Posted inଖେଳ

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮ ଉଇକେଟ ହରାଇଥିଲା। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବୀର ଜାଖିଲ ଅପରାଜିତ ଶତକ ହାସଲ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଏହା ଏକ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହି ବିଜୟ ସହିତ ବେଲଜିୟମ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚରେ ଅଷ୍ଟ୍ରିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ରୁତ ବୋଲର ଆକିବ ଇକବାଲ ୫ ଓ ସାହିଲ ମୋମିନ ଦୁଇଟି ଉଇକେଟ ନେଇ ବେଲଜିୟମର ବ୍ୟାଟିଂକୁ ଦୋହଲାଇଥିଲେ। ୫.୫ ଓଭରରେ ୧୪ରନରେ ବେଲଜିୟମ ଦଳ ୮ ଉଇକେଟ ହରାଇଛି। ୮ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ଦୁଇ ଅଙ୍କ ବିଶିଷ୍ଟ ସ୍କୋରକୁ ସ୍ପର୍ଶ କରିପାରି ନ ଥିଲେ। ଏହା ପରେ ଲାଗୁଥିଲା ବେଲଜିୟମ ଦଳ ୨୦ ରନ୍‌ ମଧ୍ୟ କରିପାରିବ ନାହିଁ। ୧୪ ରନ ପାଇଁ ୮ ଉଇକେଟ ଖସିଯିବା ପରେ ସାବୀର ଜାଖିଲ (ଅପରାଜିତ ୧୦୦) ଏବଂ ସାକଲେନ ଅଲି (ଅପରାଜିତ ୨୬) ଦଳକୁ ଆଉ ଝଟକା ଲାଗିବାକୁ ଦେଇ ନ ଥିଲେ। ଉଭୟ ୧୩୨ ରନର ଅପରାଜିତ ଭାଗିଦାରୀ ବାଣ୍ଟିଥିଲେ। ସାବୀର ୪୭ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଏବଂ ୮ ଛକା ମାରିଥିଲେ। ଏହି ସମୟରେ, ସାକଲେନ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସେ ୩ ଚୌକା ସହାୟତାରେ ୩୯ ବଲରୁ ୨୬ ରନ କରିଥିଲେ।
ଅଷ୍ଟ୍ରିଆର ଆରମ୍ଭ, ଟାର୍ଗେଟକୁ ପିଛା କରିବାରେ ପଛରେ ପଡିଯାଇଥିଲା। ଦଳ ୬.୧ ଓଭରରେ ୩୭ ରରେ ୩ଟି ଉଇକେଟ ହରାଇଥିଲା। ଏହା ପରେ ବର୍ଷା ହେତୁ ଖେଳ ଖେଳାଯାଇ ପାରିଲା ନାହିଁ। ଡକୱର୍ଥ-ଲୁଇସ ନିୟମ ଅନୁଯାୟୀ ବେଲଜିୟମ ୧୨ ରନରେ ଜିତିଥିଲା। ସାବୀର ଜାଖିଲ ମଧ୍ୟ ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ ୮ ନମ୍ବରରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଶ୍ରୀଲଙ୍କାର ଇସୁ ଉଦାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୮୪ ରନ କରିଥିଲେ। ଏପର୍ଯ୍ୟନ୍ତ କେବଳ ୬ ଜଣ ଖେଳାଳି ୮ ନମ୍ବରରେ ଅବତରଣ କରିବା ପରେ ୫୦ରୁ ଅଧିକ ରନ୍‌ର ଇନିଂସ ଖେଳିବାରେ ସକ୍ଷମ ହୋଇଛନ୍ତି। ସାବୀର ଜାଖିଲ ଏବଂ ସାକ୍ଲେନ ଅଲି ୯ ଉଇକେଟ ପାଇଁ ୧୩୨ରନ ଯୋଡିଛନ୍ତି। ଟି -୨୦ ଇଣ୍ଟରନ୍ୟାସନାଲ୍ର ୯ମ ଉଇକେଟ ପାଇଁ ଏହା ମଧ୍ୟ ସର୍ବୋଚ୍ଚ ଭାଗିଦାରୀ । ପ୍ରଥମ ଥର ପାଇଁ ଏକ ଯୋଡି ୧୦୦ ରୁ ଅଧିକ ରନ ଯୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ...

ପଏଣ୍ଟ ଭାଗକଲେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ-ଆର୍ଜେଣ୍ଟନା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ...

ପୁଣି ସାପ ପଶିବାରୁ ମ୍ୟାଚ୍‌ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୬।୧- ବର୍ଷା ଯୋଗୁ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ଦେଶର ଅନ୍ୟ ଭାଗରେ ସମାନ ଦିନ ଏକ ମ୍ୟାଚ୍‌ ଭିନ୍ନ...

ଆଫଗାନିସ୍ତାନ ସ୍ଥିତି ଦୃଢ଼

ଚିଟାଗଙ୍ଗ,୬।୯- ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ...

ପାଣ୍ଡ୍ୟାଙ୍କୁ ଭାବପ୍ରବଣ ମେସେଜ୍‌ ଦେଲେ ସାକ୍ଷୀ

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫଟୋ ଶେୟାର...

ବିସ୍ଫୋରକ ଫର୍ମରେ ଧାଓ୍ବନ, ଭାରତ ୧୮୩/୧

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...

କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଧାରୁ ବାତିଲା ହେଲା ଏହି କ୍ରିକେଟ୍‌ ମ୍ୟାଚ୍‌

ଲଣ୍ଡନ, ୭।୯: କାଉଣ୍ଟି କ୍ରିକେଟ୍‌ କ୍ଲବ ନର୍ଥହାମ୍ପଶାୟର ଜଣେ ଖେଳାଳି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବବ୍‌ ଓ୍ବିଲ୍ସ ଟ୍ରଫିର ଏକ ୪ ଦିବସୀୟ ମ୍ୟାଚ୍‌...

ଚେଜ୍‌ କରି ଜିତିବାରେ ଭାରତ ସର୍ବାଗ୍ରେ

ରାଜକୋଟ, ୯।୧୧- ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ଚେଜ୍‌ କରି ବିଜୟ ହାସଲ କରିବାରେ ଭାରତୀୟ ଦଳ ରେକର୍ଡ କରିଛି। ଗୁରୁବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ...

Advertisement
Archives

Model This Week