ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଭକ୍ତ ବିଦୂରଙ୍କ ମନ୍ଦିର

ଡେରାବିଶ, ୫ା୧୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ଥିବା ଭକ୍ତ ବିଦୂରଙ୍କ ମନ୍ଦିର ସାଂସ୍କୃତିକ ଓ ଇତିହାସର ସ୍ମୃତି ବହନ କରି ଆସୁଥିବା ବେଳେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହି ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ସାମାଜିକ କର୍ମୀ ବଟକୃଷ୍ଣ ସାମଲଙ୍କ ସୂଚନା ଅନୁଯାୟୀ, ଦ୍ୱାପର ଯୁଗରେ ସର୍ବସ୍ବ ହାରିବା ପରେ କୌରବ ବଂଶର ମହାମାନୀ ରାଜା ଦୁର୍ଯ୍ୟୋଧନଙ୍କ ନିକଟରେ ପାଣ୍ଡବ ୫ ଭାଇ ୫ ଖଣ୍ଡ ପଡ଼ା ମାଗିଥିଲେ। ମାତ୍ର କ୍ରୁର ଦୂର୍ଯ୍ୟୋଧନଙ୍କ ଦୃଷ୍ଟିରୁ ଅପସରିବା ପାଇଁ ପାଣ୍ଡବ ୫ ଭାଇଙ୍କ ଅଜ୍ଞାତବାସ ସମୟରେ ଡେରାବିଶ ବ୍ଲକ ଅଧୀନ ଏଣ୍ଡର ପଞ୍ଚାୟତ ଡେରାଡିହସ୍ଥିତ ଘଞ୍ଚ ଅରଣ୍ୟାନୀ ମଧ୍ୟରେ ଗୋବରୀ ନଦୀ କୂଳରେ ବାସ କରିଥିଲେ। ଏହାର ଅନତି ଦୂରରେ ଓଳକଣା ମେଳଣ ସନ୍ନିକଟ ଅରାଖଣ୍ଡ ଗ୍ରାମରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପରମପ୍ରିୟ ଭକ୍ତ ବିଦୂର ଏକ ଆଶ୍ରମ କରି ଅବସ୍ଥାନ କରୁଥିବା ନେଇ ଜନଶ୍ରୁତି ରହିଛି। ତେବେ ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କ ଆଶ୍ରମରେ ଅତିଥି ଭାବେ କିଛିଦିନ ଅବସ୍ଥାନ କରିଥିଲେ। ସେହି ସମୟରେ ଭଗବାନଙ୍କୁ ବିଦୂର ପଖାଳ ଓ ଶାଗଭଜା ଦେଇ ଆତିଥ୍ୟ ପ୍ରଦାନ କରିଥିଲେ। ବିଦୂରଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିବାରୁ ବିଦୂର ଫାଲଗୁନ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ହରିହରଙ୍କ ମିଳନ ପର୍ବ ଦର୍ଶନ ପାଇଁ ପ୍ରାର୍ଥନା କରିଥିଲେ। ତେବେ ଶିକ୍ଷାବିତ୍‌ ହରେକୃଷ୍ଣ ମହାନ୍ତି କୁହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଦତ୍ତ ବରଦାନର ମୁକସାକ୍ଷୀ ପାଲଟି ଯାଇଛି କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳିରେ ଅବସ୍ଥିତ ପ୍ରସିଦ୍ଧ ଓଳକଣା ମେଳଣ। ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ଏହି ମେଳଣକୁ ଆସୁଥିବା ସମସ୍ତ ବିମନରେ ରାଧାକୃଷ୍ଣ ଉପବେଶନ କରୁଥିବା ବେଳେ ସ୍ଥାନୀୟ ମାହାଙ୍ଗ ବ୍ଲକ ଶ୍ରୀଭଦ୍ରେଶ୍ୱରଙ୍କ ମନ୍ଦିରରୁ ସ୍ବୟଂ ଶିବଶକ୍ତି ମେଳଣ ପଡ଼ିଆକୁ ପ୍ରବେଶ କରିଥାନ୍ତି। ତେବେ ଶହଶହ ବର୍ଷ ଧରି ଏହି ପରମ୍ପରା ଇତିହାସର ସ୍ମୃତିର ଆଇନା ପାଲଟି ଯାଇଛି। ଦର୍ଶନାଭିଳାଷୀ ଭକ୍ତ ବିଦୂର ଏହି ମହାମିଳନ ପର୍ବର ଦୃଶ୍ୟ ଦର୍ଶନ କରିବା ସହ ସେହି ସମୟଟିରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତି ଓ ଅଲୌକିକ ଭାବନା ଯେପରି ଜାଗରିତ ହୋଇ ଉଠେ। ମେଳଣ ପଡ଼ିଆରେ ଶ୍ରୀଭଦ୍ରେଶ୍ୱରଙ୍କ ବିମାନ ପହଞ୍ଚତ୍ବା ପରେ ୧୦୮ ଘଣ୍ଟ ପଟୁଆର ମଧ୍ୟରେ ଆଳତି ବିଦୂରଙ୍କ ମନ୍ଦିର ଯାଇଥାଏ। ଚତୁର୍ଦ୍ଦଶୀ ତିଥିର ସନ୍ଧ୍ୟାରେ ବିଦୂର ମନ୍ଦିରରେ ଶାଗ, ଦହିପଖାଳର ନୈବିଦ୍ୟ ପାଇଁ ମାନସିକଧାରୀଙ୍କ ଗହଳି ଲାଗିଥାଏ। ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ କହିବାନୁଯାୟୀ ସମ୍ଭବତଃ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀ ସମୟରେ ସୋମବଂଶୀ ରାଜାମାନେ ବୌଦ୍ଧ ଧର୍ମକୁ ଲୋପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶିବ ଓ ବିଷ୍ଣୁଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ତେବେ ପଞ୍ଚୁପାଣ୍ଡବଠାରେ ଥିବା ୫ ଭାଇ, ମାତା କୁନ୍ତି ଓ ଦୌ୍ରପଦୀଙ୍କ ମନ୍ଦିର ସେହି ସମୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ଏହି ଇଲାକା ଆଳି ରାଜାଙ୍କ ଅଧୀନରେ ରହିଥିବାରୁ ଭକ୍ତ ବିଦୂରଙ୍କ ମନ୍ଦିର ନିର୍ମାଣ କରିଥିବା ଅନୁମାନ କରାଯାଉଛି। ତେବେ ପୁରାଣ ଓ ଐତିହାସିକ ମତ ଯାହା ହେଉନା କାହିଁକି ଭକ୍ତ ବିଦୂରଙ୍କ ମନ୍ଦିର ବହୁ ପୁରାତନ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ତେବେ କେନ୍ଦ୍ରାପଡ଼ା ସମେତ କଟକ ଜିଲାର ପରମ ଆରାଧ୍ୟ ପାଲଟିଥିବା ଏହି ମନ୍ଦିର ପ୍ରତି ରାଜ୍ୟ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ନ ପଡ଼ିବା ସମସ୍ତଙ୍କୁୁ ଚକିତ କରିଛି ବୋଲି ଏଣ୍ଡରର ପୂର୍ବତନ ସରପଞ୍ଚ ମନୋରଞ୍ଜନ ଉପାଧ୍ୟାୟ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ବିଭାଗ ଅଧିକାରୀ ଏଚ୍‌. ତ୍ରିପାଠୀଙ୍କୁ ପଚାରିବାରେ ଏହି ମନ୍ଦିର ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ପ୍ରସ୍ତାବ ଆସିଲେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?