ବିଦ୍ୟୁତ୍‌ ବିଭାଗର ଚିଠିକୁ ତହସିଲର ଅଣଦେଖା

ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍‌ ଯୋଗାଇବାକୁ ୩ଟି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିର୍ମାଣ କରାଯାଇଛି। ବ୍ଲକ୍‌ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ ଷ୍ଟ୍ରକ୍‌ଚର ରହିଛି। ଡେରିକିଠାରେ ଥିବା ୩୩ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ଏପ୍ରିଲ ୨୦୨୧ରେ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଉକ୍ତ ଷ୍ଟ୍ରକ୍‌ଚର ଅଧୀନରେ ଥିବା ୪ଟି ଫିଡର୍‌ ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହେଉଛି। ଏହି ଷ୍ଟ୍ରକ୍‌ଚର ଅଧୀନରେ ବ୍ଲକ୍‌ର ଶିଖର, ତିରୁଣା, ଡେରିକି, କୋରୁଅ, ଓଷକଣା ପଞ୍ଚାୟତ ରହିଛି। ପୁରୀ ଜିଲାର ୨ ଗ୍ରାମ ଯଥା ମୁତୁଣିଆ, ଭଣ୍ଡିସାହି ରହିଛି। ସମୁଦାୟ ଏହି ଷ୍ଟ୍ରକ୍‌ଚରରୁ ୬ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସେବା ପାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏହି ଷ୍ଟ୍ରକ୍‌ଚର ଅଧୀନରେ ଶାଳିଜଙ୍ଗା, ଡେରିକି, ମୁତୁଣିଆ ଓ ନରଣପୁର ଫିଡର୍‌ ମାଧ୍ୟମରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଦୀର୍ଘ ୮ମାସରୁ ଊର୍ଦ୍ଧ୍ୱ ହେବ ୩ଟି ଫିଡର୍‌ କାର୍ଯ୍ୟକ୍ଷମ ଥିବାବେଳେ ନରଣପୁର ଫିଡର୍‌ ଏଯାବତ କାର୍ଯ୍ୟକ୍ଷମ କରାଯାଇନାହିଁ। ଏହି ଫିଡର୍‌ କାର୍ଯ୍ୟକ୍ଷମ କରିବାକୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ଡେରିକି ବଜାରରେ ଜଣେ ବ୍ୟକ୍ତିଙ୍କ ଜାଗା ଦେଇ ବିଦ୍ୟୁତ୍‌ ତାର ଯାଉଥିବାରୁ ସେ କୋର୍ଟରେ ଆଶ୍ରୟ ନେଇଛନ୍ତି। ଫଳରେ ବିଭାଗ ପକ୍ଷରୁ ଫିଡରଟିକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରୁନାହିଁ। ବିଦ୍ୟୁତ୍‌ ତାର ଯେଉଁ ପାର୍ଶ୍ୱ ଦେଇ ସଂଯୋଗୀକରଣ କରାଯାଉଛି ତାହା ସରକାରୀ କି ବେସରକାରୀ ସ୍ଥାନ ଚିହ୍ନଟ କରିବାକୁ ଟିପିସିଓଡିଏଲ ବାଲିକୁଦା ସବ୍‌ଡିଭିଜନ ପକ୍ଷରୁ ଚିଠି ନଂ. ୩୭୨/୭ା୬ା୨୧ରେ ନାଉଗାଁ ତହସିଲଦାରଙ୍କୁ ଚିଠି କରାଯାଇଥିଲା। ହେଲେ ତହସିଲ ପକ୍ଷରୁ କୌଣସି କାର୍ଯ୍ୟ କରାଯାଇନାହିଁ। ତେଣୁ ଦୁଇ ବିଭାଗ ପକ୍ଷରୁ ସମନ୍ବୟ ଠିକ୍‌ ରହୁ ନ ଥିବାରୁ ବିଦ୍ୟୁତ୍‌ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ନରଣପୁର ଫିଡର୍‌ ଅଧୀନରେ ଥିବା ତିରୁଣା, ବାଂଶ ପଞ୍ଚାୟତର ଜନସାଧାରଣ ବର୍ତ୍ତମାନ ନାଉଗାଁ ଥାନା ଛକରେ ଥିବା ଷ୍ଟ୍ରକ୍‌ଚର ଅଧୀନ ଚାନ୍ଦପୁରା ଫିଡର୍‌ରୁ ବିଦ୍ୟୁତ୍‌ ସେବା ପାଉଛନ୍ତି। ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଉକ୍ତ ଫିଡର୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଉଛି। ଏପରି କି ଉକ୍ତ ଫିଡର୍‌ ଅଧୀନରେ ଥିବା ସମସ୍ତ ଉପଭୋକ୍ତା ଲୋଭୋଲଟେଜର ଶିକାର ହେଉଛନ୍ତି। ଅଧିକାଂଶ ସମୟ ଅନ୍ଧାରରେ ରହୁଥିବା ଉପଭୋକ୍ତା ମତବ୍ୟକ୍ତ କରିଛନ୍ତି। ତେଣୁ ନରଣପୁର ଫିଡର୍‌କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଉପଭୋକ୍ତାମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଟିପିସିଓଡିଏଲର ନିର୍ବାହୀଯନ୍ତ୍ରୀ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ ବିଦ୍ୟୁତ୍‌ ସଂଯୋଗ ନ କରିବାକୁ ଜଣେ ବ୍ୟକ୍ତି ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ଯେଉଁ ସ୍ଥାନ ଦେଇ ବିଦ୍ୟୁତ୍‌ ତାର ସଂଯୋଗ କରାଯିବ ଉକ୍ତ ଜାଗା ସରକାରୀ କି ବେସରକାରୀ ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ତହସିଲଦାରଙ୍କୁ ଚିଠି କରାଯାଇଛି। କିନ୍ତୁ ତହସିଲ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ଥାନ ଚିହ୍ନଟ କରାଯାଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଂଯୋଗ ଦିଆଯାଇ ପାରୁନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରେ ଚିଠି ବିଷୟରେ ଅବଗତ ନ ଥିବା କହିଥିବା ବେଳେ ପଚାରି ବୁଝିବା ପରେ ସ୍ଥାନ ଚିହ୍ନଟ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri