Posted inଫୁରସତ

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼

ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ ପବିତ୍ର ତୀର୍ଥକୁ ଚଳଚଞ୍ଚଳ କରିବା ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ଲାଗି ପଦକ୍ଷେପ ଆରମ୍ଭ କରିଥିଲେ। ଗଜପତି ଶୁଭ ମୁହୂର୍ତ୍ତରେ ସୂତ୍ରଧର ଶିବେଇ ସାନ୍ତରା (ସଦାଶିବ ସାମନ୍ତରାୟ ମହାପାତ୍ର)ଙ୍କୁ ମୁଖ୍ୟ ସ୍ଥପତି ଭାବରେ ନିଜେ ଲଙ୍କାପଡ଼ା ଶିବିରରେ ନିଯୁକ୍ତି ଦେବାପରେ ସୂତ୍ରଧର ସାତଜଣଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଦାୟିତ୍ୱ ଅର୍ପଣ କରିଥିଲେ।

୧. କାର୍ଯ୍ୟକାରୀ ସ୍ଥପତି ବା କର୍ମକାର ଭାବରେ ଗଦାଧର ମହାରଣା, ୨. ଜଣେ ପରିଚ୍ଛା ବା ନିରୀକ୍ଷକ, ୩. ମୂର୍ତ୍ତିକାର ମହାରଣା ବିଦ୍ୟାଧର ମହାପାତ୍ର, ୪. ପଥର ସୁଅଁାସିଆ (ପଥର ସ୍ଥପତି ବା ପଥୁରିଆ) ଭାବରେ ଅଇଁଠା ମହାରଣାଙ୍କୁ ମୁଖ୍ୟ ଭାବରେ ପଗଡ଼ି ବାନ୍ଧି ସ୍ବୀକୃତି ଦେବା ପରେ, ୫. ଲେପ କାର୍ଯ୍ୟ (ଚୁନରା) ଲାଗି ବିନ୍ଦୁ ମହାରଣା, ୬. ଫାଶୀକାଠ ନିର୍ମାଣ ପାଇଁ ରାଜୀବ ମହାରଣା ଓ ୭. କମାର କଣ୍ଟା ସକାଶେ ପୁରିଆ ମହାପାତ୍ରଙ୍କୁ ସ୍ବୀକୃତି ଦେଇଥିଲେ। ଏମାନେ କେହି ବି ବାହାରିଆ ଶିଳ୍ପୀ ନ ଥିଲେ।

ଗଜପତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଶିବେଇ ସାମନ୍ତରା ସମାପ୍ତ କରିବା ପରେ ନିଜେ ଗଜପତି ରୂପାସ-ଗଡ଼ର ଦଳବେହେରାଙ୍କୁ ଶିବିର ପରିଚାଳନା ଦାୟିତ୍ୱ ଦେଇଥିଲେ। ତତ୍‌ସହିତ ଆର୍ଥିକ ଦିଗ ତଥା ହିସାବ କାର୍ଯ୍ୟ ପାଇଁ କିଲ୍ଲା ବଇଆଳିଶିବାଟୀର ହରିଚନ୍ଦନ ଭ୍ରମରବରଙ୍କୁ ଦାୟିତ୍ୱ ଦେଇଥିଲେ। ସ୍ମରଣଯୋଗ୍ୟ ଯେ, ରୂପାସ-ଗଡ଼ ସେତେବେଳେ ‘ବିଶେ’ର ମାନ୍ୟତା ପାଇଥିଲା। ‘ବିଶେ’ କହିଲେ ଶାସନ ଦୃଷ୍ଟିରୁ ବର୍ତ୍ତମାନର ‘ଜିଲା’ ବୋଲି ଆମେ ବୁଝିବା। କାରଣ ବାଙ୍ଗୁରିଗଁାର ଜଗନ୍ନାଥ ସାହୁ ଓ କରୁଣାକର ସାହୁଙ୍କଠାରୁ ମିଳିଥିବା ‘ସୂର୍ଯ୍ୟମନ୍ଦିରର ସ୍ଥାପତ୍ୟ କଳା’ ପୋଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି- ‘ରୂପାସ-ଗଡ଼ ଜିଲାର ପଦ୍ମତୋଳା କ୍ଷେତ୍ରରେ ମନ୍ଦିର ନିର୍ମାଣ ହେଲା।“ ଏହି ପୋଥିଟି ଓଡ଼ିଆ କରଣୀଅକ୍ଷରରେ ଲେଖାଯାଇଛି। ମିଳିଥିଲା ଭୋଇବଂଶର ଗଜପତି ପୁରୁଷୋତ୍ତମଦେବଙ୍କ ସମୟରେ। ଏଥିରେ ଶ୍ରୀପଦ୍ମକେଶର ମନ୍ଦିରର ସମ୍ପୂର୍ଣ୍ଣ ନକ୍‌ସା ସ୍ଥାନ ପାଇଛି। ଭିତର କାନ୍ଥରୁ ଭିତର କାନ୍ଥ, ବାହାରପଟ ଅଞ୍ଚଳ ଓ ରଥ ଦେଉଳର ମାପ ସ୍ପଷ୍ଟ ଭାବରେ ହିସାବ ହୋଇଛି।

ପୂର୍ବରୁ କିଲ୍ଲା ବଇଆଳିଶିବାଟୀର ସୂଚନା ଏବଂ ସେଠାରେ ଥିବା ଶ୍ରୀଗଙ୍ଗେଶ୍ୱରୀ ମନ୍ଦିର ତଥା ପଥରବୁହା ନଦୀର ସୂଚନା ଆମେ ଦେଇଥିଲୁ। କୋଣାର୍କ ଅଞ୍ଚଳରେ ୧୬ଟି ଗଡ଼ ପ୍ରଥମେ ଗଙ୍ଗବଂଶ ଶାସନ ସମୟରେ ପ୍ରତିଷ୍ଠା ହୋଇଥିବାରୁ ଏହି ଗଡ଼ଗୁଡ଼ିକୁ ଆଜି ବି ‘ଗଙ୍ଗବଂଶୀ’ ଗଡ଼ କୁହାଯାଉଛି। ଷୋହଳଗଡ଼ ମଧ୍ୟରେ ରୂପାସ-ଗଡ଼ ଅନଙ୍ଗ ଭୀମଦେବଙ୍କ ଶାସନ କାଳରେ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ସମୟରେ ବିଶେ (ଜିଲା)ର ମାନ୍ୟତା ପାଇଥିବା ଏହି ଗଡ଼ର ପରିସର ଭିତରେ ରହିଥିଲା ପଦ୍ମତୋଳା କ୍ଷେତ୍ର। ବର୍ତ୍ତମାନ ଗଡ଼ର ମୁଖିଆଙ୍କ ଘରକୁ ଗଡ଼ନାୟକଙ୍କ ଖୁଆଡ଼ ବୋଲି ଚିହ୍ନିତ କରାଯାଉଛି। ପୋଥିରେ ‘ଦଳବେହେରା’ ଶବ୍ଦ ଅଛି। ଏହି ଗଡ଼ର ଦଳବେହେରା ମହାରଣାମାନେ ରହୁଥିବା ଶିବିରର ପରିଚାଳନା ଦାୟିତ୍ୱରେ ରହିଥିଲେ। ଗଡ଼ର ନାମକରଣକୁ ନେଇ ଏକାଧିକ ଐତିହ୍ୟ ଅଛି। ଗଡ଼ର ଉପାସକ ଥିଲେ ଦେବୀ କନକଦୁର୍ଗା। ପୂର୍ବଦିଗରେ ଦେବୀ ତାରାଙ୍କ ନିକଟରେ ଶତାଧିକ ମହାରଣା ପ୍ରସ୍ତାବିତ ଶିବିରରେ ରହୁଥିଲେ। ସଭିଏଁ ଶିବିରରୁ ପଦ୍ମତୋଳା କ୍ଷେତ୍ରକୁ ବାହାରିଲେ ଦେବୀ କନକଦୁର୍ଗା ଓ ଭୈରବୀଙ୍କ ଶରଣାଗତ ହୋଇ ବଡ଼େଇଗୋହିରୀ ଦେଇ ଯାଉଥିଲେ। ଗଡ଼ର ଖଣ୍ଡାଘରେ ଦଳବେହେରା, ପାତ୍ର ଓ ପାଇକମାନଙ୍କର ଖଣ୍ଡା ଓ ଅନ୍ୟାନ୍ୟ ଯୁଦ୍ଧଅସ୍ତ୍ର ରହୁଥିଲା। ଇଂରେଜଙ୍କ ସହିତ ୧୮୦୪ ମସିହାରେ ହୋଇଥିବା ଯୁଦ୍ଧରେ ଗଡ଼ର ବୀରମାନେ ଯୋଗ ଦେଇଥିଲେ। ଜୟୀରାଜଗୁରୁ ପାଇକମେଳି କଲାବେଳେ ଏହି ଗଡ଼କୁ ଆସି ଦଳବେହେରାଙ୍କୁ ଭେଟିଥିଲେ। ଲୋକଗୀତ, ଲୋକ କଥାରେ ଜୟୀ ରାଜଗୁରୁଙ୍କୁ ନେଇ ଅନେକ ଐତିହ୍ୟ ଗଡ଼ରେ ଆଜି ବି ବଞ୍ଚିଛି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri