ସମୟରେ ଆସୁନାହାନ୍ତି ଶିକ୍ଷକ, ବାହାରେ ବୁଲୁଛନ୍ତି ପିଲା

ଲାଠୋର, ୧୪ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କ୍ଳଷ୍ଟର ଅଧୀନ ଝଲିଆଲିଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଧାର୍ଯ୍ୟ ସମୟରେ ଶିକ୍ଷାନୁଷ୍ଠାନକୁ ଆସୁନାହାନ୍ତି। ଫଳରେ ସମୟରେ ସ୍କୁଲ ଆସି ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଭିଭାବକମାନେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିକି ପୂର୍ବରୁ ଅଭିଯୋଗ ପାଇ ବିଇଓ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଅବସ୍ଥା ଯଥା ପୂର୍ବଂ ତଥା ପର ହୋଇ ରହିଛି। ସ୍କୁଲ ସମୟ ପୂର୍ବାହ୍ନ ୯.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ ବୋଲି ସରକାରୀ ନିୟମ କରିଛନ୍ତି। ହେଲେ ଏଠାରେ ତାହାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଆସୁଛି। ଏହିକ୍ରମରେ ଗୁରୁବାର ପୂର୍ବାହ୍ନ ୧୦ା୧୫ ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ସମ୍ମୁଖ ବଲାଙ୍ଗୀର-ନୂଆପଡ଼ା ମୁଖ୍ୟରାସ୍ତାକଡ଼ରେ ଇତସ୍ଥତଃ ହୋଇ ବୁଲୁଥିଲେ। ଏ ନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଲୋକେ ଫୋନ ଯୋଗେ ଜଣାଇଥିଲେ। ବିିଇଓଙ୍କ ନିର୍ଦ୍ଦେଶରେ ଲାଠୋର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଉଜ୍ଜ୍ୱଳ ରଣାଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ଗୁରୁବାର ମଧ୍ୟାହ୍ନରେ ସ୍କୁଲକୁ ଆସି ରଣା ଅଭିଯୋଗର ତଦନ୍ତ କରିବା ପରେ ବିଇଓଙ୍କୁ ରିପୋର୍ଟ କରିବି ବୋଲି କହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୋହିତଙ୍କୁ ଏ ନେଇ ପଚାରିବାରୁ ରିପୋର୍ଟ ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏନେଇ ପ୍ରଧାନଶିକ୍ଷକ ହରେରାମ ସାହାଣୀଙ୍କୁ ତାଙ୍କ ମୋବାଇଲ ନଂ ୯୬୬୮୧୨୭୮୪୭ରେ ଯୋଗାଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ସେ ରିସିଭ କରି ନ ଥିଲେ। ୧୯୭୧ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷୟିତ୍ର ଏଠାରେ ନିଯୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri