନରେ ଆସୁନାହାନ୍ତି, ଅବଶିଷ୍ଟ କ୍ୟାରିୟର ଲାଗି ସେମାନଙ୍କୁ କୌଣସି କେନ୍ଦ୍ରୀୟ ପଦବୀ ମିଳିବ ନାହିଁ। ଏମ୍‌ଏଚ୍‌ଏର ପ୍ରସ୍ତାବ ଶୁଣିବାକୁ ଭାରି କଡ଼ା ଲାଗୁଛି। ହେଲେ କେନ୍ଦ୍ରରେ ଏସ୍‌ପି ଓ ଡିଆଇଜି ସ୍ତରରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଖାଲି ପଦବୀକୁ ଲକ୍ଷ୍ୟ କଲେ ମନ୍ତ୍ରଣାଳୟର ଏହା ଏକ ନୈରାଶ୍ୟଜନକ ପଦକ୍ଷେପ ବୋଲି ପ୍ରତୀତ ହେଉଛି। କିନ୍ତୁ ଆଗକୁ ଖୁବ୍‌ ଶୀଘ୍ର ସିଭିଲ ସର୍ଭିସ ନିୟମଗୁଡ଼ିକରେ ସଂଶୋଧନ ହେବାର ଆଉ ଏକ ପ୍ରସ୍ତାବ ରହିଛି। ଏହା ରାଜ୍ୟଗୁଡ଼ିକର ସହମତି କିମ୍ବା ବିନା ସହମତିରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ) ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବାକୁ ଅନୁମତି ଦେବ। ଉକ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବା ସ୍ପଷ୍ଟହେଉଛି। ସେମାନଙ୍କ ଶକ୍ତିକୁ କେନ୍ଦ୍ର ଦୁର୍ବଳ କରୁଛି ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରୁଛନ୍ତି। ଅନ୍ୟପଟେ ଏମ୍‌ଏଚ୍‌ଏର ବାବୁମାନେ ଯୁକ୍ତି ବାଢୁଛନ୍ତି ଯେ,ଏବକାର ପ୍ରଚଳିତ ଆଇନଗୁଡ଼ିକରେ ଅଧିକାଂଶ ଆଇପିଏସ୍‌ ଅଧିକାରୀ କେବଳ ଆଇଜି ସ୍ତରରେ କେନ୍ଦ୍ରକୁ ଡେପୁଟେଶନରେ ଆସୁଥିବାରୁ ବର୍ତ୍ତମାନ କେନ୍ଦ୍ରରେ ଏସ୍‌ପି ଓ ଡିଆଇଜି ସ୍ତରୀୟ ଅଧିକାରୀଙ୍କ ଅଭାବ ଦେଖାଯାଇଛି। ଏହି ପ୍ରସ୍ତାବ ବିରୋଧରେ ରାଜ୍ୟଗୁଡ଼ିକ ପକ୍ଷରୁ ନିଶ୍ଚିତ ଭାବେ ବିରୋଧର ସ୍ବର ଉଠିବ, ମୁକାବିଲା ସ୍ଥିତି ଉପୁଜିବ।
ବାବୁ ଫେରିଲେ
କେରଳର ବରିଷ୍ଠ ଆଇଏଏସ୍‌ ଅଧିକାରୀ କେ.ଆର୍‌.ଜ୍ୟୋଥିଲାଲଙ୍କୁ ଫେବୃୟାରୀରେ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ସଚିବ ପଦରୁ ହଟାଇ ଦିଆଯାଇଥିଲା। କିଛି ମାସ ଅନ୍ତରରେ ସେ ଏବେ ପୁଣି ତାଙ୍କ ପଦବୀକୁ ଫେରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାଁଙ୍କ ମଧ୍ୟରେ ଉପୁଜିଥିବା ଏକ ଅପ୍ରତ୍ୟାଶିତ ବିବାଦରେ ଜ୍ୟୋଥିଲାଲ ଫସି ଯାଇଥିଲେ। ରାଜଭବନରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ବିବାଦୀୟ ନିଯୁକ୍ତିକୁ ନେଇ ଜ୍ୟୋଥିଲାଲଙ୍କ ଲିଖିତ ଚିଠି ଖାଁଙ୍କୁ ଏତେ କ୍ରୋଧିତ କରିଥିଲା ଯେ, ସେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ଜ୍ୟୋଥିଲାଲ ଉକ୍ତ ଚିଠିକୁ ରାଜ୍ୟପାଳଙ୍କ ଅତିରିକ୍ତ ପିଏ ଭାବେ ଭାଜପା ନେତା ହରି କରଥାଙ୍କ ନିଯୁକ୍ତି ଆଦେଶ ସହ ରାଜଭବନକୁ ପଠାଯାଇଥିଲା। ରାଜ୍ୟପାଳଙ୍କ ଇଚ୍ଛାନୁସାରେ ସରକାର ଏହି ନିଯୁକ୍ତିକୁ ଅନୁମୋଦନ କରିଥିଲେ ବୋଲି ଉକ୍ତ ଚିଠିରେ ସୂଚିତ ହୋଇଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ରାଜ ଭବନରେ ରାଜନେତାଙ୍କ ନିଯୁକ୍ତି ପାଇଁ ନିୟମ ନ ଥିବା ଉଲ୍ଲେଖ କରିବା ଓ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ସମ୍ପର୍କରେ ଅବଗତ କରିଥିଲା। ଖାଁ ଏହା ଦେଖି ରାଗିଯାଇଥିଲେ। ସେହି ସମୟରେ ବିଜୟନ ଜ୍ୟୋଥିଲାଲଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ ଏବଂ ଏକ ବଡ଼ ସାମ୍ବିଧାନିକ ସଙ୍କଟ ଟାଳି ଦେଇଥିଲେ। କିନ୍ତୁ ଦୁଇ ମାସ ପରେ ବାବୁ ଜଣକ ପୁଣି ତାଙ୍କ ପୁରୁଣା ପଦବୀକୁ ଫେରି ଆସିଲେ। ତେବେ ଖାଁ ଏବଂ ବିଜୟନଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ କ’ଣ ଶେଷ ହୋଇଯାଇଛି ବୋଲି ବୁଝିବାକୁ ହେବ ନା ଜ୍ୟୋଥିଲାଲଙ୍କ ପ୍ରତ୍ୟାବର୍ତ୍ତନରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇବ? ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହା ଉପରେ ମନ୍ତବ୍ୟ ଦେଇ ନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ କାର୍ଯ୍ୟଧାରା କିମ୍ବା ପଦକ୍ଷେପଗୁଡ଼ିକ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ପ୍ରମୁଖ ଭୂୂମିକା ନେଇପାରେ।
ବରିଷ୍ଠଙ୍କୁ ବଡ଼ ଲାଭ
ହରିୟାଣାରେ ଅନେକ ଅବସରପ୍ରାପ୍ତ ବାବୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାରରେ ଖୁସିରେ ରହିବାର କାରଣ ହେଉଛି ପୁନଃ ନିଯୁକ୍ତି। ଖଟ୍ଟର ଏକ ଡଜନରୁ ଅଧିକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ ଅବସର ପରେ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ପୁନଃ ନିଯୁକ୍ତି ଦେଇଛନ୍ତି। ଅତି ନିକଟରେ ଦୁଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ବିଜୟ ବର୍ଦ୍ଧନ ଓ ଏସ୍‌.ଏସ୍‌.ଫୁଲିିଆ ଯଥାକ୍ରମେ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିଲେ। ଗତବର୍ଷ ନଭେମ୍ବରରେ ବର୍ଦ୍ଧନ ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ଚଳିତବର୍ଷ ଜାନୁୟାରୀ ପ୍ରାରମ୍ଭରେ, ପୂର୍ବତନ ଆଇଏଏସ୍‌ ଅଧିକାରୀ ଜ୍ୟୋତି ଆରୋରାଙ୍କୁ ଅବସର ପରେ ସୂଚନା କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା। ଏଭଳି ନିଯୁକ୍ତି ତାଲିକା ଖୁବ୍‌ ଲମ୍ବା।
ଖଟ୍ଟର ବରିଷ୍ଠ ବାବୁମାନଙ୍କୁ ଅବସର ପରେ ସରକାରରେ କାର୍ଯ୍ୟ କରିବାକୁ ପୁନର୍ବାର ସେମାନଙ୍କୁ ଫେରାଇ ଆଣୁଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ କେସନି ଆନନ୍ଦ ଆରୋରାଙ୍କୁ ମଧ୍ୟ ଅବସର ପରେ ସମାନ ପ୍ରକାରେ ହରିୟାଣା ଜଳ ସଂସାଧନ ପ୍ରାଧିତ୍କରଣର ଅଧ୍ୟକ୍ଷ କରାଯାଇଥିଲା। ପରକୁ ପର ହରିୟାଣାରେ ଏଭଳି ନିଯୁକ୍ତି ଚାଲିଛି। ଏହା ସମ୍ପୂର୍ଣ୍ଣ ଠିକ୍‌ ବୋଲି ସ୍ବୀକୃତ ହେଉଥିବାବେଳେ , ଏହା ନିଃସନ୍ଦେହ ଏବଂ ସ୍ପଷ୍ଟ ବୁଝାପଡ଼ୁଛି ଯେ, କିଛି ବାବୁଙ୍କୁ ସେମାନଙ୍କ ସାଥୀ ତୁଳନାରେ ଭଲ ପଦବୀ ମିଳିଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?