ପ୍ରସ୍ତାବିତ ଅଞ୍ଚଳରୁ ମନ୍ଦିର ଉଚ୍ଛେଦ ହେବ

କଟକ ଅଫିସ,୨୦।୨: ନେତାଜୀ ବସ୍‌ ଟର୍ମିନାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି)ଙ୍କ କାର୍ଯ୍ୟାଳୟର ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆର୍‌ଡିସି ଅନିଲ କୁମାର ସାମଲ ଅଧ୍ୟକ୍ଷତା କରି କହିଥିଲେ, କଟକ ସହରକୁ ଆଧୁନିକୀକରଣ କରି ଏକ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିମଧ୍ୟରେ ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲ ପାଇଁ ସମସ୍ତ ମନ୍ଦିର ଏବଂ ଶବଦାହ କେନ୍ଦ୍ର ଉଚ୍ଛେଦ କରାଯିବ। ସେହିପରି ଜନସାଧାରଣଙ୍କ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ବ୍ୟବସ୍ଥା ହେବ। ଉକ୍ତ ଅଞ୍ଚଳରେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନରେ ଥିବା ସରକାରୀ ଗୃହ, ବାସଗୃହ, ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ରାତ୍ର ଆଶ୍ରୟସ୍ଥଳକୁ ୧ ମାସ ମଧ୍ୟରେ ସ୍ଥାନାନ୍ତର କରାଯିବ। ଏହାପରେ ସମଗ୍ର ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ଅଞ୍ଚଳକୁ ପାଚେରି ନିର୍ମାଣ କରି ଆବଦ୍ଧ ହେବ। ସେହିପରି ପ୍ରେସ୍‌ ଛକଠାରୁ ଖାନ୍‌ନଗର ରିଂରୋଡ ସମ୍ପ୍ରସାରଣ ନିମନ୍ତେ ପ୍ରସ୍ତୁତ ନକ୍ସା ଚୂଡାନ୍ତ କରିବାକୁ ଆର୍‌ଡିସି ସାମଲ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ତାଳଦଣ୍ଡା କେନାଲ କାର୍ଯ୍ୟ, ନିକଟସ୍ଥ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓ ଜନସ୍ବାସ୍ଥ୍ୟ ବିଭାଗର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଆର୍‌ଡିସି ସାମଲ କହିଥିଲେ। କେନାଲ ନିକଟସ୍ଥ ବସ୍ତିବାସିନ୍ଦାଙ୍କୁ ଚାଉଳିଆଗଞ୍ଜ ଓ ନୂଆପଡ଼ା ଅଞ୍ଚଳରେ ଥଇଥାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, ଡିସିପି ପ୍ରତୀକ୍‌ ସିଂଙ୍କ ସମେତ
ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପବିତ୍ର ଅଁଳା ନବମୀ

ସାକ୍ଷୀଗୋପାଳ,୨୩ା୧୧(ଡି.ଏନ୍‌.ଏ.):ସୋମବାର ଅଁଳାନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହେବ। ପାରମ୍ପରିକ ବେଶଭୂଷା ଓ ଗହଣାରେ ଲାଗି ହୋଇ ମା’ ରାଧାରାଣୀ...

ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ପାଟଣା,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମ...

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ, ୨ା୭(ଡି.ଏନ୍‌.ଏ.)- ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ନଦୀ ଉପରମୁଣ୍ଡରେ ଆଖୁଆପଦାଠାରେ ୩୪.୦ ମି.ମି.,...

ଦେବଗଡ଼ରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଆଜି ଦେବଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୭୦ କୋଟି...

ରଥଯାତ୍ରା ବାତିଲ ପାଇଁ ଜନସ୍ବାର୍ଥ ମାମଲା: ‘ସ୍ଥିତି ଦେଖି ନିଷ୍ପତ୍ତି ନିଅନ୍ତୁ ସରକାର’

କଟକ ଅଫିସ,୧୦ା୬: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ମୁଖ୍ୟ...

ଖଣିଜ ସମ୍ପଦ ଲୁଟୁଛନ୍ତି ମାଫିଆ

ଟିକିରି,୫।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ମାଳି ପର୍ବତ ଖଣିଜ ସମ୍ପଦରେ ଭରପୂର। ଏଠାରେ ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଆଦି ଖଣିଜ ସମ୍ପଦ ରହିଛି। କୋଡ଼ିଙ୍ଗାମାଳି, ଶାଶୁବୋହୂମାଳିରେ...

ବିଜେଡି ବିଧାୟକଙ୍କ ଗାଁରେ ଭାଜପାର ଜୋରଦାର ପ୍ରଚାର

କୋକସରା,୩।୨(ଡି.ଏନ୍‌.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଠୁଛି ପଡୁଛି ଗାଁଠୁ ସହର। ଏହାରି ଭିତରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି। କୋକସରା ବ୍ଲକର...

ହାଇଓ୍ବା ଚକା ତଳେ ଚାଲିଗଲା ଡମ୍ପର ଡ୍ରାଇଭରଙ୍କ ଜୀବନ: ଗାଡ଼ି ପଛାଉ ପଛାଉ

ପାଟଣା,୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ ନଦୀ ପାଟନାଳି ବାଲିଘାଟରେ ରବିବାର ବିଳମ୍ବିତ ରାତ୍ରିରେରେ ଏକ ଦୁର୍ଘଟଣା ଘଟିଛି। ବାଲି ଉତ୍ତୋଳନ ବେଳେ ହାଇୱା ଚକ ତଳେ...

Advertisement
Archives

Model This Week