Posted inଖେଳ

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮ ଉଇକେଟ ହରାଇଥିଲା। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବୀର ଜାଖିଲ ଅପରାଜିତ ଶତକ ହାସଲ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଏହା ଏକ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହି ବିଜୟ ସହିତ ବେଲଜିୟମ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚରେ ଅଷ୍ଟ୍ରିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ରୁତ ବୋଲର ଆକିବ ଇକବାଲ ୫ ଓ ସାହିଲ ମୋମିନ ଦୁଇଟି ଉଇକେଟ ନେଇ ବେଲଜିୟମର ବ୍ୟାଟିଂକୁ ଦୋହଲାଇଥିଲେ। ୫.୫ ଓଭରରେ ୧୪ରନରେ ବେଲଜିୟମ ଦଳ ୮ ଉଇକେଟ ହରାଇଛି। ୮ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ଦୁଇ ଅଙ୍କ ବିଶିଷ୍ଟ ସ୍କୋରକୁ ସ୍ପର୍ଶ କରିପାରି ନ ଥିଲେ। ଏହା ପରେ ଲାଗୁଥିଲା ବେଲଜିୟମ ଦଳ ୨୦ ରନ୍‌ ମଧ୍ୟ କରିପାରିବ ନାହିଁ। ୧୪ ରନ ପାଇଁ ୮ ଉଇକେଟ ଖସିଯିବା ପରେ ସାବୀର ଜାଖିଲ (ଅପରାଜିତ ୧୦୦) ଏବଂ ସାକଲେନ ଅଲି (ଅପରାଜିତ ୨୬) ଦଳକୁ ଆଉ ଝଟକା ଲାଗିବାକୁ ଦେଇ ନ ଥିଲେ। ଉଭୟ ୧୩୨ ରନର ଅପରାଜିତ ଭାଗିଦାରୀ ବାଣ୍ଟିଥିଲେ। ସାବୀର ୪୭ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଏବଂ ୮ ଛକା ମାରିଥିଲେ। ଏହି ସମୟରେ, ସାକଲେନ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସେ ୩ ଚୌକା ସହାୟତାରେ ୩୯ ବଲରୁ ୨୬ ରନ କରିଥିଲେ।
ଅଷ୍ଟ୍ରିଆର ଆରମ୍ଭ, ଟାର୍ଗେଟକୁ ପିଛା କରିବାରେ ପଛରେ ପଡିଯାଇଥିଲା। ଦଳ ୬.୧ ଓଭରରେ ୩୭ ରରେ ୩ଟି ଉଇକେଟ ହରାଇଥିଲା। ଏହା ପରେ ବର୍ଷା ହେତୁ ଖେଳ ଖେଳାଯାଇ ପାରିଲା ନାହିଁ। ଡକୱର୍ଥ-ଲୁଇସ ନିୟମ ଅନୁଯାୟୀ ବେଲଜିୟମ ୧୨ ରନରେ ଜିତିଥିଲା। ସାବୀର ଜାଖିଲ ମଧ୍ୟ ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ ୮ ନମ୍ବରରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଶ୍ରୀଲଙ୍କାର ଇସୁ ଉଦାନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୮୪ ରନ କରିଥିଲେ। ଏପର୍ଯ୍ୟନ୍ତ କେବଳ ୬ ଜଣ ଖେଳାଳି ୮ ନମ୍ବରରେ ଅବତରଣ କରିବା ପରେ ୫୦ରୁ ଅଧିକ ରନ୍‌ର ଇନିଂସ ଖେଳିବାରେ ସକ୍ଷମ ହୋଇଛନ୍ତି। ସାବୀର ଜାଖିଲ ଏବଂ ସାକ୍ଲେନ ଅଲି ୯ ଉଇକେଟ ପାଇଁ ୧୩୨ରନ ଯୋଡିଛନ୍ତି। ଟି -୨୦ ଇଣ୍ଟରନ୍ୟାସନାଲ୍ର ୯ମ ଉଇକେଟ ପାଇଁ ଏହା ମଧ୍ୟ ସର୍ବୋଚ୍ଚ ଭାଗିଦାରୀ । ପ୍ରଥମ ଥର ପାଇଁ ଏକ ଯୋଡି ୧୦୦ ରୁ ଅଧିକ ରନ ଯୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?