![](https://www.dharitri.com/wp-content/uploads/2022/09/Untitled-1-280.jpg)
ପାଟନା, ୧୭ା୯: ଅନେକ ସମୟରେ ଟ୍ରେନ୍ ଯାତ୍ରୀଙ୍କଠାରୁ ଜିନିଷ ଲୁଟ ହେଉଥିବା ଖବର ଆମେ ଖବରକାଗଜ ବା ନ୍ୟୁଜ୍ରେ ଦେଖିଛେ। ବିହାରରେ ଜଣେ ଚୋରଙ୍କୁ ତାଙ୍କ ଆପରାଧିକ କାର୍ଯ୍ୟ ପାଇଁ ହଟହଟା ହେବାକୁ ପଡ଼ିଛି। ବିହାରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଚୋର ଚଳନ୍ତା ଟ୍ରେନ୍ ଝରକା ବାଟେ ଯାତ୍ରୀଙ୍କଠାରୁ ଫୋନ୍ ଛଡ଼ାଇନେବାକୁ ଉଦ୍ୟମ କରୁଥିବାବେଳେ ଯାତ୍ରୀମାନେ ସମ୍ପୃକ୍ତ ଚୋରକୁ ଧରିନେଇଥିଲେ। ଏହାପରେ ଟ୍ରେନ୍ ଷ୍ଟାର୍ଟ ହୋଇଯାଇଥିଲା। ଯାତ୍ରୀମାନେ ଚୋରଙ୍କୁ ଆଉ ଛାଡ଼ି ନ ଥିଲେ। ଏହିଭଳି ଭାବେ ଝରକାରେ ଓହଳି ଚୋର ଜଣକ ୧୦ କି.ମି. ବାଟ ଯାଇଥିଲେ। ସାହେବପୁର କାମଲ ଷ୍ଟେଶନରେ ଏହି ଘଟଣା ଘଟିଥିବାବେଳେ ଟ୍ରେନ୍ଟି ଖଗରିଆ ଷ୍ଟେଶନ୍ ଅଭିମୁଖେ ଯାଉଥିଲା। ଚଳନ୍ତା ଟ୍ରେନ୍ରୁ ଯାତ୍ରୀଙ୍କଠାରୁ ଚୋରି ହେବା ଘଟଣା ନୂଆ ନୁହେଁ। ଏଭଳି ଘଟଣା ସବୁ ସ୍ଥାନରେ ଘଟୁଥିବାବେଳେ ବିହାରରେ ଅଧିକାଂଶ ଦେଖିବାକୁ ମିଳିଥାଏ।