ବିଦ୍ୟୁତ୍‌ ବିଭାଗର ଚିଠିକୁ ତହସିଲର ଅଣଦେଖା

ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍‌ ଯୋଗାଇବାକୁ ୩ଟି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିର୍ମାଣ କରାଯାଇଛି। ବ୍ଲକ୍‌ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ ଷ୍ଟ୍ରକ୍‌ଚର ରହିଛି। ଡେରିକିଠାରେ ଥିବା ୩୩ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ଏପ୍ରିଲ ୨୦୨୧ରେ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଉକ୍ତ ଷ୍ଟ୍ରକ୍‌ଚର ଅଧୀନରେ ଥିବା ୪ଟି ଫିଡର୍‌ ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହେଉଛି। ଏହି ଷ୍ଟ୍ରକ୍‌ଚର ଅଧୀନରେ ବ୍ଲକ୍‌ର ଶିଖର, ତିରୁଣା, ଡେରିକି, କୋରୁଅ, ଓଷକଣା ପଞ୍ଚାୟତ ରହିଛି। ପୁରୀ ଜିଲାର ୨ ଗ୍ରାମ ଯଥା ମୁତୁଣିଆ, ଭଣ୍ଡିସାହି ରହିଛି। ସମୁଦାୟ ଏହି ଷ୍ଟ୍ରକ୍‌ଚରରୁ ୬ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତା ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସେବା ପାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏହି ଷ୍ଟ୍ରକ୍‌ଚର ଅଧୀନରେ ଶାଳିଜଙ୍ଗା, ଡେରିକି, ମୁତୁଣିଆ ଓ ନରଣପୁର ଫିଡର୍‌ ମାଧ୍ୟମରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଦୀର୍ଘ ୮ମାସରୁ ଊର୍ଦ୍ଧ୍ୱ ହେବ ୩ଟି ଫିଡର୍‌ କାର୍ଯ୍ୟକ୍ଷମ ଥିବାବେଳେ ନରଣପୁର ଫିଡର୍‌ ଏଯାବତ କାର୍ଯ୍ୟକ୍ଷମ କରାଯାଇନାହିଁ। ଏହି ଫିଡର୍‌ କାର୍ଯ୍ୟକ୍ଷମ କରିବାକୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ଡେରିକି ବଜାରରେ ଜଣେ ବ୍ୟକ୍ତିଙ୍କ ଜାଗା ଦେଇ ବିଦ୍ୟୁତ୍‌ ତାର ଯାଉଥିବାରୁ ସେ କୋର୍ଟରେ ଆଶ୍ରୟ ନେଇଛନ୍ତି। ଫଳରେ ବିଭାଗ ପକ୍ଷରୁ ଫିଡରଟିକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାରୁନାହିଁ। ବିଦ୍ୟୁତ୍‌ ତାର ଯେଉଁ ପାର୍ଶ୍ୱ ଦେଇ ସଂଯୋଗୀକରଣ କରାଯାଉଛି ତାହା ସରକାରୀ କି ବେସରକାରୀ ସ୍ଥାନ ଚିହ୍ନଟ କରିବାକୁ ଟିପିସିଓଡିଏଲ ବାଲିକୁଦା ସବ୍‌ଡିଭିଜନ ପକ୍ଷରୁ ଚିଠି ନଂ. ୩୭୨/୭ା୬ା୨୧ରେ ନାଉଗାଁ ତହସିଲଦାରଙ୍କୁ ଚିଠି କରାଯାଇଥିଲା। ହେଲେ ତହସିଲ ପକ୍ଷରୁ କୌଣସି କାର୍ଯ୍ୟ କରାଯାଇନାହିଁ। ତେଣୁ ଦୁଇ ବିଭାଗ ପକ୍ଷରୁ ସମନ୍ବୟ ଠିକ୍‌ ରହୁ ନ ଥିବାରୁ ବିଦ୍ୟୁତ୍‌ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ନରଣପୁର ଫିଡର୍‌ ଅଧୀନରେ ଥିବା ତିରୁଣା, ବାଂଶ ପଞ୍ଚାୟତର ଜନସାଧାରଣ ବର୍ତ୍ତମାନ ନାଉଗାଁ ଥାନା ଛକରେ ଥିବା ଷ୍ଟ୍ରକ୍‌ଚର ଅଧୀନ ଚାନ୍ଦପୁରା ଫିଡର୍‌ରୁ ବିଦ୍ୟୁତ୍‌ ସେବା ପାଉଛନ୍ତି। ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଉକ୍ତ ଫିଡର୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଉଛି। ଏପରି କି ଉକ୍ତ ଫିଡର୍‌ ଅଧୀନରେ ଥିବା ସମସ୍ତ ଉପଭୋକ୍ତା ଲୋଭୋଲଟେଜର ଶିକାର ହେଉଛନ୍ତି। ଅଧିକାଂଶ ସମୟ ଅନ୍ଧାରରେ ରହୁଥିବା ଉପଭୋକ୍ତା ମତବ୍ୟକ୍ତ କରିଛନ୍ତି। ତେଣୁ ନରଣପୁର ଫିଡର୍‌କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଉପଭୋକ୍ତାମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଟିପିସିଓଡିଏଲର ନିର୍ବାହୀଯନ୍ତ୍ରୀ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ ବିଦ୍ୟୁତ୍‌ ସଂଯୋଗ ନ କରିବାକୁ ଜଣେ ବ୍ୟକ୍ତି ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ଯେଉଁ ସ୍ଥାନ ଦେଇ ବିଦ୍ୟୁତ୍‌ ତାର ସଂଯୋଗ କରାଯିବ ଉକ୍ତ ଜାଗା ସରକାରୀ କି ବେସରକାରୀ ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ତହସିଲଦାରଙ୍କୁ ଚିଠି କରାଯାଇଛି। କିନ୍ତୁ ତହସିଲ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ଥାନ ଚିହ୍ନଟ କରାଯାଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସଂଯୋଗ ଦିଆଯାଇ ପାରୁନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଜେ. କଳ୍ପନାଙ୍କୁ ପଚାରିବାରେ ଚିଠି ବିଷୟରେ ଅବଗତ ନ ଥିବା କହିଥିବା ବେଳେ ପଚାରି ବୁଝିବା ପରେ ସ୍ଥାନ ଚିହ୍ନଟ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri