ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଭକ୍ତ ବିଦୂରଙ୍କ ମନ୍ଦିର

ଡେରାବିଶ, ୫ା୧୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିର ସାଂସ୍କୃତିକ ଓ ଇତିହାସର ସ୍ମୃତି ବହନ କରି ଆସୁଥିବା ବେଳେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହି ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ସାମାଜିକ କର୍ମୀ ବଟକୃଷ୍ଣ ସାମଲଙ୍କ ସୂଚନା ଅନୁଯାୟୀ, ଦ୍ୱାପର ଯୁଗରେ ସର୍ବସ୍ବ ହାରିବା ପରେ କୌରବ ବଂଶର ମହାମାନୀ ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ପାଣ୍ଡବ ୫ ଭାଇ ୫ ଖଣ୍ଡ ପଡ଼ା ମାଗିଥିଲେ। ମାତ୍ର କ୍ରୁର ଦୂର୍ଯ୍ୟୋଧନଙ୍କ ଦୃଷ୍ଟିରୁ ଅପସରିବା ପାଇଁ ପାଣ୍ଡବ ୫ ଭାଇଙ୍କ ଅଜ୍ଞାତବାସ ସମୟରେ ଡେରାବିଶ ବ୍ଲକ ଅଧୀନ ଏଣ୍ଡର ପଞ୍ଚାୟତ ଡେରାଡିହସ୍ଥିତ ଘଞ୍ଚ ଅରଣ୍ୟାନୀ ମଧ୍ୟରେ ଗୋବରୀ ନଦୀ କୂଳରେ ବାସ କରିଥିଲେ। ଏହାର ଅନତି ଦୂରରେ ଓଳକଣା ମେଳଣ ସନ୍ନିକଟ ଅରାଖଣ୍ଡ ଗ୍ରାମରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପରମପ୍ରିୟ ଭକ୍ତ ବିଦୂର ଏକ ଆଶ୍ରମ କରି ଅବସ୍ଥାନ କରୁଥିବା ନେଇ ଜନଶ୍ରୁତି ରହିଛି। ତେବେ ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କ ଆଶ୍ରମରେ ଅତିଥି ଭାବେ କିଛିଦିନ ଅବସ୍ଥାନ କରିଥିଲେ। ସେହି ସମୟରେ ଭଗବାନଙ୍କୁ ବିଦୂର ପଖାଳ ଓ ଶାଗଭଜା ଦେଇ ଆତିଥ୍ୟ ପ୍ରଦାନ କରିଥିଲେ। ବିଦୂରଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିବାରୁ ବିଦୂର ଫାଲଗୁନ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ହରିହରଙ୍କ ମିଳନ ପର୍ବ ଦର୍ଶନ ପାଇଁ ପ୍ରାର୍ଥନା କରିଥିଲେ। ତେବେ ଶିକ୍ଷାବିତ୍‌ ହରେକୃଷ୍ଣ ମହାନ୍ତି କୁହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଦତ୍ତ ବରଦାନର ମୁକସାକ୍ଷୀ ପାଲଟି ଯାଇଛି କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳିରେ ଅବସ୍ଥିତ ପ୍ରସିଦ୍ଧ ଓଳକଣା ମେଳଣ। ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ଏହି ମେଳଣକୁ ଆସୁଥିବା ସମସ୍ତ ବିମନରେ ରାଧାକୃଷ୍ଣ ଉପବେଶନ କରୁଥିବା ବେଳେ ସ୍ଥାନୀୟ ମାହାଙ୍ଗ ବ୍ଲକ ଶ୍ରୀଭଦ୍ରେଶ୍ୱରଙ୍କ ମନ୍ଦିରରୁ ସ୍ବୟଂ ଶିବଶକ୍ତି ମେଳଣ ପଡ଼ିଆକୁ ପ୍ରବେଶ କରିଥାନ୍ତି। ତେବେ ଶହଶହ ବର୍ଷ ଧରି ଏହି ପରମ୍ପରା ଇତିହାସର ସ୍ମୃତିର ଆଇନା ପାଲଟି ଯାଇଛି। ଦର୍ଶନାଭିଳାଷୀ ଭକ୍ତ ବିଦୂର ଏହି ମହାମିଳନ ପର୍ବର ଦୃଶ୍ୟ ଦର୍ଶନ କରିବା ସହ ସେହି ସମୟଟିରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତି ଓ ଅଲୌକିକ ଭାବନା ଯେପରି ଜାଗରିତ ହୋଇ ଉଠେ। ମେଳଣ ପଡ଼ିଆରେ ଶ୍ରୀଭଦ୍ରେଶ୍ୱରଙ୍କ ବିମାନ ପହଞ୍ଚତ୍ବା ପରେ ୧୦୮ ଘଣ୍ଟ ପଟୁଆର ମଧ୍ୟରେ ଆଳତି ବିଦୂରଙ୍କ ମନ୍ଦିର ଯାଇଥାଏ। ଚତୁର୍ଦ୍ଦଶୀ ତିଥିର ସନ୍ଧ୍ୟାରେ ବିଦୂର ମନ୍ଦିରରେ ଶାଗ, ଦହିପଖାଳର ନୈବିଦ୍ୟ ପାଇଁ ମାନସିକଧାରୀଙ୍କ ଗହଳି ଲାଗିଥାଏ। ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ କହିବାନୁଯାୟୀ ସମ୍ଭବତଃ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀ ସମୟରେ ସୋମବଂଶୀ ରାଜାମାନେ ବୌଦ୍ଧ ଧର୍ମକୁ ଲୋପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶିବ ଓ ବିଷ୍ଣୁଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ତେବେ ପଞ୍ଚୁପାଣ୍ଡବଠାରେ ଥିବା ୫ ଭାଇ, ମାତା କୁନ୍ତି ଓ ଦୌ୍ରପଦୀଙ୍କ ମନ୍ଦିର ସେହି ସମୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ଏହି ଇଲାକା ଆଳି ରାଜାଙ୍କ ଅଧୀନରେ ରହିଥିବାରୁ ଭକ୍ତ ବିଦୂରଙ୍କ ମନ୍ଦିର ନିର୍ମାଣ କରିଥିବା ଅନୁମାନ କରାଯାଉଛି। ତେବେ ପୁରାଣ ଓ ଐତିହାସିକ ମତ ଯାହା ହେଉନା କାହିଁକି ଭକ୍ତ ବିଦୂରଙ୍କ ମନ୍ଦିର ବହୁ ପୁରାତନ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ତେବେ କେନ୍ଦ୍ରାପଡ଼ା ସମେତ କଟକ ଜିଲାର ପରମ ଆରାଧ୍ୟ ପାଲଟିଥିବା ଏହି ମନ୍ଦିର ପ୍ରତି ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ନ ପଡ଼ିବା ସମସ୍ତଙ୍କୁୁ ଚକିତ କରିଛି ବୋଲି ଏଣ୍ଡରର ପୂର୍ବତନ ସରପଞ୍ଚ ମନୋରଞ୍ଜନ ଉପାଧ୍ୟାୟ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ବିଭାଗ ଅଧିକାରୀ ଏଚ୍‌. ତ୍ରିପାଠୀଙ୍କୁ ପଚାରିବାରେ ଏହି ମନ୍ଦିର ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ପ୍ରସ୍ତାବ ଆସିଲେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri