ଚନ୍ଦ୍ରୟାନ-୩ର ଲକ୍ଷ୍ୟ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ମାସ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ ଘାଟିରୁ ‘ଏଲ୍‌ଭିଏମ୍‌୩ଏମ୍‌୪’ ରକେଟ ସାହାଯ୍ୟରେ ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୩’ ଅଭିଯାନକୁ ଉତ୍‌କ୍ଷେପଣ କରିଛି। ଏଥିରେ ଗୋଟିଏ ନୋଦନ (ପ୍ରପଲସନ୍‌) ମଡ୍ୟୁଲ, ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ରୋଭର ଯାନ ରହିଛି। ନୋଦନ ଚନ୍ଦ୍ର କକ୍ଷରେ ରହି ଏହାକୁ ପରିକ୍ରମଣ କରିବ। ଲ୍ୟାଣ୍ଡର ଓ ରୋଭର ମୂଳ ଚନ୍ଦ୍ରଯାନରୁ ଅଲଗା ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ଏବଂ ଏହି ଅବତରଣ ସଫ୍ଟ ଲ୍ୟାଣ୍ଡିଙ୍ଗ ହେବ। ଅର୍ଥାତ୍‌ ଏହି ଅବତରଣ ସମୟରେ ଏହାର ବେଗ ଯଥେଷ୍ଟ ହ୍ରାସ ପାଇଥିବ ଏବଂ ଏହା ଚନ୍ଦ୍ର ପୃଷ୍ଠରେ ଏହି ବେଗରେ ପଡ଼ିଲେ କିଛି କ୍ଷତି ହେବ ନାହିଁ। ଅବତରଣ ପରେ ରୋଭର ଚନ୍ଦ୍ର ପୃଷ୍ଠରେ ୧୪ ଦିନ ଘୂରି ଏହାର ମୃତ୍ତିକାର ରାସାୟନିକ ବିଶ୍ଳେଷଣ କରିବ। ସଫ୍ଟ ଲ୍ୟାଣ୍ଡିଙ୍ଗ ହୋଇପାରିଲେ ଏହା ହାସଲ କରିବାରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା ପରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ।
ଭାରତ ୨୦୦୮ ଅକ୍ଟୋବର ମାସରେ ଚନ୍ଦ୍ରୟାନ-୧ ଅଭିଯାନ ପଠାଇଥିଲା ଏବଂ ଏହା ୨୦୦୯ ଅଗଷ୍ଟ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏହି ଅଭିଯାନରେ ଗୋଟିଏ ଅର୍ବିଟର ଓ ଗୋଟିଏ ସଂଘାତକ (ଇମ୍ପାକ୍ଟର) ଥିଲା। ସଂଘାତକ ମୂଳଯାନରୁ ଅଲଗା ହୋଇ ନିୟନ୍ତ୍ରିତ ଉପାୟରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପଡ଼ିଥିଲା। ଏହି ସ୍ଥାନର ନାମ ‘ଜବାହାର ବିନ୍ଦୁ’ ରଖାଯାଇଛି। ଏହି ଅଭିଯାନରେ ଚନ୍ଦ୍ରୟାନ-୧ରେ ଥିବା ଯନ୍ତ୍ରପାତି ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରେ ଜଳ ଥିବାର ପ୍ରଥମ ପ୍ରମାଣ ମିିଳିଥିଲା।
ଭାରତର ଚନ୍ଦ୍ରୟାନ-୨ ଅଭିଯାନ ୨୦୧୯ ଜୁଲାଇ ୨୨ରେ ଉତ୍‌କ୍ଷେପଣ ହୋଇଥିଲା। ଏଥିରେ ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଓ ଗୋଟିଏ ରୋଭର ଥିଲା। ସେହି ବର୍ଷ ସେପ୍ଟେମ୍ବର ୬ରେ ଲ୍ୟାଣ୍ଡର ଓ ରୋଭର ମୂଳ ଯାନରୁ ପୃଥକ ହୋଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ବେଳେ ସଫ୍ଟ ଲ୍ୟାଣ୍ଡିଙ୍ଗ ହୋଇ ନ ପାରି ହାର୍ଡ ଲ୍ୟାଣ୍ଡିଙ୍ଗ ହେଲା। ଫଳରେ ଦୁଇ ସପ୍ତାହ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ ହୋଇଥିବା ରୋଭର ଅଚଳ ହୋଇଗଲା। କିନ୍ତୁ ଏହି ଅଭିଯାନର ଅର୍ବିଟର ଚନ୍ଦ୍ର କକ୍ଷରେ ରହି ଏ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଏହି ଅଭିଯାନ ୯୦ ପ୍ରତିଶତ ସଫଳ ହୋଇଥିଲା।
ଚନ୍ଦ୍ରୟାନ-୨ ଭଳି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବା ପାଇଁ ଡିଜାଇନ୍‌ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ସ୍ଥାନଟି ହେଉଛି ୭୦ ଡିଗ୍ରୀ ଅକ୍ଷାଂଶ। ସୂଚନାଯୋଗ୍ୟ ଯେ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିଥିବା ସମସ୍ତ ଯାନ ଏହାର ବିଷୁବମଣ୍ଡଳୀୟ ଅଞ୍ଚଳରେ ଅବତରଣ କରିଛନ୍ତି। ବିଷୁବରେଖାର ଅଳ୍ପ କେତେ ଡିଗ୍ରୀ ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ଏଗୁଡ଼ିକ ନିରାପଦରେ ଅବତରଣ କରିଛନ୍ତି। ବିଷୁବରେଖାଠାରୁ ସବୁଠାରୁ ଅଧିକ ଦୂରରେ ଅବତରଣ କରିଥିବା ଯାନ ହେଉଛି ‘ନାସା’ର ସର୍ଭେୟର-୭। ଏହା ୧୯୬୮ ଜାନୁୟାରୀ ୧୦ରେ ୪୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା।
ଚାଇନାର ଚାଙ୍ଗେ-୪ ଯାନ ଆମକୁ ଦେଖାଯାଉ ନ ଥିବା ଚନ୍ଦ୍ର ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ପ୍ରଥମ ଯାନ ଥିଲା। ଏହା ୨୦୧୯ ଜାନୁୟାରୀ ୩ ତାରିଖରେ ଚନ୍ଦ୍ରର ୪୫ ଡିଗ୍ରୀ ଅକ୍ଷାଂଶରେ ଅବତରଣ କରିଥିଲା।
ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଯାନକୁ ଅବତରଣ କରାଇବ। ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶ ଏହି ଅଞ୍ଚଳକୁ ଲକ୍ଷ୍ୟ କରିନାହାନ୍ତି। କାରଣ ଚନ୍ଦ୍ରର ବିଷୁବରେଖା ନିକଟରେ ଅବତରଣ କରିବା ହେଉଛି ଅଧିକ ସହଜ ଏବଂ ନିରାପଦ। ଏଠାରେ ତାପମାତ୍ରା ଓ ପୃଷ୍ଠଭାଗ ହେଉଛି କାର୍ଯ୍ୟ କରିବା ପାଇଁ ସୁବିଧାଜନକ ଏବଂ ଯାନର ଯନ୍ତ୍ରପାତି ଏହି ଅଞ୍ଚଳରେ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଏହି ଅଞ୍ଚଳର ପୃଷ୍ଠ ହେଉଛି ମସୃଣ ଓ ସମତଳ, ତୀକ୍ଷ୍‌ଣ ଢାଲୁ ପ୍ରାୟ ନାହିଁ ଏବଂ ଏଠାରେ ବହୁତ କମ୍‌ ପାହାଡ଼ କିମ୍ବା ଗର୍ତ୍ତ ଅଛି। ପୃ୍‌ଥିବୀକୁ ମୁହଁ କରିଥିବା ପାର୍ଶ୍ୱରେ ପ୍ରଚୁର ସୂର୍ଯ୍ୟକିରଣ ପଡ଼ିଥାଏ, ଯାହା ସୌରଚାଳିତ ଯନ୍ତ୍ରପାତିଗୁଡ଼ିକୁ ନିରନ୍ତର ଶକ୍ତି ଯୋଗାଇବ।
ଅନ୍ୟପକ୍ଷରେ ଚନ୍ଦ୍ରର ମେରୁ ଅଞ୍ଚଳ ହେଉଛି ପୂରାପୂରି ଅଲଗା ଏବଂ ପୃଷ୍ଠଭାଗ ଅସମତଳ। ମେରୁ ଅଞ୍ଚଳର ନିକଟବର୍ତ୍ତୀ ଅନେକ ସ୍ଥାନ ସମ୍ପୂର୍ଣ୍ଣ ଅନ୍ଧକାରରେ ଥାଏ ଏବଂ ଏହି ସ୍ଥାନରେ କେବେ ସୂର୍ଯ୍ୟାଲୋକ ପଡ଼ି ନ ଥାଏ। ଏଠାରେ ତାପମାତ୍ରା ବିଯୁକ୍ତ(-) ୨୩୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ତୁଳନାତ୍ମକ ଭାବେ ପୃଥିବୀରେ ସର୍ବନିମ୍ନ ତାପମାତ୍ରା ପୂର୍ବ ଆଣ୍ଟାର୍କଟିକା ଉପତ୍ୟକାର ଶୀର୍ଷ ଭାଗରେ ବିଯୁକ୍ତ ୯୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଯାଇଥାଏ। ସୂର୍ଯ୍ୟାଲୋକର ଅଭାବ ଏବଂ ଅତି କମ୍‌ ତାପମାତ୍ରାରେ ଚନ୍ଦ୍ରର ମେରୁ ଅଞ୍ଚଳରେ ଯନ୍ତ୍ରପାତିଗୁଡ଼ିକ କାର୍ଯ୍ୟ କରିବା ବହୁତ କଷ୍ଟକର ହୋଇଥାଏ। ପୁନଶ୍ଚ ଏହି ଅଞ୍ଚଳରେ ଅଳ୍ପ କେତେ ସେଣ୍ଟିମିଟରରୁ ଅନେକ ହଜାର କିଲୋମିଟର ଆକାରରେ ଅନେକ ଗଭୀର ଗର୍ତ୍ତ ଅଛି।
ତାହାହେଲେ ଭାରତ କାହିଁକି ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡରକୁ ଅବତରଣ କରାଉଛି? ଏହାର ପରିବେଶ ଓ ଏଠାରେ ଅବତରଣ କରି କାର୍ଯ୍ୟ କରିବାର ଅସୁବିଧା ଯୋଗୁ ଚନ୍ଦ୍ରର ମେରୁ ଅଞ୍ଚଳ ବିଷୟରେ ଆମକୁ ବିଶେଷ ଭାବେ ଜଣାନାହିଁ। କିନ୍ତୁ କେତେକ କକ୍ଷ ଭ୍ରମଣକାରୀ ଅଭିଯାନରୁ ପ୍ରମାଣ ମିଳିଛି ଯେ ଏହି ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁକ୍କାୟିତ ଅଛି। କେତେକ ଗଭୀର ଗର୍ତ୍ତରେ ଯଥେଷ୍ଟ ପରିମାଣର ବରଫ ଅଣୁ ଥିବାର ସୂଚନା ମିଳିଛି। ୨୦୦୮ ମସିହାରେ ଚନ୍ଦ୍ରୟାନ-୧ରେ ଥିବା ଦୁଇଟି ଯନ୍ତ୍ର ଚନ୍ଦ୍ର ପୃଷ୍ଠରେ ଜଳର ସୂଚନା ଦେଇଥିଲା।
ପୁନଶ୍ଚ ମେରୁ ଅଞ୍ଚଳର ଅତ୍ୟଧିକ ଥଣ୍ଡା ଯୋଗୁ ଏଠାରେ ବହୁ ପୂର୍ବରୁ ରହିଯାଇଥିବା ଅନେକ ବସ୍ତୁ ଘନୀଭୂତ ଅବସ୍ଥାରେ ଅଛି ଏବଂ ଏହାର ବିଶେଷ ପରିବର୍ତ୍ତନ ହୋଇନାହିଁ। ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ପଥର ଓ ମୃତ୍ତିକା ସୌରଜଗତର ଗଠନ ସମ୍ବନ୍ଧରେ ସୂଚନା ଦେଇପାରେ। (କ୍ରମଶଃ..)

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?