ଶିକ୍ଷକଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା

ଛତ୍ରପୁର,୮ା୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଛତ୍ରପୁର ସହର ମୁଖ୍ୟ ବଜାର ରାସ୍ତାରୁ ଗୁରୁବାର ଜଣେ ଶିକ୍ଷକଙ୍କ ବାଇକ୍‌ ଡିକି ଭାଙ୍ଗି ସେଥିରେ ଥିବା ବ୍ୟାଗରୁ ୫୫ ହଜାର ଟଙ୍କା ଲୁଟ ହୋଇଛି। ଲୁଟର ଶିକାର ହୋଇଥିବା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁର ତଥା ମହାନାଦପୁର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ନୀଳକଣ୍ଠ ଶତପଥୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଛତ୍ରପୁର ଥାନା ଏସ୍‌ଆଇ ବିନୟ କୁମାର ଦାଶ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶିକ୍ଷକ ନୀଳକଣ୍ଠ ଛତ୍ରପୁର ଏସବିଆଇ ବଜାର ଶାଖାରୁ ୫୫ ହଜାର ଟଙ୍କା ଉଠାଇ ନିଜ ବାଇକ (ନଂ.ଓଡ଼ି ୦୭ ଏଭି ୭୧୧୪) ଡିକିରେ ରଖିଥିଲେ। ବ୍ୟାଙ୍କଠାରୁ କିଛି ଦୂର ଯାଇ ଏକ କସ୍ମେଟିକ ଦୋକାନ ଆଗରେ ବାଇକ୍‌ ରଖି ସେ କିଛି କିଣିବାକୁ ଯାଇଥିଲେ। ସେ ବାଇକ ପାଖକୁ ଆସିବାରେ ଡିକି ଭାଙ୍ଗିଥିବା ଓ ସେଥିରେ ୫୫ ହଜାର ଟଙ୍କା ନ ଥିବା ଦେଖିଥିଲେ। ଅଭିଯୋଗ ପରେ ପୋଲିସ ଟିମ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ସହ ଆଲୋଚନା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। କସ୍ମେଟିକ ଦୋକାନ ଆଖପାଖର ଅନ୍ୟ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା। ୪ ଜଣ ଦୃର୍ବୁତ୍ତ ୨ଟି ବାଇକରେ ଆସି ବ୍ୟାଙ୍କରେ ଶିକ୍ଷକ ଟଙ୍କା ଉଠାଉଥିବା ଦେଖିଥିଲେ। ସେମାନେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଶିକ୍ଷକ ଜଣକ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ସୋସାଇଟି ଋଣ ଶୁଝିଥାନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ସୂର୍ଯ୍ୟଙ୍କ ଗୋଚର: ୩ ରାଶିଙ୍କୁ ମିଳିବ ଲାଭ, ଚାକିରିରେ ବଡ଼ ଅଫର୍‌କୁ ଧନଲାଭର ଖୋଲିଲା ଯୋଗ

ସୂର୍ଯ୍ୟ ଗ୍ରହ ୧୩ ସେପ୍ଟେମ୍ୱର ୨୦୨୬ ରବିବାର ରାତି ୯ଟା ୫୩ ମିନିଟରେ ପୂର୍ୱାଫାଲଗୁନୀ ନକ୍ଷତ୍ରରୁ ପୂର୍ୱାଫାଲଗୁନୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ଗୋଚର ପ୍ରଭାବରୁ ଭାଗ୍ୟଶାଳୀ…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri