ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି

ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ଭାଇରାଲ ଭିଡିଓରେ ସାରା ଗୋଲ୍ଡସ ନାମକ ଜଣେ ଶିକ୍ଷୟିତ୍ରୀ ଘୋଡ଼ାକୁ ଲାତ ମାରୁଥିବା ଦେଖିବାକୁ ମିଳିଛି। ପଶୁ ପ୍ରତି ତାଙ୍କର କ୍ରୁରତା ବା ନିଷ୍ଠୁରତା ଏବେ ଚାରିଆଡ଼େ ଆଲୋଚନାର ବିଷୟ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଦୁଇଟି ସନ୍ତାନର ଜନନୀ ସାରା ଲିସେଷ୍ଟରଶାୟାରର ମେଲ୍ଟନ ମୋବ୍ରେରେ ରୁହନ୍ତି। ଭିଡିଓରେ ସେ ଘୋଡ଼ାକୁ ଲାତ ମାରୁଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୬ ସପ୍ତାହ ପରେ ସ୍କୁଲରୁ ବାହାର କରି ଦେଇଛନ୍ତି।

ସ୍କୁଲର ମୁଖ୍ୟ ପଲ ମ୍ୟାଡାକ୍ସ କୁହନ୍ତି, ସାରାଙ୍କ ଏପରି କାର୍ଯ୍ୟ ମୁଁ ସୋସିଆଲ ମିଡିଆରେ ଦେଖି ତାଙ୍କୁ ଚାକିରିରୁ ବାହାର କରିଦେଇଛି। ୩୭ ବର୍ଷୀୟା ସାରା ଆମ ସ୍କୁଲରେ ସିନୟର ଥିଲେ। ତୃତୀୟ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିଲେ। ସ୍କୁଲ ଇଭେଣ୍ଟରେ ସେ ଏକ ଘୋଡ଼ାକୁ ଲାତ ମାରିଥିବା ଜଣାପଡ଼ିଥିଲା। ଏହାର ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ପରେ ସାରାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ସାରାଙ୍କୁ ଖେଳପ୍ରେମୀମାନେ ଖୁବ୍‌ ନିନ୍ଦା ବି କରିଛନ୍ତି। ଘୋଡ଼ାଚାଳକ ଯୁବ ସଂଗଠନର ଟିମ୍‌ ମ୍ୟାନେଜର ଥିଲେ ସାରା। ତାଙ୍କର ଏପରି କାର୍ଯ୍ୟକଳାପ ଯୋଗୁ ଏହି ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟାଙ୍କ ହାତ ଜିତିବା ପାଇଁ ସ୍ବଂୟବରରେ ଧନୁ ଭାଙ୍ଗିଲେ ବର

ଭଗବାନ ରାମ ସ୍ବଂୟବରରେ ମା’ ସୀତାଙ୍କୁ ବିବାହ କରିବା ପାଇଁ ଭଗବାନ ଶିବଙ୍କ ଧନୁ ଭାଙ୍ଗିଥିଲେ ବୋଲି ରାମାୟଣରେ ବର୍ଣ୍ଣିତ ଅଛି। ଠିକ୍‌ ସେହିଭଳି ବିହାରର...

ପାକିସ୍ତାନରେ ତାଲିବାନର ତୋଗଲକୀ ଆଦେଶ: ଶିଶୁଙ୍କୁ ଦିଆଯିବ ନି ପୋଲିଓ ବୁନ୍ଦା; ଅବମାନନା କଲେ ଭୋଗିବାକୁ ପଡ଼ିବ ପରିଣାମ

ଇସଲାମାବାଦ୍‌,୩।୮: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତୋଗଲକୀ ଆଦେଶ ଜାରି ହୋଇଛି। ମହିଳାଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ବାରଣ କରାଯିବା ସହିତ ଅଧିକ...

ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍‌-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ

ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ...

ଆଲବାନିଆରେ ଭୂମିକମ୍ପ: ୪୯ ମୃତ

ଟିରାନା,୩୦ା୧୧(ଏଏଫ୍‌ପି): ଆଲବାନିଆ ଭୂମିକମ୍ପରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫୦ ଆହତ ହୋଇଛନ୍ତି। ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଆଲବାନିଆରେ...

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ...

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

ଡ୍ରେସ୍‌ ଦୋକାନରେ ଧସେଇ ପଶିଲା ଦ୍ରୁତ ଗତିରେ ଥିବା ବାଇକ୍‌, ପରେ ଯାହା ହେଲା ଦେଖିଲେ…

ପ୍ରତ୍ୟେହ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ହାସ୍ୟାସ୍ପଦ ହୋଇଥିବାବେଳେ କେତେକ ଚକିତ କରିଥାଏ। କିଛି ଉପରେ ବିଶ୍ୱାସ କରିବା କଷ୍ଟକର...

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ...

Advertisement
Archives

Model This Week