ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼ ଖାଇବା ପରେ ପୋଲିସ ଚୋରକୁ ଗିରଫ କରିଛି।
ସୂଚନା ଅନୁସାରେ, କୋରଡା ଗାଁର ଚକ୍ରଧର ସାହୁ ଘର ବାହାରେ ଶୋଇଥିବାବେଳେ ଅନ୍ୟମାନେ ଘର ଭିତରେ ଶୋଇଥିଲେ । ରାତିରେ ଚୋର ପ୍ରଥମେ ଚକ୍ରଧରଙ୍କ ମୁଣ୍ଡ ପାଖରୁ ମୋବାଇଲ ନେବା ପରେ ଘର ଭିତରେ ପଶି ଶେଯ ତଳୁ ଚାବି ସହ ୭୭୦ ଟଙ୍କା ନେଇଥିଲେ। ଆଲମିରା ଲକର ଖୋଲି ସୁନା ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଚୋର ହାତରୁ କିଛି ଜିନିଷ ହାତରୁ ଖସି ପଡିଥିଲା। ସେହି ଶବ୍ଦ ଶୁଣି ଚକ୍ରଧରଙ୍କ ୧୪ ବର୍ଷର ପୁଅ ଦିପେନଙ୍କ ନିଦ ଭାଙ୍ଗିଯିବା ସହ ଚୋର ପଶିଥିବା ଜାଣିବାକୁ ପାଇଥିଲେ। ପୁଅ ପାଟି ଶୁଣି ଅନ୍ୟମାନେ ଉଠି ଆସିବା ସହ ସମସ୍ତେ ମିଶି ଚୋରକୁ କାବୁ କରି ନେଇଥିଲେ। ଚୋରି କରିବାକୁ ଆସିଥିବା ଆଉ ଦୁଇ ଜଣ ଫେରାର ହୋଇ ଯାଇଥିଲେ। ଚୋରକୁ ବାନ୍ଧି ନିସ୍ତୁକ ମାଡ ମାରିବା ସହ ଜରପଡା ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ତାକୁ ଥାନାକୁ ନେଇ ଅଟକ ରଖିଛି। ସମ୍ପୃକ୍ତ ଚୋର ପୁଟଗାଡ଼ିଆ ଗାଁର ସାଗର ସିଂହ ବୋଲି ଜଣା ପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ...

ଦସ୍ତଖତ ଜାଲିଆତି କରି ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା : ଟଙ୍କା ଫେରିପାଇଲେ ଜିଲାପାଳ

ଅନୁଗୋଳ ଅଫିସ,୧୫।୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରସ୍ତ ହୋଇଛି। ସମ୍ପୃକ୍ତ ବ୍ୟାଙ୍କ ଉକ୍ତ ଟଙ୍କା ଫେରସ୍ତ କରିଥିବା ବର୍ତ୍ତମାନର...

ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ...

ଯାତ୍ରୀ ବିଶ୍ରାମାଗାର ଭଙ୍ଗା ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି।...

ନିୟମିତ ଦିଆଯିବ କରୋନା ସମ୍ପର୍କିତ ତଥ୍ୟ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ସୋମବାର ଅପରାହ୍ନରେ ଜିଲାପାଳ ମନୋଜ...

ବ୍ୟାଙ୍କ ଅଫ୍‌ ବରୋଦା ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ବଇଣ୍ଡା,୨।୬ (ଡି.ଏନ୍‌.ଏନ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବ୍ୟାଙ୍କ ଅଫ୍‌ ବରୋଦାରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। କେତେକ...

Advertisement
Archives

Model This Week